ଓଡିଶା

odisha

ETV Bharat / bharat

Kerala Rains: କୋଚିକୁ ଡାଇଭର୍ଟ ହେଲେ କଲିକଟରେ ଅବତରଣ କରିବାକୁ ଥିବା 5 ଅନ୍ତର୍ଜାତୀୟ ବିମାନ

ପ୍ରବଳ ବର୍ଷା ଯୋଗୁ କେରଳରେ ବିମାନ ସେବା ପ୍ରଭାବିତ । କଲିକଟରୁ କୋଚିକୁ ଡାଇଭର୍ଟ ହେଲା 5 ଅନ୍ତର୍ଜାତୀୟ ବିମାନ । ଅଧିକ ପଢନ୍ତୁ

Kerala Rains: କୋଚିକୁ ଡାଇଭର୍ଟ ହେଲେ କଲିକଟରେ ଅବତରଣ କରିବାକୁ ଥିବା 5 ଅନ୍ତର୍ଜାତୀୟ ବିମାନ
Kerala Rains: କୋଚିକୁ ଡାଇଭର୍ଟ ହେଲେ କଲିକଟରେ ଅବତରଣ କରିବାକୁ ଥିବା 5 ଅନ୍ତର୍ଜାତୀୟ ବିମାନ

By

Published : Aug 4, 2022, 8:42 PM IST

ଥିରୁଅନନ୍ତପୁରମ:ପ୍ରବଳ ବର୍ଷା ଫଳରେ ପ୍ରତିକୂଳ ପାଗ ଯୋଗୁ କେରଳର କଲିକଟ ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା 5 ଅନ୍ତର୍ଜାତୀୟ ବିମାନକୁ କୋଚିକୁ ଡାଇଭର୍ଟ କରିବାକୁ ପଡିଛି । ଏହି ସମସ୍ତ 5 ବିମାନ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରୁ କେରଳ ଅଭିମୁଖେ ଆସିଥଲା । ତେବେ ଅତ୍ୟଧିକ ପ୍ରତିକୂଳ ପାଗ ପାଇ କଲିକଟରେ ଅବତରଣ ସମ୍ଭବ ହୋଇ ପାରିନାହିଁ ।

ଏହି ବିମାନଗୁଡିକ ମଧ୍ୟରେ, ସାରଜା ଓ ଦୁବାଇରୁ ଆସିଥିବା ଏୟାର ଆରବିଆ, ବାହାରିନରୁ ଆସିଥିବା ଗଲ୍ଫ-ଏୟାର, ଆବୁଧାବିରୁ ଉଡାଣ ଭରିଥିବା ଏୟାର ଇଣ୍ଡିଆ ଓ ଦୋହାରୁ କେରଳ ଅଭିମୁଖେ ଉଡାଣ ଭରିଥିବା କତର-ଏୟାର ଓ୍ବେଜର ବିମାନ ରହିଛି । ତେବେ ସମସ୍ତ ଡାଇଭର୍ଟ ବିମାନ ସୁରକ୍ଷିତ ଭାବେ କୋଚି ବିମାନ ବନ୍ଦରରେ ଅବତରଣ କରିଛନ୍ତି । ପରେ ପାଗରେ ସ୍ବାଭାବିକତା ଆସିବାରୁ କେବଳ କତାର ଏୟାର ଓ୍ବେଜର ବିମାନ ବ୍ୟତୀତ ଅନ୍ୟ ସମସ୍ତ ବିମାନ କଲିକଟ ଅଭିମୁଖେ ଫେରି ଯାଇଛନ୍ତି ।

କେରଳରେ ଏବେ ପ୍ରବଳ ବର୍ଷା ଜାରି ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର 8 ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ମଧ୍ୟ ଜାରି କରାଯାଇଛି । ପଠନାମଥିଟା, ଆଲାପୁଜା, କୋଟାୟାମ, ଏର୍ଣ୍ଣାକୁଲମ୍, ଇଦୁକି, ଥ୍ରୀସୁର, ପାଲକ୍କଡ ଏବଂ କନ୍ନୁର ଜିଲ୍ଲାକୁ ଆସନ୍ତା 24 ଘଣ୍ଟା ମଧ୍ୟରେ 20 ସେ.ମିରୁ ଅଧିକ ବର୍ଷା ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details