ଓଡିଶା

odisha

INDIA ମେଣ୍ଟ ହାତ ଛାଡି BJP ସହ ହାତ ମିଳାଇଛନ୍ତି KCR: ଖଡଗେ

ହାଇଦ୍ରାବାଦରେ କଂଗ୍ରେସ ପାଇଁ ଭୋଟ ମାଗି KCRଙ୍କ ଉପରେ ବର୍ଷିଲେ ଖଡଗେ । କହିଲେ INDIA ମେଣ୍ଟର ହାତ ଛାଡି BJP ସହ ହାତ ମିଳାଇଛନ୍ତି KCR । ଅଧିକ ପଢନ୍ତୁ

By ETV Bharat Odisha Team

Published : Aug 26, 2023, 10:44 PM IST

Published : Aug 26, 2023, 10:44 PM IST

INDIA ମେଣ୍ଟର ହାତ ଛାଡି BJP ସହ ହାତ ମିଳାଇଛନ୍ତି KCR: ଖଡଗେ
INDIA ମେଣ୍ଟର ହାତ ଛାଡି BJP ସହ ହାତ ମିଳାଇଛନ୍ତି KCR: ଖଡଗେ

ହାଇଦ୍ରାବାଦ:ତେଲେଙ୍ଗାନାରେ ଶାସନରେ ଥିବା KCRଙ୍କ ନେତୃତ୍ବାଧୀନ ଭାରତ ରାଷ୍ଟ୍ର ସମିତି (BRS) ବିଜେପି ବିରୋଧୀ ମହାମେଣ୍ଟ ‘ଇଣ୍ଡିଆ’ ରେ ସାମିଲ ନହେବା ନିଷ୍ପତ୍ତି ପ୍ରସଙ୍ଗରେ KCRଙ୍କ ଉପରେ ବର୍ଷଛନ୍ତି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ । ହାଇଦ୍ରାବାଦରେ ଦଳ ପାଇଁ ପ୍ରଚାର କରି ଖଡଗେ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ କଡା ସମାଲଚନା କରିଛନ୍ତି । କହିଛନ୍ତି ବିଜେପି ବିରୋଧୀ ମହାମେଣ୍ଟରେ KCR ସାମିଲ ହେଲେ ନାହିଁ । ପାଟନାରେ ପ୍ରଥମ ବୈଠକ ଓ ବେଙ୍ଗାଲୁରୁରେ ଦ୍ବିତୀୟ ବୈଠକକୁ ବର୍ଜନ କଲେ । ଏପରି କରି ସେ ଭାରତୀୟ ଜନତା ପାର୍ଟି ସହ ହାତ ମିଳାଇଛନ୍ତି ।

ଚଳିତ ବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ତେଲେଙ୍ଗାନାରେ ରାଜଧାନୀ ହାଇଦ୍ରାବାଦରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି ଖଡଗେ । କହିଛନ୍ତି ଆସନ୍ତା ଲୋକସଭା ନିର୍ବାଚନ (2024)ରେ କେନ୍ଦ୍ରରେ ​​ବିଜେପିକୁ ପରାସ୍ତ କରିବା ପାଇଁ ଦେଶର 26ଟି ଆଞ୍ଚଳିକ ଦଳଙ୍କ ମିଳିତ ପ୍ରୟାସରେ ଏକ ମିଳିତ ବିରୋଧୀ ମଞ୍ଚ ଗଠନ କରାଯାଇଛି । ତେବେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଗୋଟିଏ ବି ବୈଠକରେ ଯୋଗ ଦେଇନଥିଲେ । ସେ ଗୁପ୍ତ ଭାବରେ ବିଜେପି ସହ ଆଲୋଚନା କରୁଛନ୍ତି ଏବଂ ତାଙ୍କ ଦଳକୁ ଧର୍ମ ନିରପେକ୍ଷ ବୋଲି ଦର୍ଶାଇ ଚାଲିଛନ୍ତି । KCR ଏବଂ ବିଜେପି ବନ୍ଧୁ ହୋଇ ସାରିଛନ୍ତି ଏବଂ ଉଭୟ ଦଳ ମଧ୍ୟରେ ଗୁପ୍ତ ଚୁକ୍ତି ରହିଛି । ସେଥିପାଇଁ ସେ ବିରୋଧୀ ମେଣ୍ଟରେ ସାମିଲ ହେଲେ ନାହିଁ ବୋଲି ଖଡଗେ କହିଛନ୍ତି ।

ଶାସକ BRSକୁ ଟାର୍ଗେଟ କରିବା ସହ ସେ କଂଗ୍ରେସ ପାଇଁ ଭୋଟ ମାଗିଥିଲେ . ଦଳ କ୍ଷମତାକୁ ଆସିଲେ ଗ୍ୟାରେଣ୍ଟି ପୂରଣ କରିବ ବୋଲି କହିଥିଲେ । ଆର୍ଥିକ ପଛୁଆ ଶ୍ରେଣୀକୁ ମାଗଣା ଘର, ମାଗଣା ଶିକ୍ଷା ଓ ଏସସି ଏବଂ ଏସଟି ପାଇଁ କଂଗ୍ରେସ 12ଟି ଯୋଜନା ପ୍ରତିଶୃତି ଦେଇଛି । ବିଆରଏସ ସରକାର ଶାସନରେ ଏସସି ଏବଂ ଏସଟି ବର୍ଗଙ୍କଠାରୁ ଛଡାଇ ନିଆଯାଇଥିବା ଜମି ଫେରସ୍ତ କରିବାକୁ ମଧ୍ୟ ଖଡଗେ ପ୍ରତିଶୃତି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :-Telangana Assembly Poll: ସମସ୍ତ 119 ଆସନରେ ପ୍ରାର୍ଥୀ ଘୋଷଣା କଲା BRS, ମାତ୍ର 7 ଆସନରେ ପରିବର୍ତ୍ତନ

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଅଗଷ୍ଟ 21 ତାରିଖରେ ପ୍ରାର୍ଥୀ ଘୋଷଣା କରିସାରିଛି ଶାସକ ଭାରତ ରାଷ୍ଟ୍ର ସମିତି (BRS) । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର ଯଥେଷ୍ଟ ପୂର୍ବରୁ ମାତ୍ର ଗୋଟିଏ ପର୍ଯ୍ୟାୟରେ ଦଳ ରାଜ୍ୟର ସମସ୍ତ 119 ଆସନରେ ପ୍ରାର୍ଥୀ ଘୋଷଣା କରିଛି । ହେଲେ ଏଥିରେ ମାତ୍ର 7ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିରେ କ୍ଷମତା ବଜାୟ ରଖିବା ପାଇଁ ମୁଖ୍ଯମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଦଳ ‘ଭାରତ ରାଷ୍ଟ୍ର ସମିତି’ ପ୍ରୟାସ କରୁଥିବା ବେଳେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ କଂଗ୍ରେସ ଓ ଦ୍ବିତୀୟ ପ୍ରତିଦ୍ବନ୍ଦ୍ବୀ ଭାବେ ଭାରତୀୟ ଜନତା ପାର୍ଟି ରହିଛି । ହେଲେ ଚଳିତ ଥର କେସିଆର ପ୍ରଥମ ଥର ପାଇଁ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି । ଫଳରେ ଏହା ତାଙ୍କର ଭୟ ବୋଲି ବିରୋଧୀ କହିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details