ଥିରୁଅନନ୍ତପୁରମ:କେରଳରେ ଲଜ୍ଜା । ବାପା ସାଜିଲା ସୈତାନ । ନିନ୍ଦନୀୟ କାଣ୍ଡ ଘଟାଇ ବାପା-ଝିଅ ସମ୍ପର୍କରେ ଲଗାଇଛି କଳଙ୍କ । ଏଭଳି ଖାଲି ଆମେ କହୁନୁ ଖବରଟିକୁ ଜାଣିବା ପରେ ଉକ୍ତ ଅଭିଯୁକ୍ତ ପ୍ରତି ଆପଣଙ୍କ ମୁହଁରୁ ବାହାରିବ ଏପରି କିଛି ଶବ୍ଦ । ଅଭିଯୁକ୍ତ ପିତା ଗତ ୨ ବର୍ଷ ଧରି ନିଜ ଝିଅଙ୍କ ସହିତ କରୁଥିଲା ଦୁଷ୍କର୍ମ । ଘଟଣା ସାମନାକୁ ଆସିବା ପରେ ମଞ୍ଜେରିର POCSO ସ୍ପେଶାଲ କୋର୍ଟ ଅଭିଯୁକ୍ତ ୨ ଥର ଆଜୀବନ କାରାଦଣ୍ଡାଦେଶ ସହିତ ୩ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଶୁଣାଇଛନ୍ତି ।
ଏହି ୫୫ ବର୍ଷୀୟ ଅଭିଯୁକ୍ତ ଜଣକ ନିଜ ପତ୍ନୀ ସହିତ ଝଗଡ଼ା କରିବା ପରେ ୧୫ ଓ ୧୭ ବର୍ଷର ଝିଅଙ୍କ ସହିତ ଏଭଳି ଅମାନବୀୟ କାଣ୍ଡ ଘଟାଉଥିଲା । ୨୦୧୪ ମସିହାଠାରୁ ୨୦୧୬ ମସିହା ପର୍ଯ୍ୟନ୍ତ ପତ୍ନୀ ସହିତ ଝଗଡ଼ା କରି ଏପରି ଭାବରେ ଦୁଷ୍କର୍ମ କରୁଥିଲା । ପୀଡ଼ିତା ଝିଅ ୨ ଜଣ ତାଙ୍କ ମାଆ ତଥା ଅଭିଯୁକ୍ତର ପତ୍ନୀଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା । ୨୦୧୬ ମସିହା ମାର୍ଚ୍ଚ ମାସରେ ପୀଡ଼ିତାଙ୍କ ମାଆ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୀଡ଼ିତା ୨ ଜଣ ଅଭିଯୋଗ କରିବା ପରେ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ଅଭିଯୁକ୍ତ ବାପା ଧମକ ମଧ୍ୟ ଦେଇଥିଲା ।