ଓଡିଶା

odisha

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର, ସ୍ପଷ୍ଟ କଲେ ହସ୍ପିଟାଲ କର୍ତ୍ତୃପକ୍ଷ

By

Published : Apr 17, 2021, 6:43 PM IST

ଗତକାଲି ହସ୍ପିଟାଲରେ ଭର୍ତ୍ତି ହୋଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ସୁସ୍ଥ ଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟାଦିରୋପ୍ପାଙ୍କ ସୁସ୍ଥବ୍ୟସ୍ଥା ସ୍ଥିର , ସ୍ପଷ୍ଟ କଲେ ହସ୍ପିଟାଲ କର୍ତ୍ତୁପକ୍ଷ
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟାଦିରୋପ୍ପାଙ୍କ ସୁସ୍ଥବ୍ୟସ୍ଥା ସ୍ଥିର , ସ୍ପଷ୍ଟ କଲେ ହସ୍ପିଟାଲ କର୍ତ୍ତୁପକ୍ଷ

ବେଙ୍ଗାଲୁରୁ: ଗତକାଲି ହସ୍ପିଟାଲରେ ଭର୍ତ୍ତି ହୋଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ସୁସ୍ଥ ଥିବା ଜଣାପଡିଛି । ତାଙ୍କ ଶରୀରର ସମସ୍ତ ପାରାମିଟର ସ୍ବାଭାବିକ ରହିଛି ଓ ପରୀକ୍ଷା ଚାଲିଛି । ତେବେ ସେ ଆସନ୍ତା କିଛି ଦିନ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ପକ୍ଷରୁ ସୂଚନା ମିଳିଛି ।

ତାଙ୍କୁ ବିଶେଷ ସ୍ବାସ୍ଥ୍ୟସେବା ଦେବା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି । ଉକ୍ତ ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସ୍ବାସ୍ଥ୍ୟଗତ ଜଟିଳତା ନଥିବା ସ୍ପଷ୍ଟ କରିଛନ୍ତି ସେ ଚିକିତ୍ସାଧିନଥିବା ବେଙ୍ଗାଲୁରୁର ମନିପାଲ ହସ୍ପିଟାଲ କର୍ତ୍ତୃପକ୍ଷ । ଗତକାଲି ୟେଦୁରପ୍ପା ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

@ANI

ABOUT THE AUTHOR

...view details