ଓଡିଶା

odisha

ETV Bharat / bharat

କାଶ୍ମୀରରୁ କନ୍ୟାକୁମାରୀ, 3600 କିମି ସାଇକେଲ ଚଳାଇ ବିଶ୍ବ ରେକର୍ଡ କଲେ ଆଦିଲ - Kashmiri cyclist Adil

ଆଠ ଦିନ, ଏକ ଘଣ୍ଟା 37 ମିନିଟରେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରାୟ 3,600 କିଲୋମିଟର ସାଇକେଲ ଚଳାଇ ବିଶ୍ବ ରେକର୍ଡ କଲେ କାଶ୍ମୀରର ଜଣେ ସାଇକେଲ ଚାଳକ ଆଦିଲ ତେଲି । ଅଧିକ ପଢନ୍ତୁ...

କାଶ୍ମୀରରୁ କନ୍ୟାକୁମାରୀ, 3600 କିମି ସାଇକେଲ ଚଳାଇ ବିଶ୍ବ ରେକର୍ଡ କଲେ ଆଦିଲ
କାଶ୍ମୀରରୁ କନ୍ୟାକୁମାରୀ, 3600 କିମି ସାଇକେଲ ଚଳାଇ ବିଶ୍ବ ରେକର୍ଡ କଲେ ଆଦିଲ

By

Published : Mar 31, 2021, 12:17 PM IST

ଶ୍ରୀନଗର: ଇତିହାସ ରଚିଲେ କାଶ୍ମୀରର ଜଣେ ସାଇକେଲ ଚାଳକ ଆଦିଲ ତେଲି । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରାୟ 3,600 କିଲୋମିଟର ସାଇକେଲ ଚଳାଇ ଓମ ହିତେନ୍ଦ୍ର ମହାଜନଙ୍କ ରେକର୍ଡ ଭାଙ୍ଗିଛନ୍ତି । ଆଦିଲ ମାର୍ଚ୍ଚ 22 ରେ ଜାମ୍ମୁ କାଶ୍ମୀରର ବୁଡଗାମ ଜିଲ୍ଲାର ନରବାଲ ଅଞ୍ଚଳରୁ ଯାତ୍ରା ଆରମ୍ଭ କରି ମଙ୍ଗଳବାର ଦିନ କାନ୍ୟାକୁମାରୀରେ ପହଞ୍ଚିଥିଲେ । ପ୍ରାୟ ଆଠ ଦିନ, ଏକ ଘଣ୍ଟା 37 ମିନିଟରେ ସେ ତାଙ୍କ ଯାତ୍ରା ସମାପ୍ତ କରିଥିଲେ । ଏହାପୂର୍ବରୁ ଏହି ରେକର୍ଡ ମହାରାଷ୍ଟ୍ର ନାଶିକର ଓମ ହିତେନ୍ଦ୍ର ମହାଜନଙ୍କର ଥିଲା, ଯିଏକି ଆଠ ଦିନ ସାତ ଘଣ୍ଟାରେ ଯାତ୍ରା ସମାପ୍ତ କରିଥିଲେ ।

କାଶ୍ମୀରରୁ କନ୍ୟାକୁମାରୀ, 3600 କିମି ସାଇକେଲ ଚଳାଇ ବିଶ୍ବ ରେକର୍ଡ କଲେ ଆଦିଲ

ତେବେ ଆଦିଲ ଜାମ୍ମୁ କାଶ୍ମୀର, ପଞ୍ଜାବ, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ କର୍ଣ୍ଣାଟକର ବିଭିନ୍ନ ରାଜ୍ୟ ଦେଇ ଶେଷରେ କନ୍ୟାକୁମାରୀରେ ପହଞ୍ଚିଥିଲେ । 2019ରେ, ଆଦିଲ ଶ୍ରୀନଗରରୁ ଲେହକୁ 26 ଘଣ୍ଟା 30 ମିନିଟରେ 440 କିଲୋମିଟର ସାଇକେଲିଂ କରି ଯାତ୍ରା ସମାପ୍ତ କରିଥିଲେ । ଏହି ସାଇକେଲିଂ ଅଭିଯାନରେ ଆଦିଲଙ୍କୁ ସମର୍ଥନ ଏବଂ ସ୍ପନସର୍ଡ କରିଥିବା ଆବ୍ରାକ୍ ଆଗ୍ରୋ, ତାଙ୍କର ଏହି ମହାନ ସଫଳତା ପାଇଁ ପ୍ରଶଂସା କରିଛନ୍ତି ।

ନୂତନ ରେକର୍ଡ ସ୍ଥାପନ କରିବାରେ ଆଦିଲଙ୍କ ଯାତ୍ରା ସମୟରେ ସମର୍ଥନ କରିଥିବାରୁ ଆବ୍ରାକ୍ ଆଗ୍ରୋ ବିଭାଗୀୟ ପ୍ରଶାସନ କାଶ୍ମୀରକୁ କୃତଜ୍ଞତା ଜଣାଇଛନ୍ତି । ବିଶ୍ବ ରେକର୍ଡ କରିବାର ସ୍ବପ୍ନକୁ ସାକାର କରିବା ପାଇଁ ଆଦିଲ ଅମୃତସରକୁ ଯାଇ ସେଠାରେ 4-5 ମାସ ପର୍ଯ୍ୟନ୍ତ କଠୋର ତାଲିମ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details