ଓଡିଶା

odisha

ETV Bharat / bharat

ଏଥର ପ୍ରଦୂଷଣ ରୋକିବ ଏୟାର ଫିଲ୍ଟର - ପ୍ରଦୂଷଣ ରୋକିବ ଏୟାର ଫିଲ୍ଟର

ଦିନକୁ ଦିନ ପ୍ରଦୂଷଣ ମାତ୍ରା ବଢ଼ିବା ଯୋଗୁଁ ମାନବ ସମାଜ ପାଇଁ ଏକ ବିପଦ ସୃଷ୍ଟି। ହେଲେ ଏଥିପ୍ରତି କାହାର ନିଘା ନାହିଁ। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକର ଛାତ୍ର ସଂଘ ତିଆରି କରିଛନ୍ତି ଏୟାର ଫିଲ୍ଟର। ଅଧିକ ପଢ଼ନ୍ତୁ...

ଏଥର ପ୍ରଦୂଷଣ ରୋକିବ ଏୟାର ଫିଲ୍ଟର
ଏଥର ପ୍ରଦୂଷଣ ରୋକିବ ଏୟାର ଫିଲ୍ଟର

By

Published : Mar 5, 2021, 10:06 PM IST

ବେଙ୍ଗାଲୁରୁ:ସହରୀକରଣ ବଢ଼ିବା ସହ ପ୍ରଦୂଷଣ ମାତ୍ରା ମଧ୍ୟ ଅନିୟନ୍ତ୍ରିତ ଭାବେ ବଢ଼ି ଚାଲିଛି। ପ୍ରଦୂଷିତ ବାୟୁ ମଣ୍ଡଳ ଯୋଗୁଁ ମଣିଷ ଜୀବନ ସହ ସଙ୍କଟରେ ରହିଛି ଜୀବ ଜଗତ। ଏହି ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ କର୍ଣ୍ଣାଟକ ହୁବଳିର ପୂର୍ବତନ ଛାତ୍ରସଂଘ ନିର୍ମାଣ କରିଛନ୍ତି ଏକ ଏୟାର ଫିଲ୍ଟର। ପରୀକ୍ଷାମୂଳକ ଭାବରେ ଏହି ଏୟାର ଫିଲ୍ଟରକୁ ସହର ମଧ୍ୟ ଭାଗରେ ସ୍ଥାପନ କରାଯାଇଛି।

ଏଥର ପ୍ରଦୂଷଣ ରୋକିବ ଏୟାର ଫିଲ୍ଟର

ଲଗାତାର ବାୟୁ ପ୍ରଦୂଷଣ ସମସ୍ୟା ବଢ଼ୁଥିବାରୁ ହୁବଳି-ଧାରବାଡ ସହର ଛାତ୍ରସଂଘ ଏୟାର ଫିଲ୍ଟର ଟାୱାର ନିର୍ମାଣ କରି ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛନ୍ତି। ସହରରେ ଥିବା ବିଭିନ୍ନ ସରକାରୀ ସ୍କୁଲ କାନ୍ଥରେ ରଙ୍ଗ ଦେବା ସହ ଅନ୍ୟ ସାମାଜିକ କାର୍ଯ୍ୟ କରୁଛି ଏହି ଛାତ୍ର ସଂଘ। ବର୍ତ୍ତମାନ ଜାଆଁଳା ସହରକୁ ଧୂଳି ମୁକ୍ତ କରିବାକୁ ଏକ ପଦକ୍ଷେପ ନେଇଛି ଛାତ୍ର ସଂଘ।

ସହରରେ ଜୈନ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜୀର ସହାୟତାରେ ସିଦ୍ଧାରୋଢ଼ା ହାଇସ୍କୁଲ ପୂର୍ବତନ ଛାତ୍ର ସଂଘ ଏୟାର ଫିଲ୍ଟର ତିଆରି କରିବାକୁ ନେଇଥିଲା ନିଷ୍ପତ୍ତି। ହୁବଳି-ଡହରିଯା ଭଳି ଜାଆଁଳା ସହରରେ ମଧ୍ୟ ଏକ ଏୟାର ଫିଲ୍ଟର ସ୍ଥାପନା କରାଯାଇଛି। କସାଦିଣ୍ଡା ରାସା ଯୋଜନାରେ ଏହି ଏୟାର ଫିଲ୍ଟର ତିଆରି ହୋଇଛି। କସାଦିଣ୍ଡା ରାସା ଅର୍ଥ ଅଳିଆରୁ ସୁନା ଖୋଜିବା। ଏୟାର ଫିଲ୍ଟରକୁ ହୁବଳି ପୋଲିସ ଷ୍ଟେସନ ପରିସରରେ ସ୍ଥାପିତ କରାଯାଇଛି।

ଦିଲ୍ଲୀ ପରେ ଏହା ହେଉଛି ଦେଶର ଦ୍ବିତୀୟ ଏୟାର ଫିଲ୍ଟର ଟାୱାର। ଖାଲି ସେତିକି ନୁହେଁ କର୍ଣ୍ଣାଟକର ଏହା ହେଉଛି ପ୍ରଥମ ଏୟାର ଟାୱାର। ଜୈନ କଲେଜ ଛାତ୍ର 85 ହଜାର ଟଙ୍କା ବ୍ୟୟରେ ଏୟାର ଫିଲ୍ଟର ତିଆରି କରିଛନ୍ତି। ସୁସ୍ଥ ଏବଂ ଗୁଣବତ୍ତା ବାୟୁ ପ୍ରଦାନ କରିବା ପାଇଁ ପ୍ରାୟ 50ରୁ 100 ମିଟର ପରିସୀମାରେ ବାୟୁ ଶୁଦ୍ଧ କରିବାରେ ଏହା ସକ୍ଷମ। ଏହିଭଳି ଏୟାର ଫିଲ୍ଟର ୟୁନିଟ ପ୍ରଥମେ ଗୌତମ ଗମ୍ଭୀର ଦିଲ୍ଲୀରେ ତିଆରୀ କରିଥିଲେ। ଏହାପରେ ହୁବଳିରେ ଏହା ଦ୍ବତୀୟ ଏୟାର ଫିଲ୍ଟର ସ୍ଥାପିତ ହୋଇଛି।

ସହରରେ ଅଧିକରୁ ଅଧିକ ଏୟାର ଫିଲ୍ଟର ତିଆରି କରି ସାଧାରଣ ଲୋକଙ୍କୁ ସୁସ୍ଥ ବାୟୁ ମଣ୍ଡଳ ଦେବା ସୁଦୂର ଶ୍ରୀ ସିଦ୍ଧରୋଢ଼ା ହାଇସ୍କୁଲର ପୂର୍ବତନ ଛାତ୍ର ସଂଘର ଲକ୍ଷ୍ୟ। ସହରର 9ଟି କନ୍ନଡ଼ ସରକାରୀ ସ୍କୁଲରେ ରଙ୍ଗ ଦେଇ ପ୍ରଶଂସିତ ହୋଇଥିବା ଛାତ୍ର ସଂଘ ବର୍ତ୍ତମାନ ଏୟାର ଫିଲ୍ଟର ନିର୍ମାଣ କରି ସମାଜ ପାଇଁ କିଛି କରିବା ଦିଗରେ ଅଗ୍ରସର ହେଉଛି।

ପୂର୍ବତନ ଛାତ୍ର ସଂଘ ବିଭିନ୍ନ କ୍ଷେତ୍ରରେ ସ୍ବଚ୍ଛତା ଆଣିବା ଦିଗରେ ନିରନ୍ତର ପରିଶ୍ରମ ଜାରି ରଖିଛି। ଜୀବନର ବ୍ୟସ୍ତତା ଭିତରେ ବି ଏହି ଛାତ୍ର ସମାଜ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛି। ଏଭଳି ଛାତ୍ର ସୁସ୍ଥ ସମାଜ ଗଢ଼ିବାରେ ନିଶ୍ଚିତ ଭାବରେ ସହାୟକ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details