ଥିରୁଅନନ୍ତପୁରମ: ଆତ୍ମହତ୍ୟା କରିବା ଲାଗି ଉଭୟ ମନସ୍ଥ କରିଥିଲେ (Kerala couple enters into suicide pact) । ହେଲେ ମୃତ୍ୟୁର କରାଳ ରୂପ ଦେଖି ପଛଘୁଞ୍ଚା ଦେଇଛନ୍ତି ମହିଳା (woman backs out) । ଏପରି ସ୍ଥଳେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣକ ଚରମ ନିଷ୍ପତ୍ତି ନେବାରୁ ବର୍ତ୍ତି ଯାଇଛନ୍ତି । ଏହି ଦମ୍ପତି ଉଭୟ ମିଶିକି ଆତ୍ମହତ୍ୟା କରିବା ଲାଗି ସ୍ଥିର କରିଥିବା ବେଳେ ପ୍ରଥମେ ଯୁବକ ଜଣକ ଫାଶୀ ଦେଇଥିଲେ । ଯୁବକଙ୍କ ଅବସ୍ଥା ଦେଖିବା ପରେ ଭୟରେ ଥରି ଉଠି ମହିଳା ଜଣକ ଏଭଳି ଦୁଃସାହସ କରିପାରିନଥିଲେ । ଏଭଳି ଏକ ଘଟଣା କେରଳ ପଥାନାମଥିତ୍ତା ଜିଲ୍ଲାରେ ଘଟିଛି ।
ମିଳିଥିବା ସୂଚନା ଅନୁସାରେ ଏହି ଦମ୍ପତି ସ୍ଥାନୀୟ ଏକ ହୋଟେଲରେ ରହିଥିଲେ । ଦୁହେଁ ମିଶି ଜୀବନର ଚରମ ନିଷ୍ପତ୍ତି ନେବାକୁ ମନସ୍ଥ କରିଥିଲେ । ହେଲେ ମୃତ୍ୟୁର କୂଅକୁ ପ୍ରଥମେ ଡେଇଁ ପଡ଼ିଥିଲେ ଯୁବକ (୩୧) । ଗତ ସୋମବାର ରାତିରେ ହଠାତ ହୋଟେଲରୁ ଜଣେ ମହିଳାଙ୍କ ଭୟଙ୍କର ଚିତ୍କାର ଶୁଭିଥିଲା । ଏହାପରେ ହୋଟେଲ କର୍ମଚାରୀ ଶବ୍ଦ ଆସୁଥିବା ସ୍ଥାନକୁ ଧାଇଁଥିଲେ । ସେମାନେ ମଧ୍ୟ ଦୃଶ୍ୟକୁ ଦେଖି ସ୍ତବ୍ଧ ହୋଇପଡ଼ିଥିଲେ । ଏହି ରୁମରେ ରହୁଥିବା ଦମ୍ପତିଙ୍କ ମଧ୍ୟରୁ ଯୁବକଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ କର୍ମଚାରୀ ମାନେ ଦେଖିଥିଲେ । ଯୁବକଙ୍କ ଶରୀରରୁ ରକ୍ତବୁନ୍ଦା ତଳେ ବସିଥିବା ମହିଳାଙ୍କୁ ଉପରେ ପଡ଼ିଥିଲା । ସେହିପରି ମହିଳାଙ୍କ କାନରୁ ରକ୍ତ ବାହାରୁଥିବା ଦେଖିଥିଲେ ।