ଓଡିଶା

odisha

By

Published : Jun 1, 2021, 9:27 AM IST

ETV Bharat / bharat

କର୍ଣ୍ଣାଟକ ସିଡି ସ୍କାଣ୍ଡାଲ ମାମଲା, ଜୁନ 17 ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ରମେଶ ଜାରକିହୋଲିଙ୍କ ବିରୁଦ୍ଧରେ ଦାୟର ସିଡି ସ୍କାଣ୍ଡାଲ ମାମଲା । ଜୁନ 17 ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଏସଆଇଟିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ..

କର୍ଣ୍ଣାଟକ ସେକ୍ସ ସିଡି ମାମଲା, ଜୁନ 17 ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କର୍ଣ୍ଣାଟକ ସେକ୍ସ ସିଡି ମାମଲା, ଜୁନ 17 ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବେଙ୍ଗାଲୁରୁ: କର୍ଣ୍ଣାଟକ ସିଡି ସ୍କାଣ୍ଡାଲ ମାମଲା । ଜୁନ 17 ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି)କୁ ନିର୍ଦ୍ଦେଶ ଦେଲେ କର୍ଣ୍ଣାଟକ ହାଇକୋର୍ଟ । କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ରମେଶ ଜାରକିହୋଲିଙ୍କ ବିରୁଦ୍ଧରେ ଦାୟର ହୋଇଛି ଏହି ମାମଲା ।

ସୂଚନାଥାଉ କି, ସେହି ସ୍କାଣ୍ଡାଲର ସିଡିକୁ କଲ୍ଲାହଲୀ ନାମକ ଜଣେ ସାମାଜିକ କର୍ମୀ ଜାରି କରିଥିଲେ ଏବଂ ମାମଲାର ତଦନ୍ତ କରିବାକୁ ଦାବି କରିଥିଲେ । ସାମାଜିକ କର୍ମୀଙ୍କ ଅଭିଯୋଗ ମୁତାବକ, ଜଳ ସଂରକ୍ଷଣ ମନ୍ତ୍ରୀ ଥିବା ରମେଶ ଜାରକିହୋଲି କର୍ଣ୍ଣାଟକ ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡରେ ଜଣେ ମହିଳାଙ୍କୁ ଚାକିରୀ ଦେବା ନାଁରେ ଯୌନ ଶୋଷଣ କରିଥିଲେ ଏବଂ ବର୍ତ୍ତମାନ ସେ ତାଙ୍କୁ ଧମକ ଦେଉଛନ୍ତି । ତେବେ ଏହି ସେକ୍ସ ସ୍କାଣ୍ଡାଲ ମାମଲା ସାମ୍ନାକୁ ଆସିବା ପରେ ରାଜନୀତି ଜୋର ଧରିବା ସହ ରମେଶ ଜାରକିହୋଲି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏଥିସହ ଏହି ଘଟଣାର ତଦନ୍ତ ଭାର ଏସଆଇଟିକୁ ଦିଆଯାଇଥିଲା ।

ସେପଟେ ଗୁରୁବାର କର୍ଣ୍ଣାଟକ ପ୍ରଦେଶ କମିଟିର ସଭାପତି ଡି କେ ଶିବକୁମାର ଅଭିଯୁକ୍ତ ଜାରକିହୋଲିଙ୍କୁ ଗିରଫ କରିବାକୁ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ଏବଂ ଗୃହମନ୍ତ୍ରୀ ବସଭରାଜ ବୋମାଇ ନିକଟରେ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details