ଓଡିଶା

odisha

ETV Bharat / bharat

କେରଳ ରାଜ୍ୟପାଳଙ୍କ କନଭୟକୁ ଆକ୍ରମଣ ଘଟଣା: ଡିଜିପିଙ୍କୁ ରିପୋର୍ଟ ଦେଲେ ସିଟି ପୋଲିସ କମିଶନର - କେରଳ ରାଜ୍ୟପାଳ

(Kerala Governor stopped by protestors) କେରଳ ରାଜ୍ୟପାଳଙ୍କ କାଫିଲାକୁ ଆକ୍ରମଣ ଘଟଣାରେ ପୋଲିସ ଡିଜିଙ୍କୁ ତଦନ୍ତ ରିପୋର୍ଟ ଦେଲେ ଥିରୁଅନନ୍ତପୁରମ ପୋଲିସ କମିଶନର । ଏହାକୁ ମୁଖ୍ୟମନ୍ତ୍ରୀ ବିୟୟନଙ୍କ ଷଡଯନ୍ତ୍ର ବୋଲି କହିଲେ ରାଜ୍ୟପାଳ । ଅଧିକ ପଢନ୍ତୁ

କେରଳ ରାଜ୍ୟପାଳଙ୍କୁ ଆକ୍ରମଣ ଘଟଣା: ଡିଜିପିଙ୍କୁ ରିପୋର୍ଟ ଦେଲେ ସିଟି ପୋଲିସ କମିଶନର
କେରଳ ରାଜ୍ୟପାଳଙ୍କୁ ଆକ୍ରମଣ ଘଟଣା: ଡିଜିପିଙ୍କୁ ରିପୋର୍ଟ ଦେଲେ ସିଟି ପୋଲିସ କମିଶନର

By ETV Bharat Odisha Team

Published : Dec 12, 2023, 9:35 PM IST

ଥିରୁଅନନ୍ତପୁରମ: ଗତକାଲି ରାତିରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ କାଫିଲା ଓ ତାଙ୍କ କାରକୁ ହୋଇଥିବା ଆକ୍ରମଣ ଘଟଣାରେ କେରଳ ରାଜନୀତି ଉଷ୍ମ ହେବାରେ ଲାଗିଛି । ରାଜ୍ୟପାଳ ଖାନ ଏହାକୁ ସୁରକ୍ଷା ତ୍ରୁଟି ନୁହେଁ ବରଂ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନଙ୍କ ନିର୍ଦ୍ଦେଶରେ କରାଯାଇଥିବା ଗୁଣ୍ଡାଗର୍ଦ୍ଦି ବୋଲି କହିଛନ୍ତି । ଆଜି ସଂଧ୍ୟାରେ ଥିରୁଅନନ୍ତପୁରମ ପୋଲିସ କମିଶନର ଘଟଣାର ତଦନ୍ତ ରିପୋର୍ଟ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ପ୍ରଦାନ କରିଛନ୍ତି ।

ସୂଚନା ଅନୁସାରେ, ଗତକାଲି (ସୋମବାର) ରାତିରେ ରାଜ୍ୟପାଳଙ୍କ ଏକ କାର୍ଯ୍ୟକ୍ରମକୁ ଯିବାବେଳେ ଏସଆଇଏଫ ପକ୍ଷରୁ ବିରୋଧ କରାଯାଇଥିଲା । କେତକ କର୍ମୀ ହାତରେ କଳାପତାକା ଧରି ରାଜ୍ୟପାଳଙ୍କ କାଫିଲା ସୁରକ୍ଷା ଭେଦ କରି ରାଜ୍ୟପାଳ ବସିଥିବା ଗାଡି ନିକଟରେ ପହଞ୍ଚିବାରେ ସଫଳ ହୋଇଥିଲେ । ସେମାନେ ରାଜ୍ୟାପାଳଙ୍କୁ ବିରୋଧ କରିବା ସହ ନାରାବାଜୀ କରିଥିଲେ । ଏପରିକି ସେମାନେ କାରକୁ ଧକ୍କା ମାରିବା ସହ ରାଜ୍ୟପାଳଙ୍କୁ ଭୟଭୀତ କରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ । ନିକଟରେ ରାଜ୍ୟପାଳଙ୍କ ସୁରକ୍ଷାକର୍ମୀ ଓ ପୋଲିସ ଥିଲେ ସୁଦ୍ଧା କିଛି ସମୟ ପାଇଁ ଅପ୍ରତିକର ସ୍ଥିତି ସୃଷ୍ଟି ହୋଇଥିଲା । ରାଜ୍ୟପାଳ ଖାନ କାରରୁ ଓହ୍ଲାଇ ପଡିଥିଲେ । ପ୍ରଦର୍ଶନକାରୀମାନେ ଘଟଣାସ୍ଥଳରୁ ଚାଲିଯାଇଥିବା ଜଣାପଡିଥିଲା ।

ତେବେ ଏହି ମାମଲାରେ ସିଧା ମଖ୍ୟମନ୍ତ୍ରୀ ବିଜୟନଙ୍କ ଉପରେ ବର୍ଷିଛନ୍ତି ରାଜ୍ୟପାଳ ଖାନ । ମୁଖ୍ୟମନ୍ତ୍ରୀ ବିଜୟନଙ୍କ ନିର୍ଦ୍ଦେଶରେ ତାଙ୍କ ଉପରେ ଆକ୍ରମଣ ପାଇଁ ଏଭଳି ଷଡଯନ୍ତ୍ର କରାଯାଇଥିଲା । ତାଙ୍କୁ ଆକ୍ରମଣ କରିବାକୁ ମୁଖ୍ୟମନ୍ତ୍ରୀ ଗୁଣ୍ଡା ପଠାଇଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଥିଲେ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏପରି କରି ତାଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରାଯାଇଛି । ସେ ଭୟଭୀତ ହେବା ଲୋକ ନୁହନ୍ତି ବୋଲି ରାଜ୍ୟପାଳ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ବୈଠକ ପୂର୍ବରୁ ପଛଧାଡ଼ିରେ ବସିଥିଲେ, ଭେଟେରାନଙ୍କୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ହେଲେ ନବାଗତ ବିଧାୟକ

ତେବେ ରାଜ୍ୟପାଳଙ୍କ ପରି ରାଜ୍ୟର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଏହି ଘଟଣାର ତଦନ୍ତ ଥିରୁଅନନ୍ତପୁରମ ପୋଲିସ କମିଶନର କରିଥିଲେ । ଏହି ତଦନ୍ତ ସମ୍ପର୍କିତ ରିପୋର୍ଟ ସେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଦାଖଲ କରିଥିବା ଜଣାପଡିଛି । ତେବେ ପୂର୍ବରୁ କେରଳରେ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ବିବାଦ ରହିଥିବା ବେଳେ ଏହି ଘଟଣା ରାଜ୍ୟ ରାଜନୀତିକୁ ଆହୁରି ଉଷ୍ମ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details