ଓଡିଶା

odisha

ETV Bharat / bharat

କୋରୋନା ପରେ କେରଳରେ ନିପା ଭାଇରସ କୋପ, ୧୨ ବର୍ଷୀୟ ନାବାଳକ ମୃତ - କେରଳ ଖୋଜିକୋଡ

କେରଳ କୋଝିକୋଡରେ ଜଣେ ୧୨ବର୍ଷର ବାଳକ ନିପା ଭୂତାଣୁରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

କେରଳର ନିପା ଭାଇରସ କୋପ,୧୨ବର୍ଷ ନାବାଳକ ମୃତ
କେରଳର ନିପା ଭାଇରସ କୋପ,୧୨ବର୍ଷ ନାବାଳକ ମୃତ

By

Published : Sep 5, 2021, 11:32 AM IST

ଥିରୁଅନନ୍ତପୁରମ: ଦେଶରେ ପାଳି କରି ଜାରି ରହିଛି କୋରୋନା କୋପ । ଏହାରି ଭିତରେ ଅନେକ ଭୂତାଣୁର ଭୟ ମଧ୍ୟ ଦେଖିବାକୁ ମିଳିଛି । କେରଳ କୋଝିକୋଡରେ ଜଣେ ୧୨ବର୍ଷର ବାଳକ ନିପା ଭୂତାଣୁରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନାଅନୁସାରେ, ନିପା ଭୂତାଣୁର ସମସ୍ତ ଲକ୍ଷଣ ଏହି ବାଳକଠାରେ ଦେଖିବାକୁ ମିଳିଥିଲା । ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶନିବାର ରାତିରେ ବାଳକଟିର ଅବସ୍ଥା ଗୁରୁତର ହୋଇଥିଲା । ଆଜି ସକାଳ ୫ଟାରେ ଚିକିତ୍ସିତ ଅବସ୍ଥାରେ ବାଳକଟିର ମୃତ୍ୟୁ ହୋଇଛି । ପୁନେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜି ବାଳକଟିର ନମୁନା ପରୀକ୍ଷା କରିବା ପରେ ନିପା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ନିଶ୍ଚିତ କରିଛି ।

ବାଳକଟିର ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବିଣା ଗର୍ଗ । ସେ ଆହୁରି କହିଛନ୍ତି ଭୟଭୀତ ହେବାର ଆବଶ୍ୟକ ନାହିଁ । ଅଧିକରୁ ଅଧିକ ସଚେତନ ହେବାକୁ ପଡିବ । ମୃତ ବାଳକଙ୍କ ପରିବାରର ଅନ୍ୟ କେହି ସଂକ୍ରମିତ ହୋଇନାହାନ୍ତି ।

ପ୍ରକାଶ ଥାଉକି, ନିପା ଭୂତାଣୁ କୋପ ନେଇ ଗତକାଲି କେରଳରେ ସ୍ବାସ୍ଥ୍ୟ ବିଭାଗରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଆଜି କୋଝିକୋଡ ଗସ୍ତ କରିବେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ । ପ୍ରଥମ ନିପା ଭାଇରସ ସାଉଥ ଇଣ୍ଡିଆ ଖୋଜିଖୋଟ ଜିଲ୍ଲାରେ ୨୦୧୮ ମେ ୧୯ରେ ଚିହ୍ନଟ ହୋଇଥିଲା । ୨୦୧୮ ଜୁନ ୧ ତାରିଖ ସୁଦ୍ଧା ନିପା ଭାଇରସରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ଜଣ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details