ଓଡିଶା

odisha

ETV Bharat / bharat

Rajya Sabha Elections: କର୍ଣ୍ଣାଟକରୁ ପୁଣିଥରେ ରାଜ୍ୟସଭା ଯାଇପାରନ୍ତି ସୀତାରମଣ - Karnataka Rajya Sabha elections on June 3

କର୍ଣ୍ଣାଟକରୁ ପୁଣିଥରେ ରାଜ୍ୟସଭା(Karnataka Rajya Sabha elections) ନିର୍ବାଚନ ଲଢିପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କର୍ଣ୍ଣାଟକ ବିଜେପି କୋର କମିଟି ବୈଠକରେ ସୀତାରମଣଙ୍କ ନାମ ସୁପାରିଶ କରିଛି । ଅଧିକ ପଢନ୍ତୁ

Karnataka Rajya Sabha elections: Nirmala Sitharaman likely to get another chance from state
Rajya Sabha Elections: କର୍ଣ୍ଣାଟକରୁ ପୁଣିଥରେ ରାଜ୍ୟସଭା ଯାଇପାରନ୍ତି ସୀତାରମଣ

By

Published : May 15, 2022, 2:04 PM IST

ବେଙ୍ଗାଲୁରୁ:ପୁଣିଥରେ କର୍ଣ୍ଣାଟକରୁ ରାଜ୍ୟସଭା ଯାଇପାରନ୍ତି ( Rajya Sabha polls) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କର୍ଣ୍ଣାଟକ ବିଜେପି କୋର କମିଟି ବୈଠକରେ(BJP core committee) ରାଜ୍ୟସଭା ପ୍ରାର୍ଥୀ ଭାବେ ସୀତାରମଣଙ୍କ ନାମ ସୁପାରିଶ କରାଯାଇଛି । ତେଣୁ ଦ୍ବିତୀୟ ଥର ପାଇଁ ସେ କର୍ଣ୍ଣାଟକ ରାସ୍ତା ଦେଇ ରାଜ୍ୟସଭା ପହଞ୍ଚିପାରନ୍ତି । ତେବେ ଏନେଇ ଦଳର ହାଇକମାଣ୍ଡ ଚୂଡାନ୍ତ ନିଷ୍ପତ୍ତି ନେବେ । 2014 ମସିହାରେ ନିର୍ମଳା ସୀତାରମଣ କର୍ଣ୍ଣାଟକରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଆସନ୍ତା ମାସରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି ।

ଶନିବାର କର୍ଣ୍ଣାଟକ ବିଜେପିର କୋର କମିଟି ବୈଠକ ବସିଥିଲା । ବୈଠକରେ ରାଜ୍ୟର 4 ରାଜ୍ୟସଭା ଆସନ ଏବଂ ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ ଚର୍ଚ୍ଚା ହୋଇଛି । ଏଥିରେ ସୀତାରମଣଙ୍କ ବ୍ୟତୀତ ଅନ୍ୟ ଆସନ ପାଇଁ କେସି ରାମମୂର୍ତ୍ତି(K.C. Ramamurthy), ଲହର ସିଂହ(Lehar Singh) ଏବଂ ରାଜ୍ୟ ବିଜେପି ଉପସଭାପତି ନିର୍ମଳ କୁମାର ସୁରାନାଙ୍କ (Nirmal Kumar Surana) ନାମ ରାଜ୍ୟସଭା ପ୍ରାର୍ଥୀ ନିମନ୍ତେ ସୁପାରିଶ କରାଯାଇଛି । କେବଳ ବିଜେପି ହାଇକମାଣ୍ଡ ଏହା ଉପରେ ମୋହର ମାରିବେ ।

ପ୍ରକାଶଥାଉ କି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ, ବିଜେପି ରାଜ୍ୟସଭା ସଦସ୍ୟ କେସି ରାମମୂର୍ତ୍ତୀ ଏବଂ କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେଉଛି । ଚତୁର୍ଥ ଆସନଟି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ନାଣ୍ଡିଜଙ୍କ(Oscar Fernandez) ମୃତ୍ୟୁ ପରେ ଖାଲି ପଡିଛି । ଜୁନ 10 ତାରିଖରେ କର୍ଣ୍ଣାଟକରେ 4 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details