ଓଡିଶା

odisha

ETV Bharat / bharat

Karnataka Contractor's Death Case: କାଲି ଇସ୍ତଫା ଦେବେ ମନ୍ତ୍ରୀ ଇଶ୍ୱରପ୍ପା - କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଓ ପାଞ୍ଚାୟତରାଜ ମନ୍ତ୍ରୀ କେ.ଏସ ଇଶ୍ୱରପ୍ପା

ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଓ ପାଞ୍ଚାୟତରାଜ ମନ୍ତ୍ରୀ କେ.ଏସ ଇଶ୍ୱରପ୍ପା । କର୍ଣ୍ଣାଟକରେ କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଦଫାରେ ଏତଲା ଦାଏର କରିଛି କର୍ଣ୍ଣାଟକ ପୋଲିସ । ଭାରତୀୟ ଦଣ୍ଡ ସଂହିତା (IPC) ଧାରା 34 ଓ 306ରେ ମନ୍ତ୍ରୀଙ୍କ ବରୋଧରେ ପୋଲିସ ଏତଲା ଦାଏର ହୋଇଛି । ଅଧିକ ପଢନ୍ତୁ

ମନ୍ତ୍ରୀ କେ.ଏସ ଇଶ୍ୱରପ୍ପା ଇସ୍ତପା ଘୋଷଣା
ମନ୍ତ୍ରୀ କେ.ଏସ ଇଶ୍ୱରପ୍ପା ଇସ୍ତପା ଘୋଷଣା

By

Published : Apr 14, 2022, 6:41 PM IST

Updated : Apr 14, 2022, 7:06 PM IST

ବେଙ୍ଗାଲୁରୁ:ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଓ ପାଞ୍ଚାୟତରାଜ ମନ୍ତ୍ରୀ କେ.ଏସ ଇଶ୍ୱରପ୍ପା । ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର ଇସ୍ତଫା ପତ୍ର ଦାଖଲ କରିବା ନେଇ ଘୋଷଣା କରିଛନ୍ତି । ସୂଚନା ଅନୁସାରେ, ଜଣେ କଣ୍ଟ୍ରାକ୍ଟରଙ୍କ ହତ୍ୟା ମାମଲାରେ ତାଙ୍କ ନାଁରେ ଅଭିଯୋଗ ଥିବାରୁ ସେ ଏହି ଇସ୍ତଫା ଘୋଷଣା କରିଛନ୍ତି ବୋଲି ଜଣାପଡିଛି ।

ତେବେ କେ.ଏସ ଇଶ୍ବରପ୍ପାଙ୍କ ନାଁ କଣ୍ଟ୍ରାକ୍ଟର ହତ୍ୟା ମାମଲରେ ସଂପୃକ୍ତି ଅଭିଯୋଗ ଥିବାରୁ ବିରୋଧୀ କଂଗ୍ରେସ ତାଙ୍କ ଇସ୍ତଫା ଦାବି କରିଥିଲା । ଏଥିସହ ମୃତ କଣ୍ଟ୍ରାକ୍ଟର ପରିବାର ପକ୍ଷରୁ ଇଶ୍ବରପ୍ପାଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶା ଯିବା ସହ ଥାନାରେ ଅଭିଯୋଗ କରାଯାଇଥିଲା । ଏହା ସହିତ ବିରୋଧୀ କଂଗ୍ରେସ ପକ୍ଷରୁ ତାଙ୍କ ଇସ୍ତଫା ଲାଗି ବିଧାନସୌଧ ପରିସରରେ ଦିନ ରାତି ଧାରଣା ଦେବା ଲାଗି ଚେତାବନୀ ମଧ୍ୟ ଚେତାବନୀ ଦିଆଯାଇଥିଲା ।

ଏହାବି ପଢନ୍ତୁ- FIR Against karnataka Minister: କଣ୍ଟ୍ରାକ୍ଟର ଆତ୍ମହତ୍ୟା ମାମଲା, ମନ୍ତ୍ରୀଙ୍କ ବିରୋଧରେ ଏତଲା

ଅନ୍ୟପଟେ ଆଜି ଶିବମୋଗ୍ଗାରେ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ କେ.ଏସ ଇଶ୍ବରପ୍ପା ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି ।

ପ୍ରକାଶ ଯେ, କର୍ଣ୍ଣାଟକରେ କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ କେ.ଏସ ଇଶ୍ବରପ୍ପା ଅଡୁଆ ବଢିବାରେ ଲାଗିଛି । ମାମଲାରେ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଦଫାରେ ଏତଲା ଦାଏର କରିଛି କର୍ଣ୍ଣାଟକ ପୋଲିସ । ଭାରତୀୟ ଦଣ୍ଡ ସଂହିତା (IPC) ଧାରା 34 ଓ 306 ରେ ମନ୍ତ୍ରୀଙ୍କ ବରୋଧରେ ପୋଲିସ ଏତଲା ଦାଏର କରିଥିବା ସୂଚନା ମିଳିଛି ।

କର୍ଣ୍ଣାଟକକ ପଶ୍ଚିମାଞ୍ଚଳ ପୋଲିସ ଆଇଜି ଦେବାଜ୍ୟୋତି ରାୟ କହିଛନ୍ତି ମନ୍ତ୍ରୀ ଇଶ୍ବରପ୍ପା ଓ ତାଙ୍କର ଦୁଇ ସହଯୋଗୀଙ୍କ ନାମରେ ଏତଲା ଦାଏର ହୋଇଛି । ପୋଲିସ ତଦନ୍ତ ମଧ୍ୟ ଆରମ୍ଭ କରିସାରିଛି । ଘଟଣାରେ ମନ୍ତ୍ରୀଙ୍କ ନାମରେ ଏତଲା ପୂର୍ବରୁ ଏକ ଅପମୃତ୍ୟୁ ମାମଲା ଦାଏର କରିଥିଲା ପୋଲିସ । ଆତ୍ମହତ୍ୟାସ୍ଥଳରୁ ମିଳିଥିବା ପାରିପାର୍ଶ୍ବିକ ପ୍ରମାଣ, ସାମଗ୍ରୀ ଓ ଡିଜିଟାଲ ପ୍ରମାଣକୁ ଏକାଠି କରିବାରେ ଲାଗିଛି ପୋଲିସ । ମାମଲାରେ ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି ଓ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।

କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ପରେ ତାଙ୍କ ଭାଇ ପ୍ରଶାନ୍ତ ଗୌଦପ୍ପା ପାଟିଲ ମନ୍ତ୍ରୀ ଇଶ୍ବରପ୍ପାଙ୍କୁ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇ ଏତଲା ଦାଏର କରିଥିଲେ । ଇଶ୍ବରପ୍ପାଙ୍କ ଦୁଇ ସହଯୋଗୀ ରମେଶ ଓ ବଶବରାଜଙ୍କୁ ମଧ୍ୟ ମାମଲାରେ ଅଭିଯୁକ୍ତ ବୋଲି ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 14, 2022, 7:06 PM IST

ABOUT THE AUTHOR

...view details