ଶ୍ରୀନଗର:କାଶ୍ମୀର ପଣ୍ଡିତଙ୍କ ଏକ ପ୍ରତିନିଧି ମଣ୍ଡଳୀ ଆଜି (ଶନିବାର) ଗୁପକାର ମେଣ୍ଟ (Peoples Alliance for Gupkar Declaration,PAGD) ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି । ଶ୍ରୀନଗରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ବାସଭନବରେ ଏହି ଆଲୋଚନା ହୋଇଛି । ପିଡିପି ମୁଖ୍ୟ ମେହେବୁବା ମୁଫତି, CPIM ବରିଷ୍ଠ ନେତା ଏନ ଓ୍ବାଇ ତାରିଗାମି (MY Tarigami) ଓ ଆଓ୍ବାମୀ ନ୍ୟାସନାଲ କନଫରେନ୍ସ ନେତା ମୁଜାଫର ସାହା ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ ।
ବୈଠକ ସମାପ୍ତ ହେବା ପରେ ସେ ସମ୍ପର୍କରେ ସୂଚନା ଦେଇ ଏନ ଓ୍ବାଇ ତାରିଗାମି କହିଛନ୍ତି, କାଶ୍ମୀର ପଣ୍ଡିତଙ୍କ ଏକ ପ୍ରତିନିଧି ମଣ୍ଡଳୀଙ୍କ ସହ ଆଲୋଚନା ହୋଇଛି । ସେମାନେ ସେମାନଙ୍କ ଦାବି ନେଇ ବିଭିନ୍ନ ପ୍ରସ୍ତାବ ରଖିଛନ୍ତି । ତେବେ ସେମାନଙ୍କ ଦାବି ପୂରଣ ନେଇ PAGD କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟିବା ସହ ଆଲୋଚନା ମଧ୍ୟ କରିବ ।