ଓଡିଶା

odisha

ETV Bharat / bharat

ଦୁଇ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଉପରେ ଖପ୍ପା ହେଲେ କେରଳ ରାଜ୍ୟପାଳ, କହିଲେ ଗେଟ ଆଉଟ - କେରଳ ରାଜ୍ୟପାଳ

ପ୍ରେସମିଟ ବେଳେ ଉତ୍ତେଜିତ ହେଲେ କେରଳ ରାଜ୍ୟପାଳ । ଦୁଇ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଲେ ଗେଟ ଆଉଟ (Arif Mohammad asks to get out media)। ଅଧିକ ପଢନ୍ତୁ

ଦୁଇ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଉପରେ ଖପ୍ପା ହେଲେ କେରଳ ରାଜ୍ୟପାଳ, କହିଲେ ଗେଟ ଆଉଟ
ଦୁଇ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଉପରେ ଖପ୍ପା ହେଲେ କେରଳ ରାଜ୍ୟପାଳ, କହିଲେ ଗେଟ ଆଉଟ

By

Published : Nov 7, 2022, 6:12 PM IST

ଥିରୁଅନନ୍ତପୁରମ:ଦୁଇ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗେଟ ଆଉଟ କହିଲେ ରାଜ୍ୟପାଳ । କେରଳରେ ଜାରି ରହିଥିବା ରାଜ୍ୟପାଳ ଓ ସରକାର ବିବାଦ ମଧ୍ୟରେ ଚର୍ଚ୍ଚାରେ ରହିଛନ୍ତି ରାଜ୍ୟପାଳ ଆରିଫ ମହମ୍ମଦ । ତେବେ ଆଜି (ସୋମବାର) ଏକ ପ୍ରେସମିଟ ବେଳେ ଦୁଇ ସ୍ଥାନୀୟ ମାଲାୟଲାମ ଭାଷାର ବୈଦୁତ୍ୟିକ ଗଣମାଧ୍ୟମ ପ୍ରତନିଧିଙ୍କ ଉପରେ ଖପ୍ପା ହୋଇଛନ୍ତି ରାଜ୍ୟପାଳ ଆରିଫ ମହମ୍ମଦ (Arif Mohammad asks to get out media)। ଉଭୟ ଚ୍ୟାନେଲର ପ୍ରତିନିଧି ଏଠି ଉପସ୍ଥିତ ଅଛନ୍ତି ବୋଲି ସେ ପ୍ରଶ୍ନ କରିବା ସହ ଉଭୟ ପ୍ରେସମିଟରୁ ଚାଲି ଯାଆନ୍ତୁ ବୋଲି ମଧ୍ୟ କହିଥିଲେ ରାଜ୍ୟପାଳ ଆରିଫ ମହମ୍ମଦ ।

ଉଭୟ ଗଣମାଧ୍ୟମ ସଂସ୍ଥା ରାଜନୈତିକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ତାଙ୍କ ବିରୋଧରେ କ୍ୟାମ୍ପେନ ଚଳାଉଛନ୍ତି ବୋଲି ସେ ଅଭିଯୋଗ ମଧ୍ୟ କରିଛନ୍ତି । ଏହି ଦୁଇ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ହେଉଛି, କାଇରାଲି ନ୍ୟୁଜ (Kairali News) ଓ ଅନ୍ୟଟି ମିଡିଆ ଓ୍ବାନ (Media One) । ଉଭୟ ସ୍ଥାନୀୟ ମାଲାୟଲମ ଭାଷାରେ ପ୍ରସାରିତ ହେଉଥିବା ବୈଦୁତିକ ଗଣମାଧ୍ୟମ । ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ପୂର୍ବରୁ ଏହି ପ୍ରସଙ୍ଗରେ ସେ ଖୁବ ଉତ୍ତେଜିତ ନଜର ଆସିଥିଲେ ଆରିଫ ମହମ୍ମଦ । ରାଜ୍ୟପାଳଙ୍କ (Kerala governor Arif Mohammad) ଗେଟ ଆଉଟ କହିବା ପରେ ଉଭୟ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ପ୍ରେସମିଟ ସ୍ଥଳ ଛାଡି ଚାଲିଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ:କେରଳରେ ସାମ୍ବିଧାନିକ ସଙ୍କଟ: ମୁଖ୍ୟମନ୍ତ୍ରୀ ବିଜୟନ କହିଲେ RSS ଏଜେଣ୍ଡାରେ କାମ କରୁଛନ୍ତି ରାଜ୍ୟପାଳ

ସୂଚନା ଅନୁସାରେ, ଆଜି ଅପରାହ୍ନରେ ରାଜ୍ୟପାଳ ଆରିଫ ମହମ୍ମଦ ପ୍ରେସମିଟ କରିବା ସମୟରେ ଏହି ଦୁଇ ଗଣମାଧ୍ୟମକୁ ବାରଣ କରିବା ସହ ସ୍ଥାନ ଛାଡି ଚାଲିଯିବାକୁ କହିଥିଲେ । ରାଜ୍ୟପାଳ ଆରିଫ କହିଥିଲେ, ‘‘ସେ ଗଣମାଧ୍ୟମକୁ ସମ୍ମାନ ଦିଅନ୍ତି ,କିନ୍ତୁ ସେ ଏହି ଦୁଇ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ରାଜନୈତିକ ମୁଖା ପିନ୍ଧିଛନ୍ତି । ସେମାନେ ନିର୍ଦ୍ଦିଷ୍ଟ ଦଳର କ୍ୟାଡର ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ବିରୋଧରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି ।’’ ଏହି ଦୁଇ ନିର୍ଦ୍ଦଷ୍ଟ ଗଣମାଧ୍ୟମର ନାମ ନେଇ ଏହାର କୌଣସି ପ୍ରତିନିଧି ଏଠାରେ ଅଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ । ଜଣେ ସାମ୍ବାଦିକ ଉପସ୍ଥିତ ଥିବା ନେଇ ଉତ୍ତର ଦେବା ପରେ ଉତ୍ତେଜିତ ହୋଇପଡିଥିଲେ ରାଜ୍ୟପାଳ । ମୁଁ ତୁମ ସହ କୌଣସି କଥା ହେବାକୁ ଚାହୁଁନି, ଗେଟ ଆଉଟ ବୋଲି କହିଥିଲେ ରାଜ୍ୟପାଳ ଆରିଫ ।

ଏହା ମଧ୍ୟ ପଢନ୍ତୁ:ରାଜ୍ୟପାଳଙ୍କ କାରଣ ଦର୍ଶାଅ ନୋଟିସକୁ ବିରୋଧ, ହାଇକୋର୍ଟ ଗଲେ 7 କୁଳପତି

ଏହା ପୂର୍ବରୁ କେରଳରେ କୁଳପତିଙ୍କ ନିଯୁକ୍ତି ଖାରଜ ପ୍ରସଙ୍ଗରେ ଜାରି ରହିଥିବା ସାମ୍ବିଧାନିକ ସଙ୍କଟ ମଧ୍ୟରେ ରାଜ୍ୟର କିଛି ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ରାଜନୈତିକ ଏଜେଣ୍ଡାରେ କାର୍ଯ୍ୟ କରୁଥିବା ରାଜଭବନ ପକ୍ଷରୁ କୁହାଯାଇଥିଲା । ଅକ୍ଟୋବର 24 ତାରିଖରେ ଏପରି ଅଭିଯୋଗ ସହ 4ଟି ମାଲାୟଲାମ ନ୍ୟୁଜ ଚ୍ୟାନେଲକୁ ରାଜଭବନରେ ପ୍ରବେଶ ଉପରେ କଟକଣା ମଧ୍ୟ ଜାରି କରାଯାଇଥିଲା । ଏହି 4ଟି ଚ୍ୟାନେଲ ମଧ୍ୟରେ ଏହି ଦୁଇ ଚ୍ୟାନେଲ ମଧ୍ୟ ରହିଥିଲେ । ଆଜି ପ୍ରେସମିଟ ବେଳେ ରାଜ୍ୟପାଳ ଉତ୍ତେଜିତ ହେବା ସହ ଉଭୟ ଚ୍ୟାନେଲର ପ୍ରତିନିଧିଙ୍କୁ ସ୍ଥାନ ଛାଡି ଚାଲିଯିବାକୁ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details