ଓଡିଶା

odisha

ETV Bharat / bharat

କଂଗ୍ରେସର ସଙ୍ଗୀନ ଅଭିଯୋଗ, ଗୁଜୁରାଟକୁ ଚାର୍ଟାଡ ବିମାନରେ ଟଙ୍କା ଭର୍ତ୍ତି ବ୍ୟାଗ ନେଇଛନ୍ତି କେଜ୍ରିଓ୍ୱାଲ ଓ ମାନ - ଆପ ବିରୋଧରେ ବର୍ଷିଲା କଂଗ୍ରେସ

ଇନ୍ଦ୍ରନିଲ ରାଜଗୁରୁ ଆମ ଆଦମୀ ପାର୍ଟି ଛାଡି କଂଗ୍ରେସରେ ମିଶିବା ପରେ ଆପ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା କଂଗ୍ରେସ । କହିଲା କେଜ୍ରିଓ୍ବାଲ ଓ ମାନ ଗୁଜୁରାଟକୁ ଚାର୍ଟାଡ ଫ୍ଲାଇଟରେ ନେଇଥିଲେ ଟଙ୍କା ଭର୍ତ୍ତି ବ୍ୟାଗ । ବିଜେପି ସହିତ ଆପର ରହିଛି ମଧୁଚନ୍ଦ୍ରିକା । ଅଧିକ ପଢନ୍ତୁ

କଂଗ୍ରେସର ଅଭିଯୋଗ, ଗୁଜୁରାଟକୁ ବିମାନରେ ଟଙ୍କା ଭର୍ତ୍ତି ବ୍ୟାଗ ନେଇଛନ୍ତି କେଜ୍ରିଓ୍ବାଲ ଓ ମାନ
କଂଗ୍ରେସର ଅଭିଯୋଗ, ଗୁଜୁରାଟକୁ ବିମାନରେ ଟଙ୍କା ଭର୍ତ୍ତି ବ୍ୟାଗ ନେଇଛନ୍ତି କେଜ୍ରିଓ୍ବାଲ ଓ ମାନ

By

Published : Nov 5, 2022, 8:42 PM IST

ନୂଆଦିଲ୍ଲୀ:ଗୁଜୁରାଟରେ ପୂର୍ବତନ ଆପ ନେତା ଇନ୍ଦ୍ରନିଲ ରାଜଗୁରୁ ଦଳ ଛାଡି କଂଗ୍ରେସରେ ସାମିଲ ହେବାର ଗୋଟିଏ ଦିନ ପରେ ଆପ (AAP) ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ । ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଗୁଜୁରାଟ ନିର୍ବାଚନରେ ଟଙ୍କା ବାଣ୍ଟୁଛନ୍ତି ।

ଏକ ଚାଟାର୍ଡ ଫ୍ଲାଇଟରେ ଉଭୟ ନେତା ଟଙ୍କା ଭର୍ତ୍ତି ବ୍ୟାଗ ଗୁଜୁରାଟକୁ ନେଇଥିବା କଂଗ୍ରେସ ଅଭିଯୋଗ କରିଛି । କେବଳ ସେତିକି ନୁହେଁ, ବିଜେପି ଓ ଆମ ଆଦମି ପାର୍ଟି ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ଓ ବିଜେପି ଏକଥା ଜାଣି ମଧ୍ୟ ନୀରବ ରହିଥିବା ପରି ସଙ୍ଗୀନ ଅଭିଯୋଗ କରିଛି କଂଗ୍ରେସ ।

ଗୁଜୁରାଟ କଂଗ୍ରେସର ଗଣମାଧ୍ୟମ ସେଲ ମୁଖ୍ୟ ପଓ୍ବନ ଖେଡା କହିଛନ୍ତି, ‘‘କେନ୍ଦ୍ରର ବିଜେପି ସରକାର ଓ ଆମ ଆଦମୀ ପାର୍ଟି ମଧ୍ୟରେ ଭିତିରି ସମ୍ପର୍କ ରହିଛି । ଟଙ୍କା କେଉଁଠୁ ଆସିଲା, ବିମାନରେ କାହିଁକି ଗୁଜୁରାଟ ନିଆଗଲା ଏବଂ କେନ୍ଦ୍ର ସରକାର ଏବଂ ଗୁଜୁରାଟ ସରକାର ଏହା ଜାଣି ମଧ୍ୟ କେମିତି ଅଣଦେଖା କଲେ । ସେ ନେଇ ଉଭୟ ଆପ ଓ ଭାରତୀୟ ଜନତା ପାର୍ଟି ଉତ୍ତର ରଖନ୍ତୁ । ମୁଁ ଉଭୟ ଆପ ମୁଖ୍ୟ କେଜ୍ରିଓ୍ବାଲ ଓ ବିଜେପିକୁ ଚ୍ୟାଲେଞ୍ଜ କରୁଛି ।’’

ଖେଡା ଆହୁରି ମଧ୍ୟ କହିଛନ୍ତି, ନିକଟରେ ଆପରୁ ବିଦ୍ରାହ କରି କଂଗ୍ରେସରେ ସାମିଲ ହୋଇଥିବା ଇନ୍ଦ୍ରାନିଲ ରାଜଗୁରୁ ଦଳକୁ ଏହି ସୂଚନା ଦେଇଛନ୍ତି । ରାଜଗୁରୁଙ୍କ ଠାରୁ ଏହି ସୂଚନା ମିଳିବା କଂଗ୍ରେସକୁ ଆଶ୍ଚର୍ଯ୍ୟ କରିଛି । ଗୁଜୁରାଟକୁ ଟଙ୍କା ଅଣାଯାଇଥିବା ବିମାନ ପଞ୍ଜାବ ସରକାରଙ୍କର ଥିଲା । ଯେଉଁଥିରେ ଅକ୍ଟୋବର ପହିଲାରେ ଦୁଇ ମୁଖ୍ୟମନ୍ତ୍ରୀ ଗୁଜୁରାଟ ରାଜକୋଟକୁ ଯାତ୍ରା କରିଥିଲେ । ଏଥିରେ ଟଙ୍କା ଭର୍ତ୍ତି ବ୍ୟାଗ ମଧ୍ୟ ଅଣାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ ।

ତେବେ ଏତେ ଟଙ୍କା କେଉଁଠୁ ଆସିଲା ? ଆପ ସରକାରୀ କଳର ଅପବ୍ୟବହାର କରୁଛି । ଆପ ଦିଲ୍ଲୀରେ ଜିତିବା ପରେ ଦିଲ୍ଲୀରୁ ଟଙ୍କା ନେଇ ପଞ୍ଜାବ ବିଧାନସଭା ନିର୍ବାଚନରେ ଖର୍ଚ୍ଚ କଲେ । ଏବେ ପଞ୍ଜାବରେ ସରକାର କରିବା ପରେ ଦିଲ୍ଲୀ ଓ ପଞ୍ଜାବରୁ ଟଙ୍କା ଆଣି ଗୁଜୁରାଟ ନିର୍ବାଚନରେ ଖର୍ଚ୍ଚ କରୁଥିବା ଖେଡା ଅଭିଯୋଗ କରିଛନ୍ତି । ତେବେ ଗତକାଲି (ଶୁକ୍ରବାର) ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ ଆପ ନେତା ଇନ୍ଦ୍ରନିଲ ରାଜଗୁରୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details