ଓଡିଶା

odisha

ETV Bharat / bharat

ଡାକ୍ତରଙ୍କ ଅବହେଳା, ପ୍ରସବ ବେଳେ କଲେ ଏମିତି ଭୁଲ....

ଡାକ୍ତରଙ୍କ ଅବହେଳା କାରଣରୁ ପ୍ରସବ ବେଳେ ମହିଳାଙ୍କ ପେଟରେ ରହିଗଲା ବ୍ୟାଣ୍ଡେଜ । କର୍ଣ୍ଣାଟକର ମୁଦେବୀହଲ ସରକାରୀ ଡାକ୍ତରଖାନାରୁ ଆସିଛି ଅଭିଯୋଗ । ଅଧିକ ପଢନ୍ତୁ...

By

Published : Nov 27, 2020, 3:03 PM IST

Karnataka doctors allegedly leave bandage inside patient
ଡାକ୍ତରଙ୍କ ଅବହେଳା, ପ୍ରସବ ବେଳେ କଲେ ଏମିତି ଭୁଲ....

ବେଙ୍ଗାଲୁରୁ: ଡାକ୍ତରଙ୍କ ଅବହେଳା କାରଣରୁ ପ୍ରସବ ବେଳେ ମହିଳାଙ୍କ ପେଟରେ ରହିଗଲା ବ୍ୟାଣ୍ଡେଜ । ଏଭଳି ଅଭିଯୋଗ ଆସିଛି କର୍ଣ୍ଣାଟକର ମୁଦେବୀହଲ ସରକାରୀ ଡାକ୍ତରଖାନାରୁ । ଦୀର୍ଘ 6 ମାସ ପରେ ଘଟଣା ଜଣାପଡିବା ପରେ ବ୍ୟାଣ୍ତେଜକୁ କଢା ଯାଇଥିଲା । ସେପଟେ, ଏକ ଟିମ ଘଟଣାର ତଦନ୍ତ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମେଡିକାଲ ଅଧିକାରୀ କହିଛନ୍ତି । ଡାକ୍ତରଖାନାର କର୍ତ୍ତୃପକ୍ଷ କହିଛନ୍ତି ଯେ, ମହିଳା ଜଣକ ନଭେମ୍ବର 23ରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଆସିଥିଲେ । ତାଙ୍କ ପେଟରେ କପଡା ରହିଯାଇଥିବା ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା ବେଳେ କହିଥିଲେ ।

ସୂଚନା ଅନୁସାରେ,ସ୍ଥାନୀୟ ଅଞ୍ଚଳର ସହିନ ନାମକ ଜଣେ ମହିଳା ଜୁଲାଇ 7 ରେ ପ୍ରସବ ପାଇଁ ମୁଦେବୀହଲ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପ୍ରସବ ସମୟରେ ସରକାରୀ ଡାକ୍ତରଖାନାର ଡାକ୍ତର ଅବହେଳା ଯୋଗୁଁ ଗୁପ୍ତାଙ୍ଗରେ କପଡା ଛାଡି ଦେଇଥିବା ଅଭିଯୋଗ ଆଣିଥିଲେ ମହିଳାଙ୍କ ସମ୍ପର୍କୀୟ । ଫଳରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇ ପଡିଥିଲା । ପରେ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି ଯେ,ଡାକ୍ତରଖାନା କର୍ମଚାରୀମାନେ ଏହି ଘଟଣାର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details