ଓଡିଶା

odisha

ETV Bharat / bharat

KGF କପିରାଇଟ ଉଲ୍ଲଘଂନ ମାମଲା: ରାହୁଲଙ୍କ ବିରୋଧରେ ଏତଲା ରବ୍ଦ ପାଇଁ ମନା କଲେ ହାଇକୋର୍ଟ - ରାହୁଲଙ୍କ ନାଁରେ ଏତଲା ରବ୍ଦ ପାଇଁ ମନା କଲେ କୋର୍ଟ

KGF କପିରାଇଟ ଉଲ୍ଲଘଂନ ଘଟଣାରେ ରାହୁଲ ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ଏତଲା ରବ୍ଦ ପାଇଁ ମନା କଲେ କର୍ଣ୍ଣାଟକ ହାଇକୋର୍ଟ । ଅଧିକ ପଢନ୍ତୁ

KGF କପିରାଇଟ ଉଲ୍ଲଂଘନ ମାମଲା
KGF କପିରାଇଟ ଉଲ୍ଲଂଘନ ମାମଲା

By

Published : Jun 29, 2023, 2:06 PM IST

ବେଙ୍ଗାଲୁରୁ: KGF କପିରାଇଟ ଉଲ୍ଲଘଂନ ମାମଲା । ରାହୁଲ ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ଏତଲା ରବ୍ଦ କରିବାକୁ ମନା କଲେ କର୍ଣ୍ଣାଟକ ହାଇକୋର୍ଟ । ଭାରତ ଯୋଡ ଯାତ୍ରା ସମୟରେ 'KGF: ଚାପ୍ଟର ୨' ଫିଲ୍ମର ଗୀତ ବ୍ୟବହାର କରି କପିରାଇଟ ଉଲ୍ଲଘଂନ କରିବା ନେଇ ରାହୁଲ ଗାନ୍ଧୀ, ଜୟରାମ ରମେଶ, ସୁପ୍ରିୟା ଶ୍ରୀନାଟେଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା । ଏହାକୁ ରବ୍ଦ କରିବାକୁ କଂଗ୍ରେସ ନେତାମାନେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏତଲା ରବ୍ଦ ସମ୍ପର୍କିତ ଆବେଦନକୁ ଖାରଜ କରି ଜଷ୍ଟିସ ଏମ ନାଗପ୍ରସନ୍ନ କହିଛନ୍ତି ଯେ, କଂଗ୍ରେସ ନେତାମାନେ ଅଭିଯୋଗକାରୀଙ୍କ କପିରାଇଟକୁ ହାଲ୍‌କା ଭାବେ ନେଇଛନ୍ତି । ତାଙ୍କର ଅନୁମତି ନନେଇ ସୋର୍ସ କୋର୍ଡ ସହ ହେରଫେର କରିଛନ୍ତି । ଏହାଦ୍ବାରା କପିରାଇଟର ଉଲ୍ଲଘଂନ ହୋଇଛି ବୋଲି ସ୍ପଷ୍ଟ ହେଉଛି । ହାଇକୋର୍ଟ ଉଭୟ କଂଗ୍ରେସ ନେତା ଓ ଅଭିଯୋଗକାରୀ MRT ମ୍ୟୁଜିକର ପକ୍ଷ ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ।

ତେବେ କଂଗ୍ରେସ ନେତାଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ବିକ୍ରମ ହୁଇଲଗୋଲ ଯୁକ୍ତି କରିଥିଲେ ଯେ, କପିରାଇଟ ଅଧିନିୟମ ଧାରା ୬୩ ଅଧିନରେ ହେଉଥିବା ଅପରାଧ ଅନୁସାରେ, ଅଭିଯୁକ୍ତ ଜାଣିଶୁଣି କପିରାଇଟର ଉଲ୍ଲଘଂନ କରିବା ଦରକାର । କିନ୍ତୁ ଏ କ୍ଷେତ୍ରରେ ସମ୍ପୃକ୍ତ କଂଗ୍ରେସ ନେତାମାନଙ୍କ କପିରାଇଟ ଉଲ୍ଲଘଂନ ନେଇ ସେପରି କୌଣସି ଉଦ୍ଦେଶ୍ୟ ନଥିଲା ବା ସେମାନେ ଅଜଣାତରେ ଏହା କରିଥିଲେ ।

ଏହାମଧ୍ୟ ପଢନ୍ତୁ: ରାହୁଲ ଗାନ୍ଧୀଙ୍କୁ ଅପମାନ ଅଭିଯୋଗ, ବିଜେପି ନେତା ଅମିତ ମାଲବୀୟଙ୍କ ନାଁରେ ମାମଲା

MRT ମ୍ୟୁଜିକର ପ୍ରତିନିଧିତ୍ବ କରୁଥିବା ଆଇନଜୀବୀ ଏସ ଶ୍ରୀରଙ୍ଗା କହିଥିଲେ, ‘‘ଯଦିଓ ଏଭଳି କରିବା ଦ୍ବାରା କୌଣସି ପ୍ରକାର ଆର୍ଥିକ ଲାଭ ହୋଇନାହିଁ, କିନ୍ତୁ ଆବେଦନକାରୀ(କଂଗ୍ରେସ ନେତା) ପୁରା ଯାତ୍ରା ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲେ । ଭାରତ ଯୋଡ ଯାତ୍ରାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟାପକ ମାତ୍ରାରେ ପ୍ରସାର କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିଲା ଏବଂ ଏଥିରେ ଅଭିଯୋଗକାରୀଙ୍କ ଲୋକପ୍ରିୟ ସାଉଣ୍ଡ ରେକର୍ଡିଂର ଉପଯୋଗ ହୋଇଥିଲା ।’’

ABOUT THE AUTHOR

...view details