ଓଡିଶା

odisha

By

Published : Sep 24, 2022, 1:43 PM IST

ETV Bharat / bharat

କଶ୍ମୀରରେ ଗଡିବ ପ୍ରଥମ ଇଲେଟ୍ରିକ ଟ୍ରେନ, ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖୁସି

ଅକ୍ଟୋବରରୁ କଶ୍ମୀରରେ ଗଡିବାକୁ ଯାଉଛି ପ୍ରଥମ ବୈଦ୍ୟୁତିକ ଟ୍ରେନ ( electric train to run in kashmir)। ବଞ୍ଚିବ ସମୟ,କମିବ ଭଡା । ଲୋକଙ୍କ ମଧ୍ୟରେ ଖୁସିର ଲହରି । 2013ରେ ଦେଶର ରେଳ ମାନଚିତ୍ର ସହ ଯୋଡି ହୋଇଥିଲା କଶ୍ମୀର ଘାଟି । ଅଧିକ ପଢନ୍ତୁ

କାଶ୍ମୀରରେ ଗଡିବ ପ୍ରଥମ ଇଲେଟ୍ରିକ ଟ୍ରେନ, ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖୁସି
କାଶ୍ମୀରରେ ଗଡିବ ପ୍ରଥମ ଇଲେଟ୍ରିକ ଟ୍ରେନ, ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖୁସି

ଶ୍ରୀନଗର:କଶ୍ମୀରରେ ଗଡିବାକୁ ଯାଉଛି ପ୍ରଥମ ବୈଦୁତିକ ଟ୍ରେନ (Kashmir to gets its first electric train)। ଏହି ରେଳ ସେବା ବନହାଲ-ବାରମୂଳା ପର୍ଯ୍ୟନ୍ତ ଉପଲବ୍ଧ ହେବାକୁ ଯାଉଛି । ଏଥିପାଇଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏହା ଫଳରେ ଯାତ୍ରୀଙ୍କ ସମୟ ବଞ୍ଚିବା ସହ ଭଡାରେ ସାମାନ୍ୟ କୋହଳ ମଧ୍ୟ ମିଳିବ । ଯେତେ ଶୀଘ୍ର ସମ୍ଭବ ରେଳବାଇ ଓ ସ୍ଥାନୀୟ ପ୍ରଶାସନ ସମସ୍ତ କାର୍ଯ୍ୟ ଶେଷ କରି ରେଳସେବା ଆରମ୍ଭ କରିବାକୁ ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

ଏହି ସେବା ଫଳରେ ଯାତାୟତ ପୂର୍ବାପେକ୍ଷା ସହଜ ହେବା ସହ ସମୟ ମଧ୍ୟ ବଞ୍ଚିବ । ସେହିପରି ଟିକେଟ ମୂଲ୍ୟରେ ମଧ୍ୟ ଯାତ୍ରୀଙ୍କୁ ସାମାନ୍ୟ କୋହଳ ମଳିବା ସହ ପ୍ରଦୂଷଣ ମଧ୍ୟ ହ୍ରାସ ପଇବା ନେଇ ଆଶା କରାଯାଉଛି । କଶ୍ମୀର ଭ୍ୟାଲିର ବନହଲ-ବାରମୂଳା ରେଳ କରିଡର ପ୍ରକଳ୍ପ ଅଧୀନରେ ଏହି ସେବା ଉଦ୍ଘାଟନ ହେବାକୁ ଯାଉଛି । ଆସନ୍ତା ମାସ (ଅକ୍ଟୋବର)ରୁ ଏହି ସେବା ଆରମ୍ଭ ହେବା ନେଇ ଆଶା କରାଯାଉଛି (electric train to run in kashmir) ।

ଏହିି କରିଡରର ଲମ୍ବ ରହିଛି 137 କିଲୋମିଟର । ଅକ୍ଟୋବର ଦୁଇ ତାରିଖରୁ ଏହି ସେବାକୁ ଲୋକାର୍ପଣ କରାଯିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ଫଳରେ ପ୍ରଦୂଷଣ ହ୍ରାସ ପାଇବା ସହ ଭଡାରେ ମଧ୍ୟ ପ୍ରାୟ 60 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିବା ନେଇ ଆଶା ରଖାଯାଉଛି । ଏହି ପ୍ରକଳ୍ପ ନେଇ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି କରିଡରରେ ମୋଟ 1271ଟି ବିଦ୍ୟୁତ୍‌ ଖମ୍ବ ବ୍ୟବସ୍ଥିତ ରହିଛି । ସପୁର ଓ ବାରମୂଳା ଷ୍ଟେସନ ମଧ୍ୟରେ ସର୍ବାଧିକ 305ଟି ପୋଲ ରହିଛି । 2013 ମସିହାରେ କଶ୍ମୀରରେ ପ୍ରଥମ ରେଳଗାଡି ଗଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details