ବାଙ୍ଗାଲୁରୁ:ଆଜି ବିଶ୍ବକପ ଫାଇନାଲ ମ୍ୟାଚ । ତେବେ ଆଜିର ଏହି ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମନରେ ଅଜସ୍ର ଉତ୍ସାହ ଭରି ରହିଛି । ଏହା ମଧ୍ୟରେ କର୍ଣ୍ଣାଟକରେ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାଗୁଡିକର ଷ୍ଟାଡିୟମରେ କ୍ରିକେଟ ମ୍ୟାଚ ପାଇଁ ବଡ ଟିଭି ଲଗାଇବା ପାଇଁ କର୍ଣ୍ଣାଟକ ଯୁବ ସଶକ୍ତିକରଣ ଓ କ୍ରୀଡା ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଯାହାଫଳରେ ଲୋକମାନେ ଖେଳର ମଜା ନେଇପାରିବେ ।
ସୁପର ସଣ୍ଡେରେ ସୁପର ଫାଇଟ ପାଇଁ ସାରା ଦେଶରେ ଭରିରହିଛି ଉତ୍କଣ୍ଠା । ଏହାମଧ୍ୟରେ କର୍ଣ୍ଣାଟକ କ୍ରୀଡା ବିଭାଗ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାର ଷ୍ଟାଡିୟମଗୁଡିକରେ ଲାଇଭ ଟେଲିକାଷ୍ଟ୍ ପାଇଁ ବଡ଼ ସ୍କ୍ରିନ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ କ୍ରିକେଟପ୍ରେମୀ ତଥା ଦର୍ଶକମାନେ ଭଲ ଭାବରେ ଖେଳକୁ ଉପଭୋଗ କରିପାରିବେ । ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଏହାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଚାର ମଧ୍ୟ ଜୋରଦାର କରାଯାଉଛି ।
ତେବେ ଗୁଜରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଇଣ୍ଡିଆ-ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ 5 ଥର ଓ୍ବାର୍ଲ୍ଡ କପ ଟାଇଟଲ ହାତେଇ ସାରିଥିବା ବେଳେ ଇଣ୍ଡିଆ ବି ପୂର୍ବରୁ 2 ଥର ଚାମ୍ପିୟନ ହୋଇସାରିଛି । ପୁରା ସିରିଜରେ ଗୋଟିଏ ବି ମ୍ୟାଚ୍ ହାରିନି ରୋହିତ ଟିମ । ତେବେ ଇଣ୍ଡିଆନ ବ୍ୟାଟର ଓ ବୋଲର ଉଭୟ ଫୁଲ ଫର୍ମରେ ଥିବା ବେଳେ ଅଷ୍ଟ୍ରେଲିଆ ବି ସିରିଜରେ ବେଶ ଭଲ ପ୍ରଦର୍ଶନ କରିଛି ।