ଓଡିଶା

odisha

Kedarnath Yatra resumes: ପୁଣି କେଦାରନାଥ ଯାତ୍ରା ଆରମ୍ଭ, ସୀମିତ ଯାତ୍ରୀଙ୍କୁ ଅନୁମତି

By

Published : May 5, 2023, 8:33 AM IST

ବୁଧବାର ଗୋଟିଏ ଦିନ ବାବାଙ୍କ ଯାତ୍ରା ବାତିଲ କରାଯାଇଥିବା ବେଳେ ଗୁରୁବାର ଠାରୁ ପୁଣି ଆରମ୍ଭ ହୋଇଛି । ଅଳ୍ପ ସଂଖ୍ୟକ ଯାତ୍ରୀଙ୍କୁ କେଦାରନାଥ ଧାମ ଯିବା ପାଇଁ ଅନୁମତି ରହିଥିବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Kedarnath Yatra resumes
Kedarnath Yatra resumes

ଡେରାଡୁନ:କିଛି ଦିନର ବ୍ୟବଧାନ ପରେ ଉତ୍ତରାଖଣ୍ଡର ବିଶ୍ବପ୍ରସିଦ୍ଧ ଶୈବପୀଠ କେଦାରନାଥ ଧାମରେ ପାଗରେ ସୁଧାର ଆସିଛି । ବର୍ଷା ସାଙ୍ଗକୁ ତୁଷାରପାତ କମିବା ସହ ଖରା ହୋଇଛି । ଫଳରେ ଗୁରୁବାର ଠାରୁ ପୁଣି ଆରମ୍ଭ ହୋଇଛି ଯାତ୍ରା । ଗତକାଲି(ଗୁରୁବାର) ବିଳମ୍ବରେ କେଦାରନାଥ ଧାମ ଖୋଲିଥିବା ବେଳେ ହଜାର ହଜାର ଯାତ୍ରୀ ବାବାଙ୍କ ଦର୍ଶନ କରିଛନ୍ତି । ଧିରେଧିରେ ସୋନପ୍ରୟାଗ ଏବଂ ଗୌରୀକୁଣ୍ଡ, ରହିକୁଣ୍ଡରେ ରହିଥିବା ଯାତ୍ରୀଙ୍କୁ କେଦାରନାଥ ଧାମକୁ ଯିବାକୁ ଅନୁମତି ମଳିଛି । ଅନ୍ୟପଟେ କିଛି ସ୍ଥାନରେ ଗ୍ଲେସିୟର ତରଳିବା କାରଣରୁ ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ବେଳେ ମରାମତି କରାଯାଉଥିବା ସୂଚନା ମିଳିଛି ।

ବୁଧବାର ବନ୍ଦ ରହିଥିଲା କେଦାରନାଥ ଯାତ୍ରା: କେଦାରନାଥ ଧାମରେ ବର୍ଷା ସାଙ୍ଗକୁ ତୁଷାରପାତ ନେଇ ଗତ ୩ ତାରିଖରେ ଆଲର୍ଟ ଜାରି କରାଯାଇଥିଲା । ଫଳରେ ୩ ତାରିଖରେ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ଅତ୍ୟଧିକ ତୁଷାରପାତ ଯୋଗୁଁ ଗ୍ଲେସିୟର ତରଳିବା ସହ ରାସ୍ତା ପ୍ରଭାବିତ ହୋଇଥିଲା । ଲିନଚୌଲିରୁ କେଦାରନାଥ ମଧ୍ୟରେ ଦୁଇଟି ସ୍ଥାନରେ ଗ୍ଲେସିୟର ତରଳିବା ଯୋଗୁଁ କେଦାରନାଥ ଧାମର ରାସ୍ତା ବନ୍ଦ ହୋଇଯାଇଥିଲା । ଗୋଟିଏ ସ୍ଥାନରେ ରାସ୍ତା ସମ୍ପୁର୍ଣ୍ଣ ପରିଷ୍କାର କରାଯାଇଥିବା ବେଳେ ଭୈରୋ ଗଦେରେରେ ଅତ୍ୟଧିକ ତୁଷାରପାତ ଯୋଗୁଁ ଶ୍ରମିକମାନଙ୍କୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଶ୍ରମିକମାନେ ଗ୍ଲେସିୟରକୁ କାଟି ରାସ୍ତା ତିଆରି କରୁଛନ୍ତି । ତେବେ ବର୍ତ୍ତମାନ ବାବାଙ୍କ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ଗ୍ଲେସିୟରର ସାମ୍ନା କରିବାକୁ ପଡୁଥିବା ବେଳେ ସାବଧାନତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: କେଦାରନାଥରେ ପାଗ ଖରାପ, ମେ’ 6 ଯାଏ ପଞ୍ଜିକରଣ ବନ୍ଦ

ଏହା ମଧ୍ୟ ପଢନ୍ତୁ: Kedarnath Snowfall: କେଦାରନାଥରେ ବର୍ଷା ସାଙ୍ଗକୁ ତୁଷାରପାତ, କମିନି ଶ୍ରଦ୍ଧାଳୁଙ୍କ ଉତ୍ସାହ

ସୀମିତ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କୁ ଅନୁମତି :ଗତକାଲି(ଗୁରୁବାର) କେଦାରନାଥ ଧାମରେ ପାଗରେ ସୁଧାର ଆସିଥିଲେ ସୁଦ୍ଧା ରାସ୍ତା ସଫା ହୋଇନଥିଲା । ତେଣୁ ଦିନ ୧୦ଟା ପରେ ବାବାଙ୍କ ପୀଠକୁ ଯିବା ପାଇଁ ଯାତ୍ରୀଙ୍କୁ ଅନୁମତି ଦିଆଯାଇଥିଲା । ତେବେ ବାବାଙ୍କ ପାଖକୁ ଯିବାକୁ ସୋନପ୍ରୟାଗରୁ ଭୋଟ ୪ଟାରୁ ହିଁ ଲମ୍ବା ଲାଇନ ଆରମ୍ଭ ହୋଇଯାଇଥିଲା । ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ରାସ୍ତା ପରିଷ୍କାର ହୋଇନଥିବାରୁ କେଦାରନାଥକୁ ସୀମିତ ସଂଖ୍ୟକ ତୀର୍ଥଯାତ୍ରୀ ପଠାଯାଉଛି । ଏହାସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ପୀଠରେ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details