ଚଣ୍ଡିଗଡ:ଭ୍ୟାକ୍ସିନ ବଣ୍ଟନକୁ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ । ଜାତୀୟ ରାଜଧାନୀ ଦିଲ୍ଲୀ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଟିକା ଯୋଗାଣରେ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ।
ପ୍ରତି ରାଜଧାନୀ ଜନସଂଖ୍ୟା ଆଧାରରେ ରାଜଧାନୀ ଦିଲ୍ଲୀକୁ ଅନ୍ୟ ରାଜ୍ୟ ତୁଳନାରେ ଅଧିକ କୋଭିଡ 19 ଭ୍ୟାକ୍ସିନ ଯୋଗାଯାଇଛି ବୋଲି ଦାବି କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ । କେଜ୍ରିୱାଲ ସର୍ବଦା ସମାଲୋଚନା ସ୍ବରରେ କଥାବାର୍ତ୍ତା କରନ୍ତି । ଭ୍ୟାକ୍ସିନ ବଣ୍ଟନରେ କେଜ୍ରିୱାଲ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ । ଆମେ ଯଦି ସଠିକ ଭାବରେ ଦେଖିବା ତେବେ ସ୍ବାସ୍ଥ୍ୟ ହେଉଛି ରାଜ୍ୟ ବିଷୟ । ଏହା ଏକ ମହାମାରୀ ହୋଇଥିବାରୁ ରାଜ୍ୟର ଉଦ୍ୟମକୁ ସହାୟତା ପ୍ରଦାନ କରିବାରେ କେନ୍ଦ୍ରର ଭୂମିକା ରହିଛି । ତେଣୁ ଭ୍ୟାକ୍ସିନ ଡୋଜ କେବଳ କେନ୍ଦ୍ର ସରକାରଙ୍କ ଦ୍ବାରା ଯୋଗାଯାଉଛି ବୋଲି କହିଛନ୍ତି ମନୋହର ଲାଲ ଖଟ୍ଟର ।