ଥିରୁଅନନ୍ତପୁରମ:କଥାରେ ଅଛି ଇଚ୍ଛା ଥିଲେ ସବୁ ସମ୍ଭବ ହୋଇପାରିବ । ଆଉ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି କୋଲାମର କୁରିପୁଜା ସହରର ଶିବୁ ଜୋସେଫ୍ । ସାଧାରଣତଃ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକେ ମାଛଚାଷ କରି ନିଜର ଜୀବିକା ପ୍ରତିପୋଷଣ କରିଥାନ୍ତି । ବିଭିନ୍ନ କୌଶଳ ଆପଣାଇ ଲୋକେ ମାଛ ଧରିଥାନ୍ତି ଏବଂ ନୂଆ ନୂଆ ପନ୍ଥା ଆପଣାଇବା ପାଇଁ ଅଭ୍ୟାସ ଜାରି ରଖିଥାନ୍ତି । ହେଲେ କୋଲାମର କୁରିପୁଜା ସହରର ଶିବୁ ଜୋସେଫ୍ ମାଛ ଧରିବା ପାଇଁ ଏକ ନୂଆ କୌଶଳ ଆପଣାଇଛନ୍ତି । ସେ ଗଭୀର ଜଳରାଶି ଭିତରକୁ ଯାଇ ସ୍ପିଅର ଗନ(ମାଛଧରା ଯନ୍ତ୍ର) ସାହଯ୍ୟରେ ମାଛ ଧରନ୍ତି । ଜଣେ ବିଶେଷଜ୍ଞକୁ ଦେଖି ଅନୁପ୍ରାଣିତ ହୋଇଥିଲେ ଶିବୁ । ଦୃଢ ଇଚ୍ଛା ଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
ନୂଆ କୌଶଳ ସ୍ପିଅର ଗନ ସାହାଯ୍ୟରେ ଗଭୀର ଜଳରାଶିରେ ପହଁରି ପହଁରି ମାଛ ଧରୁଛନ୍ତି ଶିବୁ । ଏହା ଶିବୁଙ୍କର ପ୍ୟାସନ ନୁହେଁ ବରଂ ସେ ଏହା ଦ୍ବାରା ଭଲ ଦିପଇସା ରୋଜଗାର ମଧ୍ୟ କରୁଛନ୍ତି । ଏନେଇ ଶିବୁ କହିଛନ୍ତି, " ମୁଁ ଗଭୀର ଜଳରାଶିରେ ପହଁରି ସ୍ପିଅର ଗନ ସାହାଯ୍ୟରେ ମାଛ ଧରିବାରେ ଆନନ୍ଦ ପାଏ । କିନ୍ତୁ ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି ଯେ, ସେମାନେ ବିନା ପ୍ରଶିକ୍ଷଣରେ ଏଭଳି ପନ୍ଥା ଆପଣାନ୍ତୁ ନାହିଁ । ଏହି ପଦ୍ଧତି ଆପଣାଇବାକୁ ହେଲେ ତାଲିମର ଆବଶ୍ୟକତା ରହିଛି । ଯେଉଁମାନେ ଗଭୀର ପାଣିରେ ପହଁରିବା ସହ ଜଳର ପ୍ରବାହକୁ ବୁଝିଛନ୍ତି ସେମାନେ ଏହି ଦୁଃସାହାସିକ ପଦ୍ଧତିରେ ମାଛ ମାରିପାରିବେ ।"