ଓଡିଶା

odisha

ETV Bharat / bharat

Karnataka Result: ଭାଙ୍ଗିଗଲା ବିଜେପିର ଦାକ୍ଷିଣାତ୍ୟ ଦଖଲ ସ୍ବପ୍ନ - KarnatakaPolls

ବିଜେପି କର୍ଣ୍ଣାଟକ ଦ୍ବାର ଦେଇ ଦକ୍ଷିଣ ଭାରତ ରାଜ୍ୟ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ ଓ କେରଳ ଭଳି ରାଜ୍ୟ ଦଖଲ ପାଇଁ ଦୀର୍ଘ ଦିନ ହେଲା ଯୋଜନା କରିଛି । ସେହି ରଣନୀତି ଆଧାରରେ ଦଳ କାମ କରୁଛି। ଦକ୍ଷିଣ ଭାରତ ପାଇଁ ବିଜେପିର ଏକ ସ୍ବତନ୍ତ୍ର ଟିମ ମଧ୍ୟ କାମ କରୁଛି। ହେଲେ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 13, 2023, 9:06 PM IST

ହାଇଦ୍ରାବାଦ: ଦକ୍ଷିଣ ଦ୍ବାରରୁ ବିଜେପି ଆଉଟ। କଂଗ୍ରେସ ଇନ। କର୍ଣ୍ଣାଟକ କିଙ୍ଗ କଂଗ୍ରେସ ଆଗରେ ଧରାଶାୟୀ କ୍ଷମତାସୀନ ବିଜେପି । କର୍ଣ୍ଣାଟକ ଭଳି ବଡ ରାଜ୍ୟ ହରାଇ ବିଜେପି ସଂକଟରେ । କର୍ଣ୍ଣାଟକ ଯିବା ସହ ଉଜୁଡିଯାଇଛି ବିଜେପିର ଦୀର୍ଘମିଆଦି ସ୍ବପ୍ନ । ଭାଙ୍ଗିଯାଇଛି ଦକ୍ଷିଣ ଦଖଲର ଦମ୍ଭ। ଧୀରେ ଧୀରେ ଦୁର୍ବଳ ହେଉଛି ଦଳ। ହାତରୁ ଖସି ଯାଉଛି ଗୋଟିଏ ପରେ ଗୋଟିଏ ରାଜ୍ୟ। ହିମାଚଳ ପରେ ଏବେ କର୍ଣ୍ଣାଟକରୁ ବି ଗାଦିଚ୍ୟୁତ ହୋଇଛି ଗୈରିକ ଦଳ।

ଏହାବି ପଢନ୍ତୁ- Karnataka Election Results: ଦୁର୍ବଳ କଂଗ୍ରେସଠୁ କେମିତି ହାରିଲା ଶକ୍ତିଶାଳୀ ବିଜେପି ?

ଚଳିତ ବର୍ଷ ଶେଷ ଆଡକୁ ମିଜୋରାମ, ତେଲଙ୍ଗାନା, ଛତିଶଗଡ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନଭଳି ବଡ ରାଜ୍ୟରେ ହେବ ନିର୍ବାଚନ। ଏପରି ସ୍ଥିତିରେ ବିଜେପିର ଦକ୍ଷିଣ ଦଖଲ ସ୍ବପ୍ନକୁ ଲାଗିଛି କର୍ଣ୍ଣାଟକ କଣ୍ଟା। ଦଳ ଦକ୍ଷିଣ ଦଖଲ ପାଇଁ କର୍ଣ୍ଣାଟକକୁ କରିଥିଲା ପ୍ରବେଶ ପଥ। ଏହି ପଥ ଦେଇ ଦକ୍ଷିଣାତ୍ୟରେ ବିଜୟ ବାନା ଉଡାଇବାକୁ ସ୍ବପ୍ନ ଦେଖୁଥିଲା। ହେଲେ ଏବେ ସେହି ସ୍ବପ୍ନ ସଂକଟରେ । କଣ ହେବ ବିଜେପିର ଦକ୍ଷିଣ ଦଖଲ ସ୍ଥିତି ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଭାରତୀୟ ଜନତା ପାର୍ଟି ବିଜେପି ପାଇଁ ପରାଜୟ ନୂଆ କଥା ନୁହେଁ। ଦଳ ପରାଜୟ ଓ ସଂଘର୍ଷରୁ ହିଁ ଆଜି ଏହି ସ୍ଥିତିରେ ପହଞ୍ଚିଛି। ୧୯୮୦ ରେ ଦଳ ଗଠନ ପରଠାରୁ ବିଜେପି ସଂଘର୍ଷ, ସଂକଟ ଦେଇ ଆସିଛି। ଅନେକ ପରାଜୟ ଦେଖିଛି। ଅନେକ ବିଜୟ ବି ପାଇଛି । ବିଭିନ୍ନ ରାଜ୍ୟ ସମେତ କେନ୍ଦ୍ରରେ ବି ଶାସନ କରିବାର ସୁଯୋଗ ପାଇଛି। କିନ୍ତୁ ଆଜି ଯାଏଁ ଦଳ ପୁରା ଦାକ୍ଷିଣାତ୍ୟ ରାଜ୍ୟରେ ପ୍ରଭାବ ବିସ୍ତାର କରିପାରିନାହିଁ। କର୍ଣ୍ଣାଟକକୁ ଛାଡିଦେଲେ ଦକ୍ଷିଣ ଭାରତ ରାଜ୍ୟରେ ବିଜେପି ସେତେ ଶକ୍ତିଶାଳୀ ନାହିଁ । କର୍ଣ୍ଣାଟକରେ କିନ୍ତୁ ଦଳ ବିଭିନ୍ନ ସମୟରେ ଶାସନ କରିଛି । ରାଜ୍ୟରେ ଦଳର ସଂଗଠନ ଅଛି। ତେଣୁ ଦଳ ଦକ୍ଷିଣ ଭାରତ ଦଖଲ ପାଇଁ କର୍ଣ୍ଣାଟକକୁ କରିଥିଲା ପ୍ରବେଶ ଦ୍ବାର। ଏବେ ସେହି ପ୍ରବେଶ ଦ୍ବାର ବି ବନ୍ଦ ହୋଇଗଲା। ବିଜେପିକୁ ପ୍ରାୟତଃ ହିନ୍ଦୀ ହାର୍ଟଲ୍ୟାଣ୍ଡ ଦଳ ବୋଲି କୁହାଯାଏ । ଏହାସତ୍ବେ ଦଳ କର୍ଣ୍ଣାଟକ ହେଉ ବା ନର୍ଥଇଷ୍ଟ, କିମ୍ବା ଦେଶର ବିଭିନ୍ନ ରାଜ୍ୟରେ ଶାସନ କରିଛି।

ଏହାବି ପଢନ୍ତୁ- କଂଗ୍ରେସ ପାଇଁ ବିଜୟଠୁ କଠିନ ହେବ ମୁଖ୍ୟମନ୍ତ୍ରୀ ଚୟନ ! ଲବିରେ ଦୁଇ ହେଭିଓ୍ବେଟ

ବିଜେପି କର୍ଣ୍ଣାଟକ ଦ୍ବାର ଦେଇ ଦକ୍ଷିଣ ଭାରତ ରାଜ୍ୟ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ ଓ କେରଳ ଭଳି ରାଜ୍ୟ ଦଖଲ ପାଇଁ ଦୀର୍ଘ ଦିନ ହେଲା ଯୋଜନା କରିଛି । ସେହି ରଣନୀତି ଆଧାରରେ ଦଳ କାମ କରୁଛି। ଦକ୍ଷିଣ ଭାରତ ପାଇଁ ବିଜେପିର ଏକ ସ୍ବତନ୍ତ୍ର ଟିମ ମଧ୍ୟ କାମ କରୁଛି। ହେଲେ ଏବେ କର୍ଣ୍ଣାଟକରୁ କ୍ଷମତାଚ୍ୟୁତ ହେବା ପରେ କେମିତି ଦଳ ଦକ୍ଷିଣରେ ପ୍ରବେଶ କରିବ ? ତାହାକୁ ନେଇ ଉଠିଛି ପ୍ରଶ୍ନ ।

କର୍ଣ୍ଣାଟକରୁ କ୍ଷମତାଚ୍ୟୁତ ସତ୍ତ୍ୱେ ବିଜେପିର ଦକ୍ଷିଣ ମିଶନ ଶେଷ ହୋଇନାହିଁ । ବିଜେପିର ନୂଆ ଦକ୍ଷିଣ ଦ୍ବାର ହୋଇପାରେ ତେଲଙ୍ଗାନା । ଏହି ରାଜ୍ୟରେ ଧୀରେ ଧୀରେ ବିଜେପି ଶକ୍ତିବୃଦ୍ଧି କରୁଛି। 2019 ଲୋକସଭା ନିର୍ବାଚନରେ ଦଳ ୪ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା । ୨୦୨୦ ରେ ଗୋଟିଏ ୨୦୨୧ ରେ ଗୋଟିଏ ଏମିତି ଦୁଇଟି ବିଧାନସଭା ଉପନିର୍ବାଚନ ଜିତିଛି ବିଜେପି । ୨୦୨୨ ରେ ହୋଇଥିବା ଗୋଟିଏ ଉପନିର୍ବାଚନରେ କମ ଭୋଟ ବ୍ୟବଧାନରେ ହାରିଛି । ଖାଲି ଏତିକି ନୁହେଁ ଦଳ ୨୦୨୦ ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନରେ ଜବରଦସ୍ତ ପ୍ରଦର୍ଶନ କରିଛି । ୪ ଟି ଆସନରୁ ସିଧା ୪୮ ରେ ପହଞ୍ଚିଛି। ଏହା ପରଠାରୁ ଦଳ ତେଲଙ୍ଗାନାରେ ସମ୍ଭାବନା ଦେଖି ସୁଯୋଗ ସୃଷ୍ଟି କରିବାରେ ଲାଗିଛି । ବିଜେପିର ରାଜ୍ୟ ଶାଖା ପୁରା ଶକ୍ତିର ସହ କେସିଆରଙ୍କ ସହ ଲଢେଇ କରୁଛନ୍ତି । କେନ୍ଦ୍ରୀୟ ବିଜେପି ମଧ୍ୟ ପୁରା ସହାୟତା ଦେଇଆସୁଛି ।

ଏହାବି ପଢନ୍ତୁ- Karnataka Results: ଲୋକେ ସମସ୍ୟାର ସମାଧାନ ଚାହୁଁଥିଲେ, କଂଗ୍ରେସ ପ୍ରତିଶୃତି ପୂରଣ କରିବ କହିଲେ ପ୍ରିୟଙ୍କା

ଅନ୍ୟପଟେ ବିଜେପି ପାଇଁ ତେଲଙ୍ଗାନା ଦଖଲ ସେତେ ସହଜ ହୋଇନପାରେ। କାରଣ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ନେତୃତ୍ବାଧୀନ ଭାରତ ରାଷ୍ଟ୍ର ସମିତି (ବିଆରଏସ) ରାଜ୍ୟରେ ବେଶ ଶକ୍ତିଶାଳୀ। ପୁଣି କେସିଆର ଲଗାତାର କ୍ଷମତାରେ ରହିଆସିଛନ୍ତି। ତୃତୀୟ ପାଳି ପାଇଁ ପୁରା ଶକ୍ତିର ସହ ମୈଦାନକୁ ଡେଇଁ ସାରିଛନ୍ତି । ତେଲଙ୍ଗାନା ବିଧାନସଭା ନିର୍ବାଚନ ଚଳିତ ବର୍ଷ ଥିଲେ ଶେଷ ଆଡକୁ ହେବ। ବିଜେପି ମଧ୍ୟ ତେଲଙ୍ଗାନା ଦଖଲ ପାଇଁ ପୁରା ଦମରେ ଲାଗିଛି। ଏବେ ଦେଖିବାର କଥା ତେଲଙ୍ଗାନା ବିଜେପିର ଦକ୍ଷିଣ ଦ୍ବାର ହେଉଛି ନା ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details