ଥିରୁଅନନ୍ତପୁରମ:କେରଳରେ ପୁଣି ଶିଗେଲା ରୋଗ ଆତଙ୍କ । ଗତକାଲି ପୁଣି ଜଣେ ଶିଗେଲା ରୋଗୀ ଚିହ୍ନଟ ହୋଇଛନ୍ତି । କୋଝିକୋଡେର ପୁଥିଆପାରେ ଆକ୍ରାନ୍ତ ଜଣଙ୍କ ଚିହ୍ନଟ ହୋଇଛନ୍ତି ( Kozhikode reports shigella infection) । ଏପ୍ରିଲ ୨୦ ଓ ୨୧ରେ ଲକ୍ଷଣ ଦେଖାଯିବା ପରେ ଜଣେ ୭ ବର୍ଷର ନାବାଳିକା ସଂକ୍ରମିତ ହୋଇଛନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଏହି ରୋଗ ବ୍ୟାପି ନଥିବା କହିଛନ୍ତି ।
ତେବେ ନାବାଳିକାକଙ୍କ ୨ଜଣ ପଡୋଶୀ ଘର ଶିଶୁଙ୍କ ନିକଟରେ ଏହି ଲକ୍ଷଣ ଦେଖାଯିବାରୁ ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସିଗେଲୋସିସି ନାମକ ଏହି ସଂକ୍ରମଣ ଶିଗେଲା ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପୁଛି । ଦୂଷିତ ଜଳ ଏବଂ ଅପରିଷ୍କାର ଖାଦ୍ୟ ଏହି ରୋଗର ମୁଖ୍ୟ କାରଣ । ଏହି ରୋଗରେ ଆକ୍ରାନ୍ତ ହେଲେ ଜ୍ବର ପେଟ ଯନ୍ତ୍ରଣା, ବାନ୍ତି, ଥକାପଣ ଏବଂ ରକ୍ତ ଜମାଟ ଦେଖାଯିବ ।