ଓଡିଶା

odisha

ETV Bharat / bharat

Monkeypox: କେରଳରେ ନୂଆ ମାମଲା ଚିହ୍ନଟ, ୫କୁ ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା

କେରଳରେ ବଢିଚାଲିଛି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଏଯାବତ ୫ ଜଣ ଆକ୍ରାନ୍ତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Monkeypox: କେରଳରେ ନୂଆ ମାମଲା ଚିହ୍ନଟ, ୫କୁ ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା
Monkeypox: କେରଳରେ ନୂଆ ମାମଲା ଚିହ୍ନଟ, ୫କୁ ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା

By

Published : Aug 2, 2022, 1:37 PM IST

ଥିରୁଅନନ୍ତପୁରମ: କେରଳରେ ଚିନ୍ତା ବଢାଇବାରେ ଲାଗିଛି ମଙ୍କିପକ୍ସ । ରାଜ୍ୟରେ ଗୋଟିଏ ପରେ ଗୋଟିଏ ମାମଲା ଚିହ୍ନଟ ହେବାରେ ଲାଗିଛି । ଆଜି ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ମଲପ୍ପୁରମ ଅଞ୍ଚଳରେ ଜଣେ ଯୁବକ ଏହି ଭାଇରସର ଶିକାର ହୋଇଛନ୍ତି ।

ଏହି ଆକ୍ରାନ୍ତ ଜଣକ ଗତ ଜୁଲାଇ ୨୭ ତାରିଖରେ UAEରୁ ଆସି କୋଝିକୋଡ଼ ବିମାନବନ୍ଦରରେ ପହଞ୍ଚିଥିଲେ । ଏହାପରେ ତାଙ୍କ ଶରୀରରେ ଲକ୍ଷଣ ଦେଖାଯିବା ପରେ ତାଙ୍କର ପରୀକ୍ଷଣ କରାଯାଇଥିଲା । ଉକ୍ତ ଯୁବକଙ୍କ ମାତାପିତା ଓ କିଛି ବନ୍ଧୁ ମଧ୍ୟ ସଂସ୍ପର୍ଶରେ ଆସିଥିଲେ । ତେବେ ସେମାନଙ୍କୁ ଅବଜରଭେସନରେ ରଖାଯାଇଛି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ୫ରେ ରୋଗୀଙ୍କ ସଂଖ୍ୟା ପହଞ୍ଚିବା ପରେ ଚିନ୍ତାରେ କେରଳ ସରକାର ।

ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ କୋଲାମ ଅଞ୍ଚଳର ଥିଲେ । ତେବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଯେଉଁମାନେ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ଅବସ୍ଥା ସନ୍ତୋଷଜନକ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ।

ABOUT THE AUTHOR

...view details