ଓଡିଶା

odisha

ETV Bharat / bharat

Hijab Ban: ବିବାଦ ମଧ୍ୟରେ ଆଜିଠୁ ଦଶମ ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ - କର୍ଣ୍ଣାଟକରେ ହିଜାବ ବିବାଦ

କର୍ଣ୍ଣାଟକରେ ହିଜାବ ବିବାଦ ଏବେ ଯାଏଁ ଥମି ନାହିଁ। ଏହାରି ଭିତରେ ଆଜିଠୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

karnataka education minister says hijab not allowed inside board eaxm hall
Hijab Row: ବିବାଦ ମଧ୍ୟରେ ଆଜିଠୁ 10 ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

By

Published : Mar 28, 2022, 7:38 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବ ବିବାଦ ଏବେ ଯାଏଁ ଥମି ନାହିଁ। ଏହାରି ଭିତରେ ଆଜିଠୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ହିଜାବ ମାମଲାରେ ହାଇକୋର୍ଟଙ୍କ ରାୟକୁ ବିରୋଧ କରାଯାଇଥିବା ବେଳେ ଗତକାଲି (ରବିବାର) କର୍ଣ୍ଣାଟକ ସରକାର କୋର୍ଟଙ୍କ ରାୟକୁ ପୁନଃ ଦୋହରାଇଛନ୍ତି। ଆଜିଠୁ ଆରମ୍ଭ ହେବାକୁ ଥିବା ପରୀକ୍ଷାରେ ହିଜାବକୁ ଶ୍ରେଣୀ ପରିସର ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

କର୍ଣ୍ଣାଟକ ଗଣଶିକ୍ଷା ମନ୍ତ୍ରୀ ବିସି ନାଗେଶ ସୂଚନା ଦେଇ କହିଛନ୍ତି ହାଇକୋର୍ଟଙ୍କ ରାୟ ପରେ ହିଜାବକୁ ଶ୍ରେଣୀଗୃହରେ ଅନୁମତି ଦିଆଯାଇ ନାହିଁ। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହା ସୂଚାଇ ଦିଆ ଯାଉଛି ଯେ, ହିଜାବ ପିନ୍ଧି ଛାତ୍ରୀମାନେ ସ୍କୁଲ ପରିସରକୁ ଆସି ପାରିବେ ମାତ୍ର ହିଜାବ ପିନ୍ଧି ଶ୍ରେଣୀ ଗୃହକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ପରୀକ୍ଷା ସମୟରେ ମଧ୍ୟ ଏହି ନିୟମ ଲାଗୁ ରହିବ। ଯେଉଁମାନେ ପରୀକ୍ଷା ଦେବାପାଇଁ ଆସିବେ ନାହିଁ ସେମାନଙ୍କ ପାଇଁ ପୁନଃ ପରୀକ୍ଷାର କୌଣସି ବ୍ୟବସ୍ଥା ରହିବ ନାହିଁ।

ସ୍କୁଲ ଏବଂ କଲେଜରେ ପ୍ରବେଶକୁ ବାରଣ କରାଯାଇଥିବା ମୁସଲିମ ଛାତ୍ରୀମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବାର ସମ୍ଭାବନା ରହିଛି ବୋଲି ନାଗେଶ କହିଛନ୍ତି। କୋରୋନା ସମୟରେ ଦୁଇ ବର୍ଷ ଅନଲାଇନ କ୍ଲାସ ଜରିଆରେ ପାଠପଢ଼ା ହୋଇଥିଲା। ପରେ ରାଜ୍ୟରେ ଦେଖାଦେଲା ହିଜାବ ବିବାଦ। ଏହାରି ଭିତରେ ପ୍ରାୟ 8.76 ଲକ୍ଷ ଛାତ୍ରଛାତ୍ରୀ ଦଶମ ବୋର୍ଡ ପରୀକ୍ଷା ଦେବାକୁ ରାଜ୍ୟ ବୋର୍ଡ ପକ୍ଷରୁ ଆଶା କରାଯାଇଛି।

ABOUT THE AUTHOR

...view details