ବେଙ୍ଗାଲୁରୁ:କର୍ଣ୍ଣାଟକ ବାନରାଘାଟା ରୋଡ ଏରିଆରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଓ ଶରୀରକୁ ଖଣ୍ଡ ଖଣ୍ଡ କାଟି ଫିଙ୍ଗିବା ଘଟଣାରେ ଜଣେ ଅଭିଯୁକ୍ତକୁ ବିହାରରୁ ଗିରଫ କରାଯାଇଛି । ସଂଘବଦ୍ଧ ଭାବେ ହତ୍ୟାକାଣ୍ଡ ଘଟାଇବା ପରେ ସମସ୍ତ 7 ଅଭିଯୁକ୍ତ ଫେରାର ହୋଇଯାଇଥିଲା । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇସାରିଥିବା ବେଳେ ଆଜି ବେଙ୍ଗାଲୁରୁ ପୋଲିସର ଏକ ଟିମ ବିହାରରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ନାମ ଇନ୍ଦଲ କୁମାର । ପୋଲିସ ତାକୁ ଜେରା ଜାରି ରଖିଛି ।
ଜୁନ 4 ତାରିଖରେ ଏହି ବୀଭତ୍ସ ହତ୍ଯାକାଣ୍ଡ ଘଟିଥିଲା । ବାନରାଘାଟାରେ ଗୀତାମ୍ମା ନାମକ ଜଣେ 53 ବର୍ଷୀୟା ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଇଥିଲେ ଅଭିଯୁକ୍ତ । ଶରୀରରୁ ହାତ ଓ ଗୋଡ ଅଲଗା କରିଦେବା ସହ ମୁଣ୍ଡକୁ ମଧ୍ୟ ମଣ୍ଡ ଖଣ୍ଡ ଖଣ୍ଡ କରିଦେଇଥିଲା । ଏହି ମହିଳାଜଣଙ୍କ ବାନରାଘଟ୍ଟାର ଆଙ୍କେଲ ରୋଡର ସ୍ଥିତ ଜନତା କଲୋନୀରେ ଏକାକୀ ରହୁଥିଲେ । ଏହି ହତ୍ୟାକାଣ୍ଡରେ 7 ଜଣ ଅଭିଯୁକ୍ତ ଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିବା ବେଳେ ସମସ୍ତେ ଫେରାର ହୋଇଯାଇଥିଲେ । ଏହି ଦ୍ବିତୀୟ ଅଭିଯୁକ୍ତକୁ ଗତ 7 ତାରିଖରେ ବିହାରରୁ ଗିରଫ କରାଯିବା ପରେ ବେଙ୍ଗାଲୁରୁ ଅଣାଯାଇଛି । ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ପ୍ରୟାସ ଜାରି ରହିଥିବା ପୋଲିସ କହିଛି ।