ଥିରୁଅନନ୍ତପୁରମ:ଏ ହେଉଛି ୨୦୨୨ ମସିହା । ଏହି ସମୟରେ ସବୁଠୁ ଶକ୍ତିଶାଳୀ ହେଉଛି ସୋସିଆଲ ମିଡ଼ିଆ । ଏହି ପ୍ଲାର୍ଟଫର୍ମ ବିନା କୌଣସି ପ୍ରତିବନ୍ଧକରେ ପ୍ରତିଭା ଥିଲେ ଆପଣଙ୍କୁ ବନାଇପାରେ ଷ୍ଟାର । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଭାଗ୍ୟର ତାଲା । ଏପରିକି ଏହା ଜଣଙ୍କୁ ରାସ୍ତାକଡ଼ ବିକାଳୀରୁ ମଧ୍ୟ ରାତାରାତି ବନାଇପାରେ ମଡେଲର୍ । ବଚପନ କା ପ୍ୟାର ସିଙ୍ଗର ସହଦେବ ଦିର୍ଦୋଠୁ ଆରମ୍ଭ କରି ବାବା କା ଢାବା ଭଳି ସେନ୍ସେସନଙ୍କ ତାଲିକାରେ ଯୋଡ଼ି ହୋଇଛନ୍ତି କେରଳର ଟିନ୍ ଗର୍ଲ କିସବୁ (Kisbu) ।
କିସବୁଙ୍କ ମେକଓଭର ପରେ ଏବେ ତାଙ୍କୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା । ଭାଇରାଲ ହେଉଛି ତାଙ୍କ ନୂ୍ଆ ଅନ୍ଦାଜର ଫଟୋ । ଫଟୋଗ୍ରାଫର ଅର୍ଜୁନ କ୍ରୀଷ୍ଣନଙ୍କ ନଜର ଏହି ବେଲୁନ ବିକାଳୀଙ୍କ ଉପରେ ପ୍ରଥମେ ପଡ଼ିଥିଲା । ସେ କିସବୁଙ୍କୁ କେରଳର ଏକ ମନ୍ଦିର ନିକଟରେ ଦେଖିଥିଲେ । ଆଉ ଏକ କ୍ବିକ ସଟ୍ ନେଇଥିଲେ । ଏହି ଫଟୋକୁ ସେ ନିଜ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ନେଟିଜେନ୍ସ ଏଥିରେ ବହୁଳ ମାତ୍ରାରେ ପ୍ରତିକ୍ରିୟା ରଖିଥିଲେ । ଏହାପରେ ଫଟୋଗ୍ରାଫର ଅର୍ଜୁନଙ୍କୁ କିସବୁଙ୍କ ମେକଓଭର କରିବାକୁ ପ୍ରେରଣା ଯୋଗାଇଥିଲା ।