ବେଙ୍ଗାଲୁରୁ:କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି (ଶନିବାର) କଂଗ୍ରେସ ତାର ତୃତୀୟ ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରର୍ଯ୍ୟାୟରେ ମୋଟ 43 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଏଥିରେ କିଛି ବଡ ବ୍ୟତିକ୍ରମ ମଧ୍ୟ ସାମ୍ନାକୁ ଆସିଛି ।
ଅଠାନୀ ଆସନରୁ ଆଜି (ଶନିବାର) ବିଜେପିରୁ ଇସ୍ତଫା ଦେଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସେଓ୍ବାଡୀ ଟିକେଟ ପାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପାରମ୍ପରିକ ଆସନ କୋଲାରରୁ କଥୌର ଜି.ମଞ୍ଜୁନାଥଙ୍କୁ ଦଳ ଟିକେଟ ଦେଇଛି । ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ପ୍ରଦେଶ କଂଗ୍ରେସ ସଭାପତି ଡି.କେ ଶିବ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିଜେପି ସରକାର ଉପରେ ବର୍ଷଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସଓ୍ବାଡୀଙ୍କୁ ଟିକେଟ ନଦେବା ପ୍ରସଙ୍ଗରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି । ସଓ୍ବାଡୀ ଜଣେ ବରିଷ୍ଠ ନେତା ହୋଇ ମଧ୍ୟ ତାଙ୍କୁ ବିଜେପି ଗୁରୁତ୍ବ ଦେଇନାହିଁ ବୋଲି କହିବା ସହ ତାଙ୍କ ପରି ଜଣେ ଅନୁଭବି ନେତାଙ୍କୁ କଂଗ୍ରେସ ସ୍ବାଗତ କରୁଛି ବୋଲି ପୂର୍ବତନ ମଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା କହିଥିଲେ । ସେହିପରି ବିଜେପିକୁ ଟାର୍ଗେଟ କରି ସିଦ୍ଧରମୈୟା ଆହୁରି ମଧ୍ୟ କହିଥିଲେ ଯେ, ବିଜେପିର ପ୍ରାୟ 9-10 ବିଧାୟକ ଦଳ ଛାଡି କଂଗ୍ରେସରେ ସାମିଲ ହେବାକୁ ଚାହୁଁଛନ୍ତି । ହେଲେ ସେମାନଙ୍କୁ ଟିକେଟ ଦେବା ପାଇଁ କଂଗ୍ରେସ ପାଖରେ ଆସନ ନାହିଁ ।