ଓଡିଶା

odisha

ETV Bharat / bharat

ଭଗବାନଙ୍କ ଦ୍ବାରରେ ଜାତିଗତ ଭେଦଭାବ: ଦଳିତ ପ୍ରବେଶ କରିବାକୁ 5 ବର୍ଷ ହେଲା ବନ୍ଦ ପଡିଛି ମନ୍ଦିର - ମନ୍ଦିରରେ ଜାତିଗତ ଭେଦ ଭାବ

କେରଳର କାସୋରାଗଡରେ ଏପରି ଏକ ମନ୍ଦିର ରହିଛି ଯାହା ଦୀର୍ଘ ବର୍ଷ ହେଲା ବନ୍ଦ ରହିଛି । ଯାହାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଅଧିକ ପଢନ୍ତୁ

ମନ୍ଦିରରେ ଜାତିଗତ ଭେଦଭାବ
ମନ୍ଦିରରେ ଜାତିଗତ ଭେଦଭାବ

By

Published : Oct 28, 2022, 12:08 PM IST

ଥିରୁଅନନ୍ତପୁରମ: କାସୋରାଗଡର ଶ୍ରୀ ଜଟାଧାରି ମନ୍ଦିର । ଯାହା ଦୀର୍ଘ ୫ ବର୍ଷ ହେଲା ବନ୍ଦ ରହିଛି । ତେବେ ଏହା କାହିଁକି ବନ୍ଦ ରହିଛି ତାହା ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମନ୍ଦିର ଜାତି ପ୍ରଥାର ଏକ ଉଦାହରଣ । ଏହି ମନ୍ଦିରରେ ନିଚ୍ଚ ଜାତିର ଲୋକଙ୍କୁ ପ୍ରବେଶ ଅନୁମତି ମିଳିନଥାଏ । କିନ୍ତୁ ଏହି ପ୍ରଥାକୁ ଭାଙ୍ଗିବାକୁ କିଛି ଦଳିତ ଯୁବକ ମନ୍ଦିରରେ ପ୍ରବେଶ କରିବାରୁ ଆଜି ପର୍ଯ୍ୟନ୍ତ ମନ୍ଦିରର ଦ୍ବାର ବନ୍ଦ ରହିଛି, କାହାକୁ ପ୍ରବେଶ ପାଇଁ ମଧ୍ୟ ଅନୁମତି ମିଳିନାହିଁ । ଦେଶର ପ୍ରତ୍ୟେକ ମନ୍ଦିରରେ ସମସ୍ତଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ଥିବା ବେଳେ ଏଠାରେ କିନ୍ତୁ ଜାତିଗତ ଭେଦ ଭାବ ରହିଛି ।

ଗତ 2018 ମସିହାରେ କିଛି ଦଳିତ ଯୁବକ ମନ୍ଦିରରେ ପ୍ରଥାକୁ ବନ୍ଦ କରିବା ପାଇଁ ପ୍ରବେଶ କରିଥିଲେ । ଆଉ ଏହା ପରଠାରୁ ମନ୍ଦିର କବାଟ ଆଜି ପର୍ଯ୍ୟନ୍ତ ବନ୍ଦ ରହିଛି । କେବଳ ଦଳିତ ନୁହଁ କୌଣସି ଜାତିର ଲୋକଙ୍କୁ ମଧ୍ୟ ଏଠାରେ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ । ମନ୍ଦିର ନିୟମ ଓ ରୀତିନୀତି ମନ୍ଦିର କାନ୍ଥରେ ଲଗାଯାଇ ଥିବାରୁ ଏଟାରେ କିଭଳି ଜାତିଗତ ଭେଦ ଭାବ ରହିଥିଲା ତାହା ସ୍ପଷ୍ଟ ବାରି ହୋଇପଡେ । ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବାକୁ ହେଲେ ପ୍ରତ୍ୟେକ ଜାତି ପାଇଁ ଭିନ୍ନ ଭିନ୍ନ ନିୟମ ରହିଥିଲା । ଏଠାରେ ଥିବା ଦଳିତ ଜାତି ମାନଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନଥିଲା । ସେମାନେ ଜାତିରେ ଛୋଟ ହେଇଥିବାରୁ ମନ୍ଦିର ବାହାରେ ଦର୍ଶନ କରିବା ନିୟମ ରହିଥିଲା ।

ମୁଖ୍ୟ ଫାଟକ ଦେଇ ଦଳିତ ମାନଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ମଧ୍ୟ ଲଗିଥିଲା । ଫଳରେ ସମସ୍ତେ ମନ୍ଦିର ବାହାରେ ଭଗବାନଙ୍କୁ ମୁଣ୍ଡିଆ ମାରି ଚାଲି ଯାଆନ୍ତି । ଯଦି କିଏ ମନ୍ଦିର ପାହାଚରେ ପ୍ରବେଶ କରେ ତେବେ ନିୟମ ଉଲ୍ଲଂଘନ କରିବା ନେଇ ବିବେଚନା କରାଯାଏ । ଜାତି ଗତ ଭେଦ ଭାବ ଏତିକିରେ ସୀମିତ ନଥିଲା । ଦଳିତ ଜାତିର ଲୋକଙ୍କୁ ମନ୍ଦିରରେ ଏକ କପଡାରେ ଖାଦ୍ୟ ଦିଆଯାଇଥାଏ, ଏହାପରେ ସେମାନେ ଘରକୁ ଯାଆନ୍ତି, ତେବେ ଘରୁ ଯିବା ସମୟରେ ମନ୍ଦିର ପଛପଟ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ । ରାସ୍ତାରେ ଯିବାକୁ ମଧ୍ୟ ସେମାନଙ୍କୁ ବାରଣ କରାଯାଏ ।

ତେବେ ଏହି ଜାତିଗତ ଭେଦ ଭାବକୁ ପରିବର୍ତ୍ତନ କରିବା ପାଇଁ କିଛି ଦଳିତ ଯୁବକ ସମୁହ ଭାବେ ମନ୍ଦିରରେ ପ୍ରବେଶ କରିଥିଲେ । ଫଳରେ ଶହ ଶହ ବର୍ଷର ପ୍ରଥା ଭାଙ୍ଗିବା ସହ ମନ୍ଦିରରେ ଥିବା ଭଗବାନ କ୍ରୋଧ କରିବା ଭୟରେ ମନ୍ଦିରକୁ ବନ୍ଦ କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ବନ୍ଦ ରହିଛି ଶ୍ରୀ ଜଟାଧାରିଙ୍କ ମନ୍ଦିର ଦ୍ବାର । ଏହି ମନ୍ଦିର ପ୍ରାୟ ୧୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି । ତେବେ ଏହି ମନ୍ଦିର କେବେ ଖୋଲିବ ତାହା କାହାକୁ ବି ଜଣାନାହିଁ ।

ABOUT THE AUTHOR

...view details