କେରଳ: ପ୍ରେମକୁ ସ୍ବୀକାର କରିଲେ ନାହିଁ ପରିବାର ବର୍ଗ । ଫଳରେ ଏକା ସାଙ୍ଗରେ ଜୀବନ ବିତାଇ ନ ପାରିବାରୁ ଏକା ସାଙ୍ଗରେ ମରିବାକୁ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ । ଏନେଇ ଫିଲ୍ମ ଷ୍ଟାଇଲରେ ପ୍ରେମିକା ଜଣକ ନିଜ ପ୍ରେମିକର ଭ୍ୟାନ କାଟିବା ପରେ ନିଜର ଭେନ୍ କାଟିଦେଇଛନ୍ତି । ପ୍ରେମର ଏଭଳି କରୁଣ ପରିଣତି ଦେଖିବାକୁ ମିଳିଛି କେରଳ କୋଝିକୋଡରେ ।
ପ୍ରେମ ଶାଶ୍ବତ, ପ୍ରେମ ଚିରନ୍ତନ ଆଉ କେତେବେଳେ ପ୍ରେମ ଅନ୍ଧ । ପ୍ରେମ ଆଗରେ ସବୁକିଛି ହାର ମାନିଛି । ପ୍ରେମ ପାଇଁ ନିଜ ଜୀବନ ହାରିଥିବା ଘଟଣା ଗଣମାଧ୍ୟମରେ ଅନେକ ପ୍ରକାଶ ପାଇଛି । କିଏ ପ୍ରେମରେ ବିଫଳ ହୋଇ ଜୀବନ ହାରିଛି ତ କେତେବେଳେ ପ୍ରେମରେ ପରିବାର ବିରୋଧୀ ହେଲେ ପ୍ରେମୀଯୁଗଳ ଏକାସାଙ୍ଗରେ ଜୀବନ ହାରୁଛନ୍ତି । କେରଳ କୋଝିକଡରେ ୧୫ ବର୍ଷୀୟା ନାବାଳିକା ପ୍ରେମିକା ଓ ପ୍ରେମିକ ଉଭୟ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଇଆସୁଥିଲେ । ପରେ ଉଭୟଙ୍କ ପରିବାରବର୍ଗ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ । ଉଭୟଙ୍କ ପରିବାର ବର୍ଗ ଏନେଇ ସେମାନଙ୍କୁ ପ୍ରେମରେ ବିରୋଧ କରିବା ସହିତ ଗାଳିଗୁଲଜ ମଧ୍ୟ କରିଥିଲେ । ଏହା ସହିତ କେହି କାହା ସହିତ ଦେଖା ନକରିବାକୁ ସମ୍ପୂର୍ଣ୍ଣ ବାରଣ କରିଥିଲେ ।