ଓଡିଶା

odisha

ETV Bharat / bharat

କୋରୋନାରେ ପ୍ରାଣ ହରାଇଥିବା ଡାକ୍ତରଙ୍କୁ 'ଭାରତ ରତ୍ନ' ଦିଆଯାଉ: କେଜ୍ରିଓ୍ବାଲ - କୋରୋନାରେ ପ୍ରାଣ ହରାଇଥିବା ଡାକ୍ତର

କୋରୋନା ବିରୋଧରେ ଲଢେଇ କରି ପ୍ରାଣ ହରାଇଥିବା ଭାରତୀୟ ଡାକ୍ତର ତଥା ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ 'ଭାରତ ରତ୍ନ' ଦିଆଯାଉ । ଦାବି ପ୍ରକାଶ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

କୋରୋନାରେ ପ୍ରାଣ ହରାଇଥିବା  ଡାକ୍ତରଙ୍କୁ  'ଭାରତ ରତ୍ନ' ଦିଆଯାଉ: କେଜ୍ରିଓ୍ବାଲ
କୋରୋନାରେ ପ୍ରାଣ ହରାଇଥିବା ଡାକ୍ତରଙ୍କୁ 'ଭାରତ ରତ୍ନ' ଦିଆଯାଉ: କେଜ୍ରିଓ୍ବାଲ

By

Published : Jul 4, 2021, 2:06 PM IST

ନୂଆଦିଲ୍ଲୀ:କୋରୋନା ବିରୋଧରେ ଲଢେଇ କରି ପ୍ରାଣ ହରାଇଥିବା ଭାରତୀୟ ଡାକ୍ତର ତଥା ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ 'ଭାରତ ରତ୍ନ' ଦିଆଯାଉ । ଏନେଇ ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏନେଇ ଟ୍ବିଟ କରି କେଜ୍ରିଓ୍ବାଲ କହିଛନ୍ତି ଯେ ଫ୍ରଣ୍ଟଲାଇନ ଡ୍ୟୁଟିରେ ଥାଇ ପ୍ରାଣ ହରାଇଥିବା ଡାକ୍ତରଙ୍କ ପାଇଁ 'ଭାରତ ରତ୍ନ' ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।

ଚଳିତ ବର୍ଷ ଭାରତୀୟ ଡାକ୍ତର 'ଭାରତ ରତ୍ନ' ପାଇବା ଉଚିତ୍ । ଭାରତର ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉ । ଶହୀଦ ଡାକ୍ତରଙ୍କ ପାଇଁ ଏହା ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଯେଉଁମାନେ ସେମାନଙ୍କ ଜୀବନ ବିଷୟରେ ଚିନ୍ତା ନକରି ନିରନ୍ତର ସେବା ଯୋଗାଉଥିଲେ ଏହା ସେମାନଙ୍କ ପାଇଁ ସମ୍ମାନ ହେବ । ଏଥିରେ ସମଗ୍ର ଦେଶ ଖୁସି ହେବ ବୋଲି କେଜ୍ରିଓ୍ବାଲ କହିଛନ୍ତି।

କୋରୋନାର ଦ୍ବିତୀୟ ଲହରରେ ଦେଶରେ 798 ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଭାରତୀୟ ମେଡିକାଲ ଆସୋସିଏସନ ଜୁନ୍ 30ରେ କହିଥିଲା । 798 ଡାକ୍ତରଙ୍କ ମଧ୍ୟରୁ ଦିଲ୍ଲୀର ସର୍ବାଧିକ 128 ଜଣ ଡାକ୍ତର ପ୍ରାଣ ହରାଇଥିଲେ ।

@ANI

ABOUT THE AUTHOR

...view details