ଓଡିଶା

odisha

By

Published : Jul 31, 2022, 4:09 PM IST

ETV Bharat / bharat

ଭିନ୍ନକ୍ଷମଙ୍କ ଭାଷା ବୁଝିବା ପାଇଁ କେରଳ ପୋଲିସ ଅଧିକାରୀଙ୍କୁ ସ୍ବତନ୍ତ୍ର ତାଲିମ

କେରଳରେ ଭିନ୍ନକ୍ଷମଙ୍କ ଭାଷା ବୁଝିବା ପାଇଁ ପୋଲିସ ଅଧିକାରୀଙ୍କୁ ସାଙ୍କେତିକ ଭାଷାର (sign language) ତାଲିମ ଦିଆଯାଉଛି । ପୋଲିସ ଷ୍ଟେସନରେ ଭିନ୍ନକ୍ଷମଙ୍କୁ ପାଇଁ ଏକ ବନ୍ଧୁତ୍ବପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଦିଗରେ ଏଭଳି ଉଦ୍ୟମ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

ଭିନ୍ନକ୍ଷମଙ୍କ ଭାଷା ବୁଝିବା ପାଇଁ କେରଳ ପୋଲିସ ଅଧିକାରୀଙ୍କୁ ସ୍ବତନ୍ତ୍ର ତାଲିମ
ଭିନ୍ନକ୍ଷମଙ୍କ ଭାଷା ବୁଝିବା ପାଇଁ କେରଳ ପୋଲିସ ଅଧିକାରୀଙ୍କୁ ସ୍ବତନ୍ତ୍ର ତାଲିମ

ଥିରୁଅନନ୍ତପୁରମ: କେରଳରେ ଭିନ୍ନକ୍ଷମଙ୍କ ଭାଷା ବୁଝିବା ପାଇଁ ପୋଲିସ ଅଧିକାରୀଙ୍କୁ ସାଙ୍କେତିକ ଭାଷାର (sign language) ତାଲିମ ଦିଆଯାଉଛି । ପୋଲିସ ଷ୍ଟେସନରେ ଭିନ୍ନକ୍ଷମଙ୍କୁ ପାଇଁ ଏକ ବନ୍ଧୁତ୍ବପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଦିଗରେ ଏଭଳି ଉଦ୍ୟମ ଆରମ୍ଭ ହୋଇଛି । ଚେଭାୟାରୁ କମ୍ପୋଜିଟ ରିଜିଓନାଲ ସେଣ୍ଟର ଫର ସ୍କିଲ ଡେଭେଲପମେଣ୍ଟ(CRC) ବୈଷୟିକ ସହାୟତାରେ କୋଜିକୋଡେ ସିଟି ପୋଲିସ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ପୂର୍ବରୁ ଭିନ୍ନକ୍ଷମମାନେ ପୋଲିସ ଷ୍ଟେସନ ଆସିଲେ ସେମାନଙ୍କ ଅଭିଯୋଗ କିମ୍ବା ବୟାନ ଦେବାରେ ସକ୍ଷମ ହେଉ ନଥିବାରୁ ସେମାନଙ୍କ ବିବୃତ୍ତି ରଖିପାରୁ ନଥିଲେ । ଫଳରେ ପୋଲିସକୁ ବୁଝିବା ପାଇଁ ସମସ୍ୟା ଦେଖା ଦେଉଥିଲା । ଏଥିଯୋଗୁଁ ଅନେକ ସମୟରେ ପୋଲିସକୁ ବିଶେଷଜ୍ଞ ମାନଙ୍କ ସହାୟତ ନେବାକୁ ପଡୁଥିଲା । କିନ୍ତୁ ସାଙ୍କେତିକ ଭାଷା ତାଲିମ ନେବା ପରେ ଏଣିକି ସେମାନଙ୍କ କଥା ସହଜରେ ବୁଝି ହେବ । ପ୍ରଥମ ପର୍ଯ୍ୟାୟରେ ନଗର ପୋଲିସ କୋଜିକୋଡେ ଅନ୍ତର୍ଗତ ସମସ୍ତ ପୋଲିସ ଷ୍ଟେସନର 4 ଜଣ ଲେଖାଏଁ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି । ଗତ ଦୁଇ ଦିନ ଧରି 100ରୁ ଅଧିକ ପୋଲିସ କର୍ମଚାରୀ ସାଙ୍କେତିକ ଭାଷା ତାଲିମ ନେଇଛନ୍ତି । ଏଥିସହ 14 ଦିନିଆ ସାର୍ଟିଫିକେଟ କୋର୍ସରେ ମଧ୍ୟ ଯୋଗଦେବେ । ସ୍ବତନ୍ତ୍ର ଶାଖା ସହକାରୀ କମିଶନର ଏ. ଉମେଶ କହିଛନ୍ତି, ଏହି କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ପୋଲିସ ଷ୍ଟେସନରେ କରାଯିବ, ଯାହା ଭିନ୍ନକ୍ଷମଙ୍କ ପାଇଁ ବନ୍ଧୁତ୍ବପୂର୍ଣ୍ଣ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details