ଥିରୁଅନନ୍ତପୁରମ: ଭାରତୀୟ ସମ୍ବିଧାନ ବିରୁଦ୍ଧରେ ଆପତ୍ତିଜନକ ବୟାନ ଦେବାର ଦିନକ ପରେ ଇସ୍ତଫା ଦେଲେ କେରଳ ମନ୍ତ୍ରୀ ସାଜି ଚେରିୟନ (Kerala Minister Saji Cheriyan resigns) । ଆଜି(ବୁଧବାର) ଚେରିୟନ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ କେରଳ ସରକାରରେ ମତ୍ସ୍ୟପାଳନ ଏବଂ ସଂସ୍କୃତି ମନ୍ତ୍ରୀ ଥିଲେ । ଚେରିୟାନ ଭାରତୀୟ ସମ୍ବିଧାନକୁ ନେଇ ବିବାଦୀୟ ବୟାନ ଦେଇଥିଲେ ।
ମାଲ୍ଲାପ୍ପଲ୍ଲୀ ଜିଲ୍ଲାର ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସାଜି ଚେରିୟନ କହିଥିଲେ ଯେ, ''ଭାରତୀୟ ସମ୍ବିଧାନ ଶୋଷଣକୁ ଅନୁମତି ଦେଉଛି । ଦେଶବାସୀଙ୍କୁ ଲୁଟିବା ପାଇଁ ଏହାର ବ୍ୟବହାର କରାଯାଉଛି ଏବଂ ବ୍ରିଟିଶ ଏହି ସମ୍ବିଧାନକୁ ପ୍ରସ୍ତୁତ କରିଛନ୍ତି ।''