ଥିରୁଅନନ୍ତପୁରମ :ସଂକ୍ରମଣ କବଳରେ କେରଳ । ପ୍ରଥମ ଲହର ଅପେକ୍ଷା ଅଧିକ ଘାତକ ହୋଇଛି ଦ୍ବିତୀୟ ଲହର । ଦ୍ବିତୀୟ ଲହର ସମୟରେ ରାଜ୍ୟ ଅନେକ ସଙ୍କଟର ସାମ୍ନା କରିଥିବା କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ସେପ୍ଟେମ୍ବର 3 ରୁ 9 ମଧ୍ୟରେ ହାରାହାରି ସକ୍ରିୟ ମାମଲା 2,42,278 ଥିଲା। କେବଳ 13 ପ୍ରତିଶତ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏକ ପ୍ରତିଶତ ରୋଗୀ ଆଇସିୟୁରେ ଚିକିତ୍ସିତ ହୋଇଥିଲେ। ସେହି ସମୟରେ ମଧ୍ୟ 1 ଲକ୍ଷ 87 ହଜାର 561 ନୂଆ ମାମଲା ଚିହ୍ନଟ ହୋଇଥିଲା । ଗତ ସପ୍ତାହ ତୁଳନାରେ ଏ ସପ୍ତାହରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 21,000କୁ ହ୍ରାସ ପାଇଛି ।
ପ୍ରଥମ ଲହରରେ ICMR ଦେଇଥିବା ରିପୋର୍ଟରେ ରାଜ୍ୟରେ କୋରୋନାର ପ୍ରଭାବ ବହୁତ କମ ଥିଲା । ପ୍ରଥମ ଲହରରେ ରାଜ୍ୟରେ ପ୍ରାୟ 11% ଲୋକ ସଂକ୍ରମିତ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଅଧିକ ଜନସଂଖ୍ୟା କାରଣରୁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମୃତ୍ୟୁହାର ଅଧିକ ଥିଲା । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏପରିକି ମୃତ୍ୟୁ ହାରରେ ମଧ୍ୟ ଏପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି ।