ଓଡିଶା

odisha

ETV Bharat / bharat

ଦାନା ବାନ୍ଧୁଛି କି ମହାମେଣ୍ଟ ? ପାଟନାରେ ନୀତିଶ ଓ ତେଜସ୍ୱୀଙ୍କୁ ସାକ୍ଷାତ କଲେ KCR - କେସିଆରଙ୍କ ବିହାର ଗସ୍ତ

ବିହାରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆର (kcr meets CM Nitish Kumar) । ମୁଖ୍ୟମନ୍ତ୍ରୀ ନୀତିଶ ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀଙ୍କୁ କଲେ ସାକ୍ଷାତ । ଚର୍ଚ୍ଚାରେ 2024 ସଧାରଣ ନିର୍ବାଚନରେ ମିଳିତ ବିରୋଧୀ ମଞ୍ଚ । ବିଜେପି କହିଲା କମେଡି ସୋ । ଅଧିକ ପଢନ୍ତୁ

ଦାନା ବାନ୍ଧୁଛି କି ମହାମେଳି ଗଠନ !  ପାଟନାରେ ନିତୀଶ ଓ ତେଜସ୍ବୀଙ୍କୁ ସାକ୍ଷାତ କଲେ କେ.ସି.ଆର
ଦାନା ବାନ୍ଧୁଛି କି ମହାମେଳି ଗଠନ ! ପାଟନାରେ ନିତୀଶ ଓ ତେଜସ୍ବୀଙ୍କୁ ସାକ୍ଷାତ କଲେ କେ.ସି.ଆର

By

Published : Aug 31, 2022, 4:45 PM IST

ପାଟନା:ଆଜି ବିହାର ଗସ୍ତ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେ.ଚନ୍ଦ୍ର ଶେଖର ରାଓ (CM Nitish Kumar meet kcr)। କେସିଆର ପାଟନାରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସ୍ବାଗତ ମଧ୍ୟ କରିଛନ୍ତି । ଏହି ସ୍ବାଗତ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ । 3 ନେତାଙ୍କ କିଛି ସମୟ ବୈଠକ ମଧ୍ୟ ହୋଇଛି । ପରେ କେସିଆର ବିହାର ସେକ୍ରିେଟିଏଟ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ଅଗ୍ନିକାଣ୍ଡ ବିପ୍ପନ୍ନଙ୍କ ସମ୍ପର୍କୀୟଙ୍କୁ ଆର୍ଥିକ ସହାୟତା ସ୍ବରୂପ ଚେକ ପ୍ରଦାନ କରିବେ । ପରେ ସେ ଗଲଓ୍ବାନ ଉପତ୍ୟାକାରେ ଶହୀଦ ହୋଇଥିବା 5 ଜଣ ଯବାନଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଆର୍ଥିକ ସହୟତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

କାର୍ଯ୍ୟକ୍ରମ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ (KCR in bihar) । ସେଥିରେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ସାମିଲ ହୋଇଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ 3 ନେତାଙ୍କ ମଧ୍ୟରେ ଆଲୋଚନା ହେବ । ତେବେ ପ୍ରଥମରୁ ବିଜେପି ଓ ମୋଦି ବିରୋଧୀ ଆଭିମୁଖ୍ୟ ରଖି ଆସିଥିବା କେସିଆର, ନୀତିଶଙ୍କ ମେଣ୍ଟ ପରିବର୍ତ୍ତନ ପରେ ହଠାତ କାହିଁକି ବିହାର ଗସ୍ତ କଲେ ତାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି ।

2024 ସାଧାରଣ ନିର୍ବାଚନ ପାଖଉଥିବା ବେଳେ ଏବେ ମିଳିତ ବିରୋଧୀ ମେଣ୍ଟ ଗଠନର ସମ୍ଭାବନା ମଧ୍ୟ କ୍ରମଶଃ ବଢିବାରେ ଲାଗିଛି । ନିକଟରେ ବିଜେପି ନେତୃତ୍ବାଧୀନ ନ.ଏନ.ଡିଏ ମେଣ୍ଟ ସହଯୋଗରେ ବିହାରର ଗାଦି ସମ୍ଭାଳିଥିବା ଆରଜେଡି ସୁପ୍ରିମୋ ନୀତିଶ କୁମାର ହଠାତ ବିଜେପିକୁ ବାଏ ବାଏ କରି ନାଟକୀୟ ଢଙ୍ଗରେ ମହାମେଣ୍ଟ ସହଯୋଗରେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲ । ନୀତିଶଙ୍କ ଗୋଟି ଚାଳନାରେ ବିଜେପି ବିରୋଧୀ ଦଳ ସ୍ଥାନକୁ ଯିବାକୁ ବାଧ୍ୟ ହୋଇଛି ।

ମେଣ୍ଟରୁ ଅଲଗା ହୋଇଥିବା ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପରୋକ୍ଷରେ ବିଜେପି ବିରୋଧୀ ମେଳିର ଆହ୍ବାନ ମଧ୍ୟ ଦେଇ ସାରିଛନ୍ତି । ଆଞ୍ଚଳିକ ଦଳମାନେ ବିଜେପି ବିରୋଧରେ ଏକାଠି ହୁଅନ୍ତୁ ବୋଲି ସେ କହିବା ସହ ତାଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବ ଚର୍ଚ୍ଚାକୁ ନେଇ ମଧ୍ୟ ସମ୍ପୂର୍ଣ୍ଣ ଖଣ୍ଡନ କରିନାହାନ୍ତି । ଏପରି ସ୍ଥଳେ ଜାତୀୟ ଗଣମାଧ୍ୟମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ 2024 ରେ ମୋଦିଙ୍କ ବିରୋଧରେ ମିଳିତ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଞ୍ଚଳିକ ଦଳଙ୍କ ଏକ ମେଣ୍ଟ ଗଠନର ପ୍ରୟାସରେ ଥିବା କେସିଆର ଏବେ ବିହାରରେ ପହଞ୍ଚିଛନ୍ତି ।

ତେବେ ଏହି ସାକ୍ଷାତକାର 2024 ସାଧାରଣ ନିର୍ବାଚନ ପୂର୍ବରୁ ହେବାକୁ ଥିବା ମହାମେଣ୍ଟର ଗଠନକୁ ନେଇ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେପି ଏହାକୁ ଏକ ରାଜନୈତିକ କମେଡି ସୋ ବୋଲି କହିଛି । ବିଜେପି ମଧ୍ୟ ନୀତିଶଙ୍କ ଗେମରେ ସରକାରରେ ସହଯୋଗୀ ଦଳରୁ ବର୍ତ୍ତମାନ ରାଜ୍ୟର ବିରୋଧୀ ଦଳ ଭୂମିକାକୁ ଆସି ସାରିଛି । ତେବେ କେସିଆରଙ୍କ ବିହାର ଗସ୍ତ କେତେ ପ୍ରଭାବ ପକାଉଛି ତାହା ଆଗମୀ ଦିନରେ ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details