ଥିରୁଅନନ୍ତପୁରମ: କେତେ ଖୁସିରେ ଘରୁ ବୁଲିବାକୁ ବାହାରିଥିଲେ । କିଏ ପରିବାର ସହ ତ କିଏ ସାଙ୍ଗ ସାଥୀ ସହ । ହେଲେ ଦୁର୍ଘଟଣା ସବୁ କିଛି ଛାରଖାର କରିଦେଲା । କେରଳ ମଲପ୍ପୁରମର ଜିଲ୍ଲାର ତନୁର ଠାରେ ଘଟିଥିବା ନୌକା ଦୁର୍ଘଟଣାରେ 22ଜଣଙ୍କ ମୃତ୍ୟୁ ହୋଇଛି । ମଝି ଦରିଆରେ ପର୍ଯ୍ୟଟକ ଡଙ୍ଗା ଓଲଟି ପଡିବାରୁ ଏହି ବଡ ଅଘଟଣ ଘଟିଛି । ଏଥିରେ ଗୋଟିଏ ପରିବାରର 14 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଜଣେ 8 ମାସର ଶିଶୁ ରହିଥିବା ଜଣାପଡିଛି । ପରିବାରର 14 ଜଣଙ୍କୁ ହରାଇ ପରିବାର ଅନ୍ୟ ସଦସ୍ୟ ଭାଙ୍ଗି ପଡିଛନ୍ତି । ବୋଟରେ 40ରୁ ଅଧିକ ପର୍ଯ୍ୟଟକ ଥିଲେ । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।
ଗୋଟିଏ ପରିବାରର ମୃତ 14ଜଣ ତନୁରବାସୀ । କୁ୍ନ୍ନୁମାଲ ଜାବିରଙ୍କ ପରିବାରର 14 ଜଣଙ୍କ ଜୀବନ ନେଇଛି କେରଳ ନୌକା ଦୁର୍ଘଟଣା । ମୃତ 14 ଜଣଙ୍କ ମଧ୍ୟରେ ଜଣେ 8 ମାସର ଶିଶୁ ରହିଛି । ଏହି ଅଘଟଣରେ ପ୍ରାଣ ହରାଇଥିବା ଅଧିକାଂଶ ଲୋକ ମଲପ୍ପୁରମର ଜିଲ୍ଲାର ତନୁର, ପାରାପ୍ପାନାଗାଡି ଓ ଛେତିପାଡୀ ନିବାସୀ । ଗୋଟିଏ ପରିବାରର ମୃତ 14 ଜଣ ହେଲେ, କୁ୍ନ୍ନୁମାଲ ଜାବିରଙ୍କ ପତ୍ନୀ ଜଲସାଇ (42) ତାଙ୍କ ପୁଅ ଜରିର (12) ଝିଅ ଜନ୍ନା (8), ସାଇଥାଲାଭିଙ୍କ ପତ୍ନୀ ଜିନ୍ନତ (43) ଏବଂ ତାଙ୍କ ପିଲା ଅସାନା (18) ଓ ସାମ୍ମା (6), ସାଫିଆ (13), ଫିଦା ଡିଲନା (8) ଓ ତାଙ୍କ ଭଉଣୀ ନୁସରତ (35) ତାଙ୍କ ଝିଅ ଆୟେଶା ମେହରିନ (2) । ତାଙ୍କ ଭାଇ ସିରାଜଙ୍କ ପତ୍ନୀ ରାଜିନା (27), ଶାହରା (8), ଫାତିମା ରାଶିଦା (7) ଏବଂ ନାଇରା ଫାତିମା (8ମାସ) । 14 ଜଣଙ୍କୁ ହରାଇ ଆବାକ ପରିବାର । କେରଳରେ ଘଟିଥିବା ନୌକା ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଆଗକୁ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।