ଓଡିଶା

odisha

By

Published : Dec 14, 2020, 11:01 AM IST

ETV Bharat / bharat

କେରଳ ପଞ୍ଚାୟତ-ପୌର ନିର୍ବାଚନ: ତୃତୀୟ ପର୍ଯ୍ୟାୟ ମତଦାନ ଜାରି

କେରଳ ପଞ୍ଚାୟତ-ପୌର ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଜାରି । ଭୋଟ ଦେଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

କେରଳ ପଞ୍ଚାୟତ-ପୌର ନିର୍ବାଚନ
କେରଳ ପଞ୍ଚାୟତ-ପୌର ନିର୍ବାଚନ

ଥିରୁବନନ୍ତପୁରମ୍‌: କେରଳରେ ଚାଲିଥିବା ପଞ୍ଚାୟତ ଓ ପୌର ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ମାଲାପୁରମ୍‌, କୋଝିକୋଡ୍‌, କାନ୍ନୁର ଓ କସରଗଡର 6867ଟି ୱାର୍ଡରେ ମତଦାନ ଚାଲୁଛି । ଏହି ପର୍ଯ୍ୟାୟ ନିର୍ବାଚନ ଶେଷ ପର୍ଯ୍ୟାୟ ହୋଇଥିବାବେଳେ ମତଦାନ ଉପରେ ସମସ୍ତଙ୍କ ନିଜର ରହିଛି ।

ସକାଳ 7ଟାରୁ ଭୋଟ ଗ୍ରହଣ ଜାରି ରହିଥିବାବେଳେ ଏହା ସନ୍ଧ୍ୟା 6ଟା ଯାଏଁ ଚାଲିବ । ତେବେ ଏହି ପର୍ଯ୍ୟାୟ ମତଦାନରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଭୋଟ ଦେଇଛନ୍ତି । ସେ ସକାଳୁ କାନ୍ନୁରରେ ନିଜର ମତ ସାବ୍ୟସ୍ତ କରିଛନ୍ତି ।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଶେଷ ପର୍ଯ୍ୟାୟରେ ସମୁଦାୟ 89,74,993 ଭୋଟର ନିଜ ମତ ସାବ୍ୟସ୍ତ କରିବେ । ଯେଉଁଥିରେ 42,87,597ଜଣ ପୁରୁଷ ଓ 46,87,310 ଜଣ ମହିଳା ଅଛନ୍ତି । ସେହିପରି 86 ଜଣ ତୃତୀୟ ଲିଙ୍ଗ ରହିଛନ୍ତି ।

ଏହି ଭୋଟରଙ୍କ ମଧ୍ୟରେ 71,906 ଜଣ ପ୍ରଥମ ଥର ପାଇଁ ଭୋଟ ଦେଉଥିବାବେଳେ 1,747 ଜଣ ଏନଆରଆଇ ରହିଛନ୍ତି । ଭୋଟ ଦେବା ପାଇଁ 10,842ଟି ମତଦାନ କେନ୍ଦ୍ର ହୋଇଛି । ନିର୍ବାଚନ ପରିଚାଳନା ପାଇଁ 52,285 ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ଡିସେମ୍ବର 16ତାରିଖରେ ଭୋଟ ଗଣତି ହେବ ।

ସୂଚନାଥାଉକି, ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ 76.38 ପ୍ରତିଶତ ମତଦାନ ହୋଇଥିଲା । ସେହିପରି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 72.67 ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା । ତେବେ ନିର୍ବାଚନରେ ଏଲଡିଏଫ(ଲେଫ୍ଟ ଡେମୋକ୍ରାଟିକ୍‌ ଫ୍ରଣ୍ଟ), ୟୁଡିଏଫ(ୟୁନାଇଡେଟ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌) ଓ ଏନଡିଏ(ନ୍ୟାସନାଲ ଡେମୋକ୍ରାଟିକ୍‌ ଏଲାଏନ୍ସ) ମଧ୍ୟରେ ଲଢେଇ ହେଉଛି । ତ୍ରିପାକ୍ଷିକ ଲଢେଇରେ ଯିଏ ବାଜି ମାତ କରିବ ସେ ଆସନ୍ତା ମେ ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆଗରେ ରହିବ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details