ଓଡିଶା

odisha

By

Published : Mar 27, 2022, 10:01 PM IST

ETV Bharat / bharat

କାଶ୍ମୀରରେ ଆତଙ୍କୀଙ୍କ ଗୁଳିମାଡ, ପୋଲିସ ଅଧିକାରୀ ଓ ଭାଇ ମୃତ

କାଶ୍ମୀରରେ ପୋଲିସ ଅଧିକାରୀଙ୍କ ପରିବାରକୁ ଆତଙ୍କୀଙ୍କ ଗୁଳିମାଡ । ଭାଇ ସମେତ ପୋଲିସ ଅଧିକାରୀ ମୃତ । ଗତକାଲି ରାତିରେ ଘଟିଛି ଘଟଣା । ଅଧିକ ପଢନ୍ତୁ

କାଶ୍ମୀରରେ ଆତଙ୍କୀଙ୍କ ଗୁଳିମାଡ, ପୋଲିସ ଅଧିକାରୀ ଓ ଭାଇ ମୃତ
କାଶ୍ମୀରରେ ଆତଙ୍କୀଙ୍କ ଗୁଳିମାଡ, ପୋଲିସ ଅଧିକାରୀ ଓ ଭାଇ ମୃତ

ଶ୍ରୀନଗର:କାଶ୍ମୀରରେ ପୋଲିସ ଅଧିକାରୀଙ୍କ ପରିବାରକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ବୁଧଗାମ ଜିଲ୍ଲାରେ ହୋଇଥିବା ଏହି ଆକ୍ରମଣରେ ସ୍ଥାନୀୟ ଜଣେ SPO ପାହ୍ୟାର ପୋଲିସ ଅଧିକାରୀ ଓ ତାଙ୍କ ଭାଇଙ୍କ ମୃତ୍ୟୁ ଘଟିଛି । ମୃତ ପୋଲିସ ଅଧିକାରୀଙ୍କ ନାମ ଇସ୍ପାକ ଅହମ୍ମଦ ଓ ତାଙ୍କ ଭାଇଙ୍କ ନାମ ଉମର ଜାନ ବୋଲି ଜଣାପଡିଛି । ଉମାର ଜଣେ ଛାତ୍ର ଥିଲେ ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ରେ ଏହି କାଣ୍ଡ ଭିଆଇଛନ୍ତି ଆତଙ୍କୀ । ଘରେ ପଶି ଉଭୟଙ୍କ ଉପରେ ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ଏଥିରେ ଘଟଣାସ୍ଥଳରେ ହିଁ ପୋଲିସ ଅଧିକାରୀ ଇସ୍ପାକ ଅହମ୍ମଦଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଉମର ଜାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗମ୍ଭୀର ଥିବା ଉମର ମଧ୍ୟ ହସ୍ପିଟାଲରେ ଆଖି ବୁଜିଥିଲେ ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଭୟର ବାତାବରଣ ଖେଳିଯାଇଛି । ଶୋକାକୁଳ ପରିବେଶ ମଧ୍ୟରେ ଉଭୟଙ୍କ ଅନ୍ତିମ ସଂସ୍କାର ମଧ୍ୟ ଶେଷ ହୋଇଛି । ଶତାଧିକ ସ୍ଥାନୀୟ ବାସିନ୍ଦା ଶେଷକୃତ୍ୟରେ ସାମିଲ ହୋଇଥିଲେ । ପୋଲିସ ଓ ପାରା ମିଲିଟାରୀ ଫୋର୍ସ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details