ଓଡିଶା

odisha

କେରଳ ରାଜ୍ୟ ବିହନ ଫାର୍ମ ହେବ ଦେଶର ପ୍ରଥମ କାର୍ବନମୁକ୍ତ ଫାର୍ମ

By

Published : Nov 30, 2022, 3:12 PM IST

ଦେଶର ପ୍ରଥମ କାର୍ବନମୁକ୍ତ ଫାର୍ମ ଭାବେ କେରଳ ରାଜ୍ୟ ବିହନ ଫାର୍ମ ମାନ୍ୟତା ପାଇଛି । ଡିସେମ୍ବର 10 ତାରିଖରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଏହି ଫାର୍ମକୁ କାର୍ବନମୁକ୍ତ ଘୋଷଣା କରିବେ । ଅଧିକ ପଢ଼ନ୍ତୁ

Kerala State Seed Farm becomes country first carbon neutral farm
କେରଳ ରାଜ୍ୟ ବିହନ ଫାର୍ମ ହେବ ଦେଶର ପ୍ରଥମ କାର୍ବନମୁକ୍ତ ଫାର୍ମ

ଥିରୁଅନନ୍ତପୁରମ:କେରଳ ରାଜ୍ୟ ବିହନ ଫାର୍ମ ହେଉଛି ଦେଶର ପ୍ରଥମ କାର୍ବନମୁକ୍ତ ଫାର୍ମ । ଡିସେମ୍ବର 10 ତାରିଖରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଏହି ଫାର୍ମକୁ କାର୍ବନମୁକ୍ତ ଘୋଷଣା କରିବେ । ଜୈବ କୃଷି କୌଶଳକୁ ଆପଣାଇ ରାସାୟନିକ ସାର ଏବଂ କୀଟନାଶକକୁ ଦୂରେଇବାରେ ଏହି ଫାର୍ମ ସଫଳ ହୋଇଛି । ଏଠାରେ କେବଳ ଜୈବିକ ଖତ ଓ ଜୈବ କୀଟନାଶକ ବ୍ୟବହାର କରାଯାଉଛି ।

କେରଳ ରାଜ୍ୟ ବିହନ ଫାର୍ମ ହେବ ଦେଶର ପ୍ରଥମ କାର୍ବନମୁକ୍ତ ଫାର୍ମ

ଚାଷରୁ ଅଙ୍ଗାରକାମ୍ଲ ନିର୍ଗମନ ଏବଂ ଫାର୍ମରେ ଅଙ୍ଗାରକାମ୍ଲର ଅବଶୋଷଣ ସମାନ ହୋଇଯାଏ, ଏହାକୁ କାର୍ବନମୁକ୍ତ କୁହାଯାଏ । ତେବେ ଏହାର ନିର୍ଗମନ ସ୍ତରକୁ ହ୍ରାସ କରିବା ପାଇଁ ଅନେକ ବୈଜ୍ଞାନିକ ପଦ୍ଧତି ବ୍ୟବହାର କରାଯାଏ । କେରଳ କୃଷି ବିଶ୍ବ ବିଦ୍ୟାଳୟ ଦ୍ବାରା ଦୁଇ ମାସ ଅଧ୍ୟୟନ ପରେ କେରଳ ରାଜ୍ୟ ବିହନ ଫାର୍ମକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । 1919 ମସିହାରେ ଆଖୁ ଚାଷ ତାଲିମ ପ୍ରତିଷ୍ଠାନ ଭାବେ ତିଆରି ହୋଇଥିବା ଫାର୍ମରେ ପରବର୍ତ୍ତି ସମୟରେ ବିହନ ତିଆରି କରାଗଲା । ଏଠାରେ ଗତ 10 ବର୍ଷ ଧରି ଏହି ଫାର୍ମରେ ରାସାୟନିକ ସାର ଓ କୀଟନାଶକର ପ୍ରୟୋଗ ହେଉନାହିଁ । ମୁଖ୍ୟତଃ ଏଠାରେ ଧାନ ଚାଷର ବିହନ ପ୍ରସ୍ତୁତ କରାଯାଏ । ଏଥିସହ ଗାଈ, କୁକୁଡା,ଛେଳି,ମାଛ ଭଳି କେତେକ ଏଠାରେ ଚାଷ କରାଯାଉଛି । ଉନ୍ନତାମାନର ଧାନ ଉତ୍ପାଦନ ପାଇଁ ବିହନ ଚାଷ କରାଯାଏ । ବିଭିନ୍ନ କିସମର ଚାଉଳ ପାଇଁ ଏଠାରେ ଉନ୍ନତମାନର ବିହନ ପ୍ରସ୍ତୁତ ହୁଏ । ଫାର୍ମରେ ବର୍ଜ୍ୟବସ୍ତୁରେ ଜୈବିକ ସାର ତିଆରି କରାଯାଉଛି । ଧାନ ବ୍ୟତୀତ ମିଠା ମକା, ତେଲ, ଟମାଟୋ, କୋବି, କଦଳୀ ଏବଂ ଡାଲି ଜାତୀୟ ଫସଲ ଚାଷ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details