ଓଡିଶା

odisha

ETV Bharat / bharat

ଜୁନ 7 ଯାଏଁ କର୍ଣ୍ଣାଟକରେ ବଢିଲା ଲକଡାଉନ ଅବଧି, ଜାଣନ୍ତୁ କାହାକୁ ଅନୁମତି - ଜୁନ 7 ଯାଏଁ କର୍ଣ୍ଣାଟକରେ ବଢିଲା ଲକଡାଉନ ଅବଧି

ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଣ୍ଣାଟକରେ ଆସନ୍ତା ଜୁନ 7 ତାରିଖ ଯାଏଁ ବଢିଲା ଲକଡାଉନ ଅବଧି । ଅଧିକ ପଢନ୍ତୁ...

ଜୁନ 7 ଯାଏଁ କର୍ଣ୍ଣାଟକରେ ବଢିଲା ଲକଡାଉନ ଅବଧି, ଜାଣନ୍ତୁ କାହାକୁ ଅନୁମତି
ଜୁନ 7 ଯାଏଁ କର୍ଣ୍ଣାଟକରେ ବଢିଲା ଲକଡାଉନ ଅବଧି, ଜାଣନ୍ତୁ କାହାକୁ ଅନୁମତି

By

Published : May 22, 2021, 2:01 PM IST

ବେଙ୍ଗାଲୁରୁ: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଣ୍ଣାଟକରେ ବଢିଲା ଲକଡାଉନ । ଆସନ୍ତା ଜୁନ 7 ତାରିଖ ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।

ପ୍ରାରମ୍ଭିକ ଭାବେ କର୍ଣ୍ଣାଟକ ସରକାର ଏପ୍ରିଲ 27ରୁ 24 ଦିନିଆ କ୍ଲୋଜ ଡାଉନ ଘୋଷଣା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ରାଜ୍ୟରେ ସଂକ୍ରମଣ ଅଣାୟତ୍ତ ହେବାରୁ ମେ 10 ରୁ ମେ 24 ଯାଏଁ ରାଜ୍ୟକୁ ସମ୍ପୂର୍ଣ୍ଣ ଲକଡାଉନ କରିଥିଲେ । ତେବେ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯିବା ପରେ ଆଉ ଦୁଇ ସପ୍ତାହ ଲକଡାଉନ ବଢାଇବା ନେଇ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସ୍ଥିତିରେ ବଳବତ୍ତର ରହିଥିବା କୋରୋନା କଟକଣାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ୟେଦ୍ଦିରପ୍ପା ସ୍ପଷ୍ଟ କରିଛନ୍ତି । ଏଥିସହ ଯଦି କେହି ଲକଡାଉନ କଟକଣା ଉଲ୍ଲଙ୍ଘନ କରନ୍ତି, ତେବେ ପୋଲିସ ଏ ଦିଗରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ଜାଣନ୍ତୁ ଲକଡାଉନରେ କଣ ସବୁ ବନ୍ଦ ରହିବ

. ମେଟ୍ରୋ, ଟ୍ୟାକ୍ସି ଏବଂ ବସ୍ ସେବା

. ସ୍କୁଲ କଲେଜ (ଅନଲାଇନ ଶିକ୍ଷାଦାନକୁ ଅନୁମତି)

. ସିନେମା, ସଫିଙ୍ଗ ମଲ, ଷ୍ଟାଡିୟମ, ସୁଇମିଂ ପୁଲ

. ସାମାଜିକ, ରାଜନୈତିକ, କ୍ରୀଡ, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଆଦି ବିଭିନ୍ନ ଉତ୍ସବକୁ ବାରଣ

. ସାଧାରଣଙ୍କ ପାଇଁ ସମସ୍ତ ଧାର୍ମିକ ଅନୁଷ୍ଠାନ

. ଘରୋଇ ବସ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଗାଡି

. ହୋଟେଲ, ରେଷ୍ଟୁରାଣ୍ଟ, ମଦ ଦୋକାନ ( ଅନଲାଇନ ଡେଲିଭରିକୁ ଅନୁମତି)

. କେବଳ ଜରୁରୀକାଳୀନ ସ୍ଥିତିରେ ଆନ୍ତଃରାଜ୍ୟ ଯାତ୍ରୀବାହୀ ଯାନ ଚଳାଚଳକୁ ଅନୁମତି

ଲକଡାଉନ କେଉଁ ସେବାକୁ ଅନୁମତି

. ବିମାନ ଓ ଟ୍ରେନ ସେବା ( ଯାତାୟତ ପାଇଁ ଟିକେଟ୍ ପାସ୍ ଭଳି କାର୍ଯ୍ୟ କରିବ/ଟିକେଟ ଜରୁରୀ)

. ସ୍ବାସ୍ଥ୍ୟସେବା ବିଭାଗ

. ପୌର ପ୍ରଶାସନ

. ଜିଲ୍ଲା ପ୍ରଶାସନ

. ମେଡିକାଲ ଶିକ୍ଷା

. ପୋଲିସ, ସାମରିକ ସୁରକ୍ଷା, ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ସେବା

. ଜଳ, ବିଦ୍ୟୁତ, ପରିମଳ ସେବା

. ପେଟ୍ରୋଲିୟମ, ସିଏନଜି, ଏଲପିଜି, ପିଏନଜି, ଶକ୍ତି ଉତ୍ପାଦନ ଓ ବିପର୍ଯ୍ୟୟ ପରିଚାଳନା

. ବ୍ୟାଙ୍କ ସେବା (ଯାହାର ଆର୍ଥିକ ବଜାର ଆରବିଆଇ ଦ୍ବାରା ନିୟନ୍ତ୍ରିତ)

. ମାଇକ୍ରୋ ଫାଇନାନ୍ସ ପ୍ରତିଷ୍ଠାନ

. ଗ୍ରାମୀଣ ନିଯୁକ୍ତି ନିଶ୍ଚିତ ଯୋଜନା

. କୃଷିଭିତ୍ତିକ ଗତିବିଧି

. ସମସ୍ତ ପ୍ରକାରର ସାମଗ୍ରୀ ଏବଂ ମାଲ ପରିବହନ

. ସକାଳ 6 ରୁ 10 ଯାଏଁ ଗ୍ରୋସରୀ ଦୋକାନ ଖୋଲା ରହିବାକୁ ଅନୁମତି

. ନିର୍ମାଣ ଏବଂ ମରାମତି କାର୍ଯ୍ୟ

. ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ

. ରାସ୍ତା ନିର୍ମାଣ କାର୍ଯ୍ୟ

. ବିବାହ (କେବଳ 50 ଜଣ ମଧ୍ୟରେ ସୀମିତ)

. ଶୁଦ୍ଧିକ୍ରିୟା କାର୍ଯ୍ୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details