ବେଙ୍ଗାଲୁରୁ: ଦୁଇ ଚକିଆ ଯାନ, ଟିଭି, ଫ୍ରିଜ ଓ ପାଞ୍ଚ ଏକରରୁ ଅଧିକ ଜମି ଥିବା ଲୋକଙ୍କୁ ଆଉ ଦାରିଦ୍ର୍ୟ ସୀମାରେଖା ତଳେ ଗଣାଯିବ ନାହିଁ । ଏମାନଙ୍କୁ ନିଜ ବିପିଏଲ କାର୍ଡ ସରେଣ୍ଡର୍ କରିବାକୁ ପଡିବ । ଏଭଳି ଚେତାବନୀ ଦେଇଛନ୍ତି କର୍ଣ୍ଣାଟକର ୟେଦ୍ୟୁୟିରପ୍ପା ସରକାର ।
ଦୁଇ ଚକିଆ ଯାନ ସହ ଟିଭି, ଫ୍ରିଜ ଥିବା ବିପିଏଲ ରାସନକାର୍ଡ ହିତାଧିକାରୀଙ୍କୁ ମାର୍ଚ୍ଚ 21 ସୁଦ୍ଧା କାର୍ଡ ସରେଣ୍ଡର କରିବାକୁ ପଡିବ ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ସରକାର କହିଛନ୍ତି । କର୍ଣ୍ଣାଟକ ଖାଉଟିମନ୍ତ୍ରୀ ଉମେଶ କଟ୍ଟି ବେଲଗାୱି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିପିଏଲ କାର୍ଡ ରଖିବା ପାଇଁ କିଛି ମାପଡଣ୍ଡ ରହିଛି । ହିତାଧିକାରୀ ପାଖରେ 5 ଏକରରୁ ଅଧିକ ଜମି, ମୋଟର ସାଇକେଲ, ଟିଭି କି ଫ୍ରିଜ ନଥିବା ଆବଶ୍ୟକ ।