ବେଙ୍ଗାଲୁରୁ:ଗତ ଫେବୃଆରୀରେ କର୍ଣ୍ଣାଟକ ଶିବାମୋଗାରେ ହୋଇଥିବା ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ହତ୍ୟାକାଣ୍ଡ ଘଟଣାରେ ମୃତତଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ମନ୍ତ୍ରୀ ରାଜ କେ.ଏସ ଇଶ୍ୱରପ୍ପା ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ କେ.ଏସ ଇଶ୍ୱରପ୍ପା କହିଛନ୍ତି, କ୍ଷତିପୂରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ ଫୋନ୍ କଲ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ଦୁରପ୍ପା ମଧ୍ୟ ମାର୍ଚ୍ଚ ୬ ତାରିଖରେ ମୃତ ହର୍ଷଙ୍କ ପରିବାରକୁ ଭେଟିବା ସହ କ୍ଷତିପୂରଣ ରାଶି ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି ।