ଓଡିଶା

odisha

ETV Bharat / bharat

Agnipath protests: ଯୋଜନା ସ୍ଥଗିତ ରଖିବା ପାଇଁ ମୋଦିଙ୍କୁ ବିଜୟନଙ୍କ ଅନୁରୋଧ - ଅଗ୍ନିପଥ ଯୋଜନା ବିବାଦ

ଅଗ୍ନିପଥ ଯୋଜନାକୁ ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କେରଳ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଅନୁରୋଧ । କହିଲେ ଦେଶବ୍ୟାପୀ ହିଂସା ଯୁବପିଢିଙ୍କ ମଧ୍ୟରେ ଥିବା ଅସନ୍ତୋଷର ସ୍ପଷ୍ଟ ସଙ୍କେତ । ଯୋଜନାର କାର୍ଯ୍ୟକାରୀତା ସ୍ଥଗିତ ରଖି ଯୁବପିଢିଙ୍କ ଭୟ ଦୂର କରନ୍ତୁ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

Agnipath protests: ଯୋଜନା ସ୍ଥଗିତ ରଖିବା ପାଇଁ ମୋଦିଙ୍କୁ ବିଜୟନଙ୍କୁ ଅନୁରୋଧ
Agnipath protests: ଯୋଜନା ସ୍ଥଗିତ ରଖିବା ପାଇଁ ମୋଦିଙ୍କୁ ବିଜୟନଙ୍କୁ ଅନୁରୋଧ

By

Published : Jun 18, 2022, 10:48 PM IST

ଥିରୁଅନନ୍ତପୁରମ:କେନ୍ଦ୍ର ଆଣିଥିବା ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ପ୍ରତିବାଦ ଓ ହିଂସା ଦେଖିବାକୁ ମିଳୁଛି । ଏପରି ସମୟରେ ବିରୋଧୀମାନେ ମଧ୍ୟ ମୋଦି ସରକାରଙ୍କ ଏପରି ନିଷ୍ପତ୍ତିକୁ ସମାଲୋଚନା କରିବାରେ ଲାଗିଛନ୍ତି । ଜାରି ରହିଥିବା ହିଂସାକୁ ଦୃଷ୍ଟିରେ ରଖି ଯୋଜନାକୁ ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ।

ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି, ଯୋଜନା ବିରୋଧରେ ଦେଖାଯାଇଥିବା ହିଂସା ଦେଶର ଯୁବପିଢିଙ୍କ ମଧ୍ୟରେ ଥିବା ଆକ୍ରୋଶର ସ୍ପଷ୍ଟ ପ୍ରତିଫଳନ । କେନ୍ଦ୍ର ସରକାର ଯୋଜନାର କାର୍ଯ୍ୟକାରୀତାକୁ ସ୍ଥଗିତ ରଖିବା ସହ ଯୁବପିଢିଙ୍କ ମଧ୍ୟରେ ଯୋଜନା ନେଇ ଥିବା ଭୟ ଦୂର କରନ୍ତୁ । ତେବେ ଅଗ୍ନିପଥ ଯୋଜନାକୁ ନେଇ ଆକ୍ରୋଶ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦେଖିବାକୁ ମିଳୁଛି ।

ଦେଶର ଏକାଧିକ ରାଜ୍ୟରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ଯୋଜନାକୁ ବିରୋଧ କରି ପ୍ରତ୍ୟାହାର କରିବା ପାଇଁ ମଧ୍ୟ ଦାବି ଜୋର ଧରିବାରେ ଲାଗିଛି । କଂଗ୍ରେସ ସମେତ ଅନ୍ୟ କିଛି ବିରୋଧୀ ଆନ୍ଦୋଳନକାରୀ ଛାତ୍ରଙ୍କ ସପକ୍ଷରେ ବାହାରିଛନ୍ତି । କୃଷି ଆଇନ ପରି ଏହି ଯୋଜନା ମଧ୍ୟ କେନ୍ଦ୍ର ସରକାର ପ୍ରତ୍ୟାହାର କରିବେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details