ଥିରୁଅନନ୍ତପୁରମ:ସାଧାରଣ ନାଗରିକଙ୍କୁ ବନ୍ଧୁକ ଚାଳନା ତାଲିମ୍ ଦେବ ପୋଲିସ(Kerala Poilce to Give Gun Handling Training to Civilians) । କେରଳ ପୋଲିସ ଏହି ତାଲିମ୍ ପ୍ରଦାନ କରିବ । ଯେଉଁ ଲୋକେ ବନ୍ଧୁକ ଚାଳନା ଶିଖିବାକୁ ଚାହିଁବେ ସେମାନେ ପ୍ରଶିକ୍ଷଣ ନେଇପାରିବେ । ଏଥିପାଇଁ ତାଙ୍କୁ ୫,୦୦୦ ଟଙ୍କା ଦେୟ ପ୍ରଦାନ କରିବାକୁ ହେବ । ମଙ୍ଗଳବାର କେରଳ DGP ଅନିଲକାନ୍ତ ଏ ସଂକ୍ରାନ୍ତୀୟ ଏକ ସରକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ନାଗରିକଙ୍କୁ ବନ୍ଧୁକ ଚାଳନା ତାଲିମ୍ ଦେବ କେରଳ ପୋଲିସ
ନାଗରିକଙ୍କୁ ବନ୍ଧୁକ ଚାଳନା ତାଲିମ୍ ଦେବ କେରଳ ପୋଲିସ । ତାଲିମ୍ ପାଇଁ ଦେବାକୁ ପଡିବ ୫ ହଜାର ଟଙ୍କା । ଅଧିକ ପଢନ୍ତୁ
ଯେଉଁମାନଙ୍କ ପାଖରେ ପୂର୍ବରୁ ବନ୍ଧୁକ ଲାଇସେନ୍ସ(gun license) ରହିଛି ଏବଂ ଯିଏ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି ସେମାନେ ଏହାର ଲାଭ ଉଠାଇ ପାରିବେ । ବନ୍ଧୁକ ଚାଳନା ସମ୍ପର୍କରେ ଯେଉଁ ବ୍ୟକ୍ତିଙ୍କ ଆଦୌ ଅଭିଜ୍ଞତା ନଥିବ ସେମାନେ ଏହି ତାଲିମ୍ ପାଇଁ ୫,୦୦୦ ଟଙ୍କା ଦେବେ । ସେହିପରି ଯାହାଙ୍କ ନିକଟରେ ବନ୍ଧୁକ ଚାଳନାର ସମ୍ୟକ୍ ଜ୍ଞାନ ଥିବ ଏବଂ ସେ ପ୍ରଶିକ୍ଷଣ ଚାହୁଁଥିବେ, ସେମାନେ ପାଇଁ ଏକ ହଜାର ଟଙ୍କା ପ୍ରଦାନ କରିବେ । ତେବେ ନିର୍ଦ୍ଦେଶନାମାରେ ସ୍ପଷ୍ଟ ହୋଇଛି ଯେ, ତାଲିମ୍ ପାଇଁ ଚୟନ ପ୍ରକ୍ରିୟା କଡାକଡି ହେବ । ତାଲିମ ନେବାକୁ ଆବେଦନ କରିଥିବା ସମସ୍ତ ନାଗରିକଙ୍କୁ ଚୟନ କରାଯିବ ନାହିଁ । ବିଶେଷଜ୍ଞ ଆବେଦନକାରୀଙ୍କ ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟକୁ ବିଶ୍ଲେଷଣ କରିବେ ଏବଂ ଯିଏ ଉଦ୍ଦିଷ୍ଟ ମାନଦଣ୍ଡକୁ ପାସ୍ କରିବାରେ ସକ୍ଷମ ହେବେ ତାଙ୍କୁ ତାଲିମ୍ ଦେବା ପାଇଁ ଚୟନ କରାଯିବ ।