ଥିରୁଅନନ୍ତପୁରମ:କେରଳରେ କୋରୋନା ସଂକ୍ରମଣର ଭୟାବହତା ଦେଖିବାକୁ ମିଳିଛି । ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଲକଡାଉନ ଲାଗୁ କରିଥିଲେ ମଧ୍ୟ ସଂକ୍ରମଣରେ ଲାଗିନି ଲୋକ । ଗତ 10 ଦିନରେ ରାଜ୍ୟରେ 1000 ସ୍ବାସ୍ଥ୍ୟକର୍ମୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରାଜ୍ୟ ମେଡିକାଲ ଅଫିସର ଆସୋସିଏସନର ଜେନେରାଲ ସେକ୍ରେଟାରୀ ଡକ୍ଟର ଟି ଏନ ସୁରେଶଙ୍କ କହିବା ଅନୁସାରେ ରାଜ୍ୟରେ ଦିନକୁ ଦିନ କ୍ଷିପ୍ର ଗତିରେ ବଢି ଚାଲିଛି କୋରୋନା । ବର୍ତ୍ତମାନ ରାଜ୍ୟରେ 4.5 ଲକ୍ଷ କୋରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହୋଇପଡୁଛନ୍ତି । ଗତ 10 ଦିନ ମଧ୍ୟରେ ପ୍ରାୟ 1 ହଜାର ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ଉତ୍ସକୁ ବଢାଇବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।