ଓଡିଶା

odisha

ETV Bharat / bharat

ଅଫେରା ରାଇଜରେ ପ୍ରଖ୍ୟାତ କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜ - ପଦ୍ମ ବିଭୂଷଣ ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକ

ଆଉ ନାହାନ୍ତି ପଦ୍ମ ବିଭୂଷଣ ପଣ୍ଡିତ ବିରଜୁ ମହାରାଜ (Pandit Birju Maharaj passes away )। 83 ବର୍ଷ ବୟସରେ ରବିବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ

ପରଲୋକରେ ପଦ୍ମ ବିଭୂଷଣ ପଣ୍ଡିତ ବିରଜୁ ମହାରାଜ
ପରଲୋକରେ ପଦ୍ମ ବିଭୂଷଣ ପଣ୍ଡିତ ବିରଜୁ ମହାରାଜ

By

Published : Jan 17, 2022, 7:26 AM IST

Updated : Jan 17, 2022, 9:34 AM IST

ଲକ୍ଷ୍ନୌ: ଆଉ ନାହାନ୍ତି ପ୍ରସିଦ୍ଧ କଥକ ସମ୍ରାଟ ତଥା ପଦ୍ମ ବିଭୂଷଣ ପଣ୍ଡିତ ବିରଜୁ ମହାରାଜ (Pandit Birju Maharaj passes away ) । 83 ବର୍ଷ ବୟସରେ ରବିବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ହୃଦଘାତ କାରଣରୁ ତାଙ୍କର ବିୟୋଗ ହୋଇଥିବା ଜଣାପଡିଛି । ଏ ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । କଥକ ନୃତ୍ୟରେ ସେ ଥିଲେ ପାରଙ୍ଗମ । 1983 ରେ ପାଇଥିଲେ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ । ୨୮ ବର୍ଷ ବୟସରେ ହାସଲ କରିଥିଲେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ କାଳିଦାସ ସମ୍ମାନ ।

ପଣ୍ଡିତ ବିରଜୁ ମହାରାଜଙ୍କ ବିଷୟରେ...

୧୯୮୩ ମସିହା ଫେବୃଆରୀ ୪ ତାରିଖରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ବିରଜୁ । ତାଙ୍କ ପ୍ରକୃତ ନାମ ଥିଲା ବୃଜମୋହନ ମିଶ୍ର । କିଶୋରରୁ କଥକ ଗୁରୁ ଭାବରେ ଖ୍ୟାତି ଅର୍ଜନ କରିଥିଲେ ବିରଜୁ । ଜଣେ ଉଚ୍ଚକୋଟୀର କଥକ ନୃତ୍ୟ ଶିଳ୍ପୀ ସହିତ ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ମଧ୍ୟ ଥିଲେ । ତାଙ୍କ ପିତା, ଦାଦା ମଧ୍ୟ କଥକ ନୃତ୍ୟଶିଳ୍ପୀ ଥିଲେ ।

ଦେବଦାସ, ବାଜିରାଓ ମସ୍ତାନୀ, ଦେଢ ଇସ୍କିୟା, ଉମରାଓ ଜାନ ଭଳି ଚଳଚ୍ଚିତ୍ରରେ କୋରିଓଗ୍ରାଫ କରିଛନ୍ତି ପଣ୍ଡିତ ବିରଜୁ ମହାରାଜ । ଏହାଛଡା ସତ୍ୟଜିତ ରାୟଙ୍କ ଫିଲ୍ମ ସତରଞ୍ଜ କେ ଖିଲାଡୀରେ ମ୍ୟୁଜିକ ମଧ୍ୟ ଦେଇଛନ୍ତି । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଏବଂ ଖେରାଗଡ ବିଶ୍ବବିଦ୍ୟାଳୟ ମଧ୍ୟ ବିରଜୁ ମହାରାଜଙ୍କୁ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରିଥିଲେ। ପଣ୍ଡିତ ବିରଜୁ ମହାରାଜଙ୍କ କଳା ବ୍ୟକ୍ତିତ୍ୱ ଥିଲା ସର୍ବୋପରି । ସେ ଜଣେ ଗୁରୁ, ନୃତ୍ୟଶିଳ୍ପୀ, କୋରିଓଗ୍ରାଫର, ଗାୟକ ଏବଂ ରଚୟିତା ଥିଲେ ।

2012ରେ, ତାଙ୍କୁ ବିଶ୍ବରୋପମ୍ ଚଳଚ୍ଚିତ୍ରରେ ଡ୍ୟାନ୍ସ କୋରିଓଗ୍ରାଫି ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ପଣ୍ଡିତ ବିରଜୁ ମହାରାଜ । 2016 ରେ ବାଜିରାଓ ମସ୍ତାନୀ ଫିଲ୍ମ ଗୀତ 'ମୋହେ ରଙ୍ଗ ଦୋ ଲାଲ'ରେ କୋରିଓଗ୍ରାଫି ପାଇଁ ଏକ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ତାଙ୍କ ବିୟୋଗରେ ବହୁ ବିିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ବିରଜୁ ମହାରାଜଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ନବୀନ ଲେଖିଛନ୍ତି ତାଙ୍କ ଦେହାନ୍ତ ବିଷୟରେ ଜାଣିବା ପରେ ମୁଁ ଦୁଃଖିତ | ସେ ନିଜ ଭିତରେ ଏକ ଅନୁଷ୍ଠାନ ଥିଲେ ଏବଂ କିମ୍ବଦନ୍ତୀ ନୃତ୍ୟଶିଳ୍ପୀଙ୍କ ବିୟୋଗ କଳା ପ୍ରଦର୍ଶନ ଜଗତ ପାଇଁ ଏକ ବଡ଼ କ୍ଷତି ବୋଲି କହିଛନ୍ତି ନବୀନ ।

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି ଭାରତୀୟ ନୃତ୍ୟ କଳାକୁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ପଣ୍ଡିତ ବିରଜୁ ମହାରାଜ ଜୀଙ୍କର ଦେହାନ୍ତରେ ମୁଁ ଦୁଃଖିତ | ତାଙ୍କର ପରଲୋକ ସମଗ୍ର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ପରିବାର ପ୍ରତି ମୋର ସମବେଦନା ।

ସେହିପରି ଗାୟକ ଅଦନାନ ସାମି କହିଛନ୍ତି କିମ୍ବଦନ୍ତୀ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିରଜୁ ମହାରାଜ ଦେହାନ୍ତ ଖବର ଜାଣି ମୁଁ ଦୁଃଖିତ । କଳା କ୍ଷେତ୍ରରେ ଆମେ ଏକ ଅନୁଷ୍ଠାନ ହରାଇଛୁ । ସେ ତାଙ୍କ ପ୍ରତିଭା ମାଧ୍ୟମରେ ଅନେକ ପିଢି ପାଇଁ ପ୍ରେରଣା ବୋଲି ଟ୍ବିଟ କରି କହିଛନ୍ତି ଅଦନାନ ।

ସେହପରି ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ କହିଛନ୍ତି କିମ୍ବଦନ୍ତୀ କଥକ ନୃତ୍ୟଶିଳ୍ପୀ ବିରଜୁ ମହାରାଜାଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ । ଆମେ ଜଣେ ଜୁଏଲଙ୍କୁ ହରାଇଛୁ । ତାଙ୍କ ଦେହାନ୍ତ ଏକ ଯୁଗର ସମାପ୍ତି ବୋଲି ଟ୍ବିଟ କରି କହିଛନ୍ତି ଅଶୋକ ପଣ୍ଡିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 17, 2022, 9:34 AM IST

ABOUT THE AUTHOR

...view details