ଓଡିଶା

odisha

ETV Bharat / bharat

Omicron Scare: କର୍ଣ୍ଣାଟକରୁ ୫ ଓ ହାଇଦ୍ରାବାଦରୁ ୪ ନୂଆ ଆକ୍ରାନ୍ତ ଚିହ୍ନଟ

କର୍ଣ୍ଣାଟକରୁ ୫ ଓ ହାଇଦ୍ରାବାଦ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଦେଶରେ କ୍ରମାଗତ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ

Omicron scare: କର୍ଣ୍ଣାଟକରୁ ୫ ଓ ହାଇଦ୍ରାବାଦରୁ ୪ ନୂଆ ଆକ୍ରାନ୍ତ ଚିହ୍ନଟ
Omicron scare: କର୍ଣ୍ଣାଟକରୁ ୫ ଓ ହାଇଦ୍ରାବାଦରୁ ୪ ନୂଆ ଆକ୍ରାନ୍ତ ଚିହ୍ନଟ

By

Published : Dec 16, 2021, 10:26 PM IST

ବେଙ୍ଗାଲୁରୁ/ହାଇଦ୍ରାବାଦ: ଦେଶରେ କ୍ରମାଗତ ଭାବେ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି କର୍ଣ୍ଣାଟକରେ ଓମିକ୍ରନର ୫ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ହୋଇଛି । ସେହପରି ହାଇଦ୍ରାବାଦରେ ମଧ୍ୟ ଆଉ ୪ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଲେଙ୍ଗାନା ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ଆଜି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ବୃଦ୍ଧି ପାଇଛି ।

ଆଜି କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ନୂଆ ୫ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ 19 ବର୍ଷୀୟ ପୁରୁଷ ବ୍ରିଟେନ ଫେରନ୍ତା ରହିଥିବାବେଳେ 36 ବର୍ଷ ପୁରୁଷ ଓ ଜଣେ 70 ବର୍ଷୀୟା ଆକ୍ରାନ୍ତ ମହିଳା ଦିଲ୍ଲୀରୁ ଫେରିଛନ୍ତି । ସେହିପରି ଅନ୍ୟ ଜଣେ 52 ବର୍ଷୀୟ ପୁରୁଷ ଆକ୍ରାନ୍ତ ନାଇଜେରିଆରୁ ଓ ଅନ୍ୟ ଜଣେ 33 ବର୍ଷୀୟ ପୁରୁଷ ଆକ୍ରାନ୍ତ ଦକ୍ଷିଣ ଆଫ୍ରିକାରୁ କର୍ଣ୍ଣାଟକକୁ ଫେରିଛନ୍ତି । କର୍ଣ୍ଣାଟକରେ ଓମିକ୍ରନର ପ୍ରଥମ ଦୁଇ ମାମଲା ଚିହ୍ନଟ ହୋଇଥିଲା । ଉଭୟ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଫେରନ୍ତା ଥିଲେ ବୋଲି ସ୍ପଷ୍ଟ କରିଥିଲା କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗ ।

ହାଇଦ୍ରାବାଦରେ ଆଜି ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଗତକାଲି (ବୁଧବାର) ହାଇଦ୍ରାବାଦରେ କୋଭିଡର ନୂଆ ଭ୍ୟାରିଏଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଏକକାଳୀନ ଦୁଇ ଜଣ ବିଦେଶାଗତ ନୂଆ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରି ଜଣା ପଡିଥିଲା । ପରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪ ଜଣ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଯାହା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details