ଓଡିଶା

odisha

ETV Bharat / bharat

ଅଳ୍ପକେ ବର୍ତ୍ତିଲେ ଡି.କେ ଶିବକୁମାର, ବାର୍ଡହିଟ୍‌ ପରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ହେଲିକପ୍ଟର - କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଶିବକୁମାର

କର୍ଣ୍ଣାଟକ ପିସିସି ସଭାପତି ଡିକେ ଶିବ କୁମାରଙ୍କ ହେଲିକପ୍ଟରେ ବାର୍ଡହିଟ । ସମ୍ମୁଖ ଭାଗ କାଚ ସମ୍ପୂର୍ଣ୍ଣ ଚୁରମାର । ଜରୁରୀ ଲ୍ୟାଣ୍ଡିଂ କଲା ହେଲିକପ୍ଟର । ଅଧିକ ପଢନ୍ତୁ

ଅଳ୍ପକେ ବର୍ତ୍ତିଲେ ଡି.କେ ଶିବକୁମାର, ବାର୍ଡହିଟ୍‌ ପରେ ଏମରଜେନ୍ସି ଲ୍ୟାଣ୍ଡି କଲା ହେଲିକପ୍ଟର
ଅଳ୍ପକେ ବର୍ତ୍ତିଲେ ଡି.କେ ଶିବକୁମାର, ବାର୍ଡହିଟ୍‌ ପରେ ଏମରଜେନ୍ସି ଲ୍ୟାଣ୍ଡି କଲା ହେଲିକପ୍ଟର

By

Published : May 2, 2023, 3:59 PM IST

ବେଙ୍ଗାଲୁରୁ:ହେଲିକପ୍ଟର କ୍ରାସରୁ ବର୍ତ୍ତିଯାଇଛନ୍ତି କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର । ବାର୍ଡହିଟ ପରେ ତାଙ୍କ ହେଲିକପ୍ଟରଟି ଏମରଜେନ୍ସି ଲ୍ୟାଣ୍ଡି କରିଛି । ହେଲିକପ୍ଟରର ସମ୍ମୁଖ ଭାଗ କାଚ (ଫ୍ରଣ୍ଟ ଓ୍ବିଣ୍ଡ ସିଲ୍ଡ) ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ବେଙ୍ଗାଲୁରୁ ନିକଟବର୍ତ୍ତୀ ଜକୁର ବିମାନ ବନ୍ଦରରୁ ହେଲିକପ୍ଟରରେ ଶିବକୁମାର ଓ ଅନ୍ୟ କିଛି ସହଯୋଗୀ ଉଡାଣ ଭରିଥିଲା । ତାର ମାତ୍ର କିଛି ସମୟ ମଧ୍ୟରେ ହେଲିକପ୍ଟରଟି ହସ୍କୋଟେ ଆକାଶରେ ଉଡୁଥିବା ବେଳେ ବାର୍ଡହିଟର ଶିକାର ହୋଇଥିଲା । ହସ୍କୋଟେରେ ହିଁ ହେଲିକପ୍ଟରଟି ସୁରକ୍ଷିତ ଏମୋରଜେନ୍ସି ଲ୍ୟାଣ୍ଡିଂ କରିଛି ।

କୋଲାର ଜିଲ୍ଲାରେ ଏକ ନିର୍ବାଚନୀ ସଭାରେ ଅଂଶଗ୍ରହଣ କରିବା ପାଇଁ ବାହାରିଥିଲେ ଶିବକୁମାର । ବାର୍ଡହିଟ ପରେ ତାଙ୍କ ହେଲିକପ୍ଟର ହସ୍କୋଟେରେ ଜରୁରୀ ଅବତରଣ କରିବା ପରେ ଅନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା ସେଠାରେ ପହଞ୍ଚିଥିଲେ । ପରେ ସେ ସେଠାରୁ ସଡକ ପଥରେ ସଭାସ୍ଥଳକୁ ଯାଇଥିଲେ । ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟରରେ ଜଣେ ପାଇଲଟ ଓ ଜଣେ ସାମ୍ବାଦିକଙ୍କ ସହ ଶିବକୁମାର ଓ ତାଙ୍କର 4 ସହଯୋଗୀଙ୍କୁ ମିଶାଇ ମୋଟ 7ଜଣ ଥିଲେ । ସମସ୍ତେ ସୁରକ୍ଷିତ ରହିଛନ୍ତି । ଉଡାଣ ଭରିବାର ମାତ୍ର ଅଳ୍ପ ସମୟ ମଧ୍ୟରେ ବାର୍ଡହିଟ ହେବାରୁ ଏହାକୁ ସୁରକ୍ଷିତ ଅବତରଣ କରିବା ସମ୍ଭବପର ହୋଇଥିଲା । ହେଲିକପ୍ଟରର ସମ୍ମୁଖ ଭାଗଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା କାରଣରୁ କୌଣସି ବଡ ଧରଣ କ୍ରାସର ଯଥେଷ୍ଟ ଆଶଙ୍କା ରହିଥିଲା । ହେଲେ ହେଲିକପ୍ଟରଟି ସୁରକ୍ଷିତ ଲ୍ୟାଣ୍ଡିଂ କରିଛି ।

ଚଳିତ ବିଧାନସଭା ନିର୍ବାଚନ କଂଗ୍ରେସ ଡି.କେ ଶିବକୁମାରଙ୍କ ନେତୃତ୍ବରେ ଲଢୁଛି । ଦଳ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ କୌଣସି ବିଧିବଦ୍ଧ ଘୋଷଣା କରିନଥିବା ସୁଦ୍ଧା କଂଗ୍ରେସର ମୁଖ୍ୟମନ୍ତ୍ରୀ ଦାବିଦାରଙ୍କ ମଧ୍ୟରେ ଶିବକୁମାରଙ୍କ ନାମ ମଧ୍ୟ ରହିଛନ୍ତି । ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମୈଦାନରେ ଥିବା ବେଳେ ଦଳ କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ବର୍ତ୍ତମାନର କର୍ଣ୍ଣାଟକ ପିସିସି ସଭାପତି ଶିବକୁମାର ମଧ୍ୟ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ନିର୍ବାଚନକୁ ଆଉ ଏକ ସପ୍ତାହରୁ କମ ସମୟ ଥିବା ବେଳେ ଶିବକୁମାର ରାଜ୍ୟର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର ଜାରି ରଖିଛନ୍ତି । ଦଳର କେନ୍ଦ୍ରୀୟ ନେତୃତ୍ବ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ମଧ୍ୟ ଶିବକୁମାରଙ୍କୁ ଏକାଧିକ ସଭାମଞ୍ଚରେ ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details