ଡେରାଡୁନ:ଖୋଲିଲା ପ୍ରସିଦ୍ଧ କେଦାରନାଥ ଧାମ । ଏହି ଅବସରରେ ମନ୍ଦିରକୁ 11 କ୍ବିଣ୍ଟାଲ ଫୁଲରେ ସଜାଯାଇଛି । ଆଜି ଭୋର 5ଟାରେ କେଦାରନାଥଙ୍କ ଦ୍ବାର ରୀତିନୀତି ଏବଂ ବୌଦ୍ଧିକ ମନ୍ତ୍ର ଉଚାରଣରେ ମନ୍ଦିର ଖୋଲାଯାଇଥିଲା ।
ମହାମାରୀ କୋରୋନା ଯୋଗୁଁ ଚାରିଧାମ ଯାତ୍ରା ସ୍ଥଗିତ ହେବା ପରେ ଏଥର ମଧ୍ୟ ଭଗବାନ କେଦାରନାଥଙ୍କ ମନ୍ଦିର କବାଟ ଖୋଲିଛି । ଏଥର କେବଳ ଅଳ୍ପ କେତେକ ତୀର୍ଥଯାତ୍ରୀଙ୍କୁ କେଦାରନାଥ ଧାମ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି । ପ୍ରତିବର୍ଷ ଅକ୍ଟୋବର-ନଭେମ୍ବର ଶୀତ ଋତୁରେ କେଦାରନାଥ ସମେତ ଚାରଧାମର ଦ୍ୱାର ବନ୍ଦ ରହିଥାଏ ଏବଂ ପରେ ଏହା ବର୍ଷର ଏପ୍ରିଲ-ମେ ମାସରେ ଭକ୍ତମାନଙ୍କ ଦର୍ଶନ ପାଇଁ ଖୋଲା ଯାଇଥାଏ | ତେବେ ମନ୍ଦିର ଖୋଲିବା ପାଇଁ ରବିବାର କିଛି ଅଧିକାରୀ ଓ କର୍ମଚାରୀ କେଦାରନାଥ ଧାମରେ ପହଞ୍ଚିଥିଲେ ।